fbpx

ଗାଡିରେ ଈଶ୍ୱରଙ୍କ ନାମ ଲେଖିବା ଉଚିତ କି ନୁହେଁ, ଏ ବିଷୟରେ କ’ଣ କହୁଛନ୍ତି ବୃନ୍ଦାବନର ସ୍ୱାମୀ ପ୍ରେମାନନ୍ଦ ମହାରାଜା

ଓଡ଼ିଶା ଭାସ୍କର: ଆମେ ପ୍ରାୟ ସମୟରେ ଦେଖିଥାଉ କି ଲୋକମାନେ ନିଜ ଗାଡିରେ ଭଗବାନଙ୍କ ନାମ ଲେଖାଇଥାନ୍ତି । ତେବେ ବୃନ୍ଦାବନରେ ପ୍ରବଚନ କରୁଥିବା ବାବା ସ୍ୱାମୀ ପ୍ରେମାନନ୍ଦ ମହାରାଜା କହିଛନ୍ତି ଗାଡିରେ ଭଗବାନଙ୍କ ନାମ ଲେଖିବା କେତେଦୂର ଠିକ୍ ।

ସ୍ୱାମୀ ପ୍ରେମାନନ୍ଦ ମହାରାଜା କହିଛନ୍ତି କିଛି ଲୋକ ମେହେନ୍ଦୀ କରିବା ସମୟରେ ୨ ହାତରେ ଭଗବାନଙ୍କ ନାମ ଲେଖିଥାନ୍ତି । ଏମାନେ ନିଜ ହାତରେ ରାଧା ରାଧା ଲେଖିଥାନ୍ତି । ହାତରେ ଲେଖାଯାଇଥିବା ନାମ ତୁରନ୍ତ ଲିଭି ନ ଥାଏ । ଏହି ହାତରେ ଲୋକମାନେ ଶୌଚକ୍ରିୟା କରିଥାନ୍ତି । ଏହା ବହୁତ ବଡ ଅପରାଧ ଅଟେ । କିନ୍ତୁ ଅଜ୍ଞାନତା କାରଣରୁ ଲୋକମାନେ ଏହା ବୁଝିପାରି ନ ଥାନ୍ତି ।

ସେହିପରି ମହିଳାମାନେ ଭଗବାନଙ୍କ ନାମ ଲେଖାଯାଇଥିବା ଓଢଣୀ ମୁଣ୍ଡରେ ପକାଇଥାନ୍ତି । କିନ୍ତୁ ସେମାନେ ଏହା ଧ୍ୟାନ ରଖିବା ଉଚିତ କି ସେମାନେ ଏହାକୁ ବାଥରୁମ୍‌ରେ ନ ଧୋଇବା ଉଚିତ । ଏହାକୁ ପବିତ୍ର ନଦୀରେ ଧୋଇବା ଉଚିତ ।

ବହୁ ଲୋକ ଗାଡିରେ ଭଗବାନଙ୍କ ନାମ ଲେଖିଥାନ୍ତି । ଯେତେବେଳେ ସେମାନେ ଗାଡି ଧୋଇଥାନ୍ତି ସେତେବେଳେ ଏହି ପାଣି ଆସି ପାଦକୁ ଛୁଇଁଥାଏ । ଏହା ବହୁତ ବଡ ଅପରାଧ ହୋଇଥାଏ । ସେହିପରି ବାଇକ୍ ପଛରେ ବି ଭଗବାନଙ୍କ ନାମ ଲେଖାଯାଇଥାଏ । ଆମେ ବାଇକ୍‌ରେ ବସିବା ସମୟରେ ଗୋଡ ଉଠାଇ ବସିଥାଉ । ଏହି ସମୟରେ ଆମ ଗୋଡ ସେହି ନାମ ଉପରେ ବାଜି ଯାଇପାରେ । ତେଣୁ ସାବଧାନତା ଅବଲମ୍ବନ କରିବା ଜରୁରୀ ।

ପ୍ରେମାନନ୍ଦ ମହାରାଜା କହିଛନ୍ତି ଏହି ନାମ ହିଁ ଆମ ପାଇଁ ଭଗବତ୍ ପ୍ରାପ୍ତିର ମାର୍ଗ ଖୋଲିଥାଏ । ତେଣୁ ଏହାକୁ ଆମେ ଯେତେ ଆଦର କରିବା ଏହା ଆମ ପାଇଁ ସେତେ ମଙ୍ଗଳମୟ ହେବ ।

Get real time updates directly on you device, subscribe now.