fbpx

କେଉଁଠି ରହିଛି ବିଶ୍ୱର ସବୁଠାରୁ ଉଚ୍ଚା ଶ୍ମଶାନ ?

Advertisement

କିଛି ଲୋକମାନେ ଚ୍ୟାଲେଞ୍ଜିଂ କାମ କରିବା ପାଇଁ ପସନ୍ଦ କରିଥାନ୍ତି । ଅଧିକାଂଶ କ୍ଷେତ୍ରରେ ଏପରି ବ୍ୟକ୍ତି ରିସ୍କ ନେବା ପାଇଁ ମଧ୍ୟ ପଛାନ୍ତି ନାହିଁ । ବିଶେଷ କରି ପର୍ବତାରୋହୀମାନେ ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ । ବିଶ୍ୱର ବିଭିନ୍ନ ପାହାଡ଼ ଚଢ଼ିବାର ଅନୁଭୂତି ନେବା ସେମାନଙ୍କ ତାଲିକାରେ ସାମିଲ ଥାଏ । କିନ୍ତୁ ମାଉଣ୍ଟ ଏଭରେଷ୍ଟରେ ଚଢ଼ି ବିଜୟ ଲାଭ କରିବା ଅନେକ ପର୍ବତାରୋହୀଙ୍କ ସ୍ୱପ୍ନ ଥାଏ । କିନ୍ତୁ ଏହା ସହଜ ନୁହେଁ । ମାଉଣ୍ଟ ଏଭରେଷ୍ଟ ଚଢ଼ିବା ସମୟରେ ବହୁତ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ । ମାଉଣ୍ଟ ଏଭରେଷ୍ଟରେ ଚଢ଼ିବା ପାଇଁ ଏକ ବିଶେଷ ପରମିଟର ଆବଶ୍ୟକତା ହୋଇଥାଏ । କିନ୍ତୁ ମାଉଣ୍ଟ ଏଭରେଷ୍ଟ ବିଷୟରେ ଏମିତି ଏକ କଥା ଅଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହା ବିଶ୍ୱର ସର୍ବୋଚ୍ଚ ଶ୍ମଶାନ ଭାବରେ ଜଣାଶୁଣା ।


ଆଧିକାଂଶ ପର୍ବତାରୋହୀଙ୍କ କ୍ଷେତ୍ରରେ ମାଉଣ୍ଟ ଏଭରେଷ୍ଟ ଚଢ଼ିବା କଷ୍ଟକର ହୋଇଥାଏ । ଜଣେ ପର୍ବତାରୋହୀ ଯେତେ ଉପରକୁ ଚଢ଼ିଥାଏ ଥଣ୍ଡା ବଢ଼ିବା ସାଙ୍ଗକୁ ଅମ୍ଳଜାନର ସ୍ତର ହ୍ରାସ ହେବାକୁ ଲାଗିଥାଏ । କିଛି ପର୍ବତାରୋହୀଙ୍କ ଅଧା ରାସ୍ତାରେ ହିଁ ମୃତ୍ୟୁ ହୋଇଥାଏ । ମାଉଣ୍ଟ ଏଭରେଷ୍ଟ ଚଢ଼ିବା ସମୟରେ ଏମିତି ଅନେକ ଶବ ଦେଖିବାକୁ ମିଳିଥାଏ । ଏଥିମଧ୍ୟରୁ କିଛି ଶହ ଶହ ବର୍ଷ ପୁରୁଣା ବି ହୋଇଥାଏ । ଏଭଳି ପରିସ୍ଥିତିରେ ଶବ ଗୁଡ଼ିକୁ ତଳକୁ ଆଣିବା ଚ୍ୟାଲେଞ୍ଜିଂ ହୋଇଥାଏ । କିଛି ଲୋକମାନେ ନିଜ ସମ୍ପର୍କୀୟଙ୍କ ଶବ ଫେରାଇ ଆଣନ୍ତି । ଆଉ କେତେକ କ୍ଷେତ୍ରରେ ନିଜ ସହଯାତ୍ରୀଙ୍କ ଶବକୁ ସେଠାରେ ହିଁ ବରଫରେ ପୋତି ଦିଅନ୍ତି । ଏହି କାରଣରୁ ସେଠାରେ ଥିବା ଶବ ସଢ଼ିନଥାଏ । ତାହା ଏକ ଲୋମଟାଙ୍କୁରା ଦୃଶ୍ୟ ଥାଏ ।

Get real time updates directly on you device, subscribe now.