fbpx

ଆଜି ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ: ସକାଳ ୮ଟା ରୁ ହେବ ଦର୍ଶନ

ପୁରୀ: ଆସନ୍ତାକାଲି ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ପୁରୀ । ଘୋଷଯାତ୍ରା ପୂର୍ବରୁ ଆଜି ନବଯୌବନ ବେଶରେ ବେଶରେ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ସକାଳ ୮ଟା ରୁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଆରମ୍ଭ ହେବ । ତେବେ ପରିମାଣିକ ଟିକେଟଧାରୀମାନେ ପ୍ରଥମେ ଶ୍ରୀଜୀଉଙ୍କ ଏହି ମନଲୋଭା ବେଶକୁ ଦର୍ଶନ କରିପାରିବେ । ସକାଳ ୮ଟା ରୁ ୯ଟା ମଧ୍ୟରେ ପରିମାଣିକ ଟିକେଟଧାରୀମାନଭ୍କୁ ଦର୍ଶନ ପାଇଁ ଅନୁମତି ମିଳିପାରିବ । ଏହାପରେ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।
ତେବେ ଆସନ୍ତାକାଲି ଶ୍ରୀଜୀଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ତେଣୁ ପୁରୀରେ ଗହଳି ଲାଗିବା ଆରମ୍ଭ ହୋଇଯାଇଛି । ରତ୍ନ ସିଂହାସନରୁ ଓହ୍ଲାଇପୁଣିଥରେ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ରଥାରୂଢ ହେବେ କଳାବାମନ । ଶ୍ରୀଜଗନ୍ନାଥଙ୍କ ସହିତ ବଡଭାଇ ବଳରାମ ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ମାଉସୀମା’ ଘର ଅଭିମୁଖେ ଯାତ୍ରା କରିବେ । ହଜାର ହଜାର ଭକ୍ତଙ୍କ ଭିତରେ ନନ୍ଦିଘୋଷ ରଥରେ ଯିବେ କାଳିଆ ସାଆନ୍ତ । ତେବେ ସେପଟେ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି । ରଥକାମ ମଧ୍ୟ ପ୍ରାୟତଃ ଶେଷ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.