fbpx
BSKY
BJD MC SKY
BJD YOUTH SKY

୪ ଟି ପରିସ୍ଥିତିରେ ହାତ ଏବଂ ପାଦ ଫୁଲିଥାଏ, ହୋଇପାରେ ଏଡିମା ଭଳି ଗମ୍ଭୀର ରୋଗର ଲକ୍ଷଣ !

ଶରୀରରେ କୌଣସି ପ୍ରକାର ରୋଗ ଥିଲେ ହାତ, ଗୋଡ଼ ବା ପାଦ ଫୁଲିଯିବା ଭଲ ଲକ୍ଷଣ ନୁହେଁ । ତେବେ କେଉଁ ରୋଗ କାରଣରୁ ହାତ, ଗୋଡ଼ ଫୁଲିଯାଏ ସେ ସମ୍ପର୍କରେ ଆମେ ଆଲୋଚନା କରିବା । ତେବେ ୪ ଟି ପରିସ୍ଥିତିରେ ହାତ ଏବଂ ପାଦ ଫୁଲିଥାଏ । ସର୍ବପ୍ରଥମେ ଯଦି କିଡନୀରେ କୌଣସି ପ୍ରକାରର ବ୍ୟାଘାତ ହୁଏ ତେବେ ହାତ ଏବଂ ପାଦ ଫୁଲିବା ଆରମ୍ଭ ହୁଏ ।

ଦ୍ୱିତୀୟରେ ଖରାପ ରକ୍ତ ସଞ୍ଚାଳନ ଏବଂ ତୃତୀୟରେ ଶରୀରରେ ଯେକୌଣସି ପ୍ରକାର ସଂକ୍ରମଣ ହେଲେ ହାତ, ପାଦ ଫୁଲିବା ଆରମ୍ଭ ହୁଏ । ବେଳେବେଳେ ଶରୀରରେ ସୋଡିୟମ୍ ସ୍ତର ବୃଦ୍ଧି ଯୋଗୁଁ ହାତ ଏବଂ ପାଦ ମଧ୍ୟ ଫୁଲିଯାଏ ।

ଏଡିମା ଏକ ବିପଜ୍ଜନକ ରୋଗ ଯେଉଁଥିରେ ଜଳ ପରି ପଦାର୍ଥ ହାତ ଏବଂ ପାଦରେ ଭରିବା ଆରମ୍ଭ ହୁଏ । ଡାକ୍ତରୀ ବିଜ୍ଞାନ ଭାଷାରେ ଏହାକୁ ଫ୍ଲୁଇଡ ରିଣ୍ଟେଶନ କୁହାଯାଏ । ଅନେକ ପ୍ରକାରର ଏଡିମା ରହିଛି ।

ଏହି ଏଡିମାର ଲକ୍ଷଣ ହେଉଛି ପାଦ ତଳ, ଗୋଡ, ହାତ, ବାହୁ ଫୁଲିବା ଆରମ୍ଭ ହୁଏ ଏବଂ ଏହି ସ୍ଥାନରେ ଜଳ ପରି ପଦାର୍ଥ ଜମିବା ଆରମ୍ଭ ହୁଏ । ମଧୁମେହ ରୋଗୀଙ୍କଠାରେ ମେକ୍ୟୁଲାର ଏଡିମା ପରି ଏକ ବିପଜ୍ଜନକ ରୋଗ ଦେଖାଦିଏ । ଏହି ରୋଗର ଲକ୍ଷଣ ଆଖି ଫୁଲିଯିବା ।

Get real time updates directly on you device, subscribe now.