fbpx

କେଉଁ ତେଲ ବ୍ୟବହାର କଲେ ହାର୍ଟ ସୁସ୍ଥ ରହିବ: କେଉଁ ତେଲ କ୍ୟାନସର, ଚର୍ବି ବୃଦ୍ଧି, ଗ୍ୟାସ, କୋଷ୍ଠକାଠିନ୍ୟ ସମସ୍ୟା ବଢ଼ାଏ

ନୂଆଦିଲ୍ଲୀ: ସମସ୍ତ ପ୍ରକାରର ଆମିଷ, ନିରାମିଷ ଖାଦ୍ୟ ସହିତ ଅନେକ ଛଣାଛଣି ସାମଗ୍ରୀ ପାଇଁ ତେଲ ବ୍ୟବହାର କରାଯାଇଥାଏ । ତେବେ ବଜାରରେ ମିଳୁଥିବା ଅନେକ ପ୍ରକାରର ତେଲ ଆମର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଏପରିକି ସତର୍କ ନହେଲେ ଏହି ତେଲ ଆପଣଙ୍କର ଜୀବନ ମଧ୍ୟ ନେଇପାରେ । ଉଚ୍ଚ ତାପମାତ୍ରାରେ ଗରମ ହୋଇଥିବା ଖାଦ୍ୟ ଶରୀରର ପିଏଚ ସ୍ତରକୁ ଅନିୟନ୍ତ୍ରିତ କରିବା ସହିତ ଚର୍ବି ବୃଦ୍ଧି, ଗ୍ୟାସ, କୋଷ୍ଠକାଠିନ୍ୟ ଭଳି ରୋଗ ସୃଷ୍ଟି କରିଥାଏ ।

ଏଥିସହିତ ଖାଦ୍ୟରେ ସାଚୁରେଟେଡ ଫ୍ୟାଟର ମାତ୍ରା ଅଧିକ ହେଲେ ତାହା ଅଧିକ ବିପଜ୍ଜନକ ସାଜିବା ସହିତ କ୍ୟାନସର ଭଳି ଭୟଙ୍କର ରୋଗର କାରଣ ସାଜିପାରେ । କ୍ୟାନସର ଆଶଙ୍କାକୁ ହ୍ରାସ କରିବା ପାଇଁ ଘିଅ, ହ୍ୱାଇଟ୍ ବଟର, ଅଲିଭ ତେଲ ବ୍ୟବହାର କରିବା ଭଲ । ତେଲଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିଲେ କ୍ୟାନସର, ମଧୁମେହ ଓ ହାର୍ଟ ରୋଗର ଆଶଙ୍କା କମିଯାଇଥାଏ । ସୂର୍ୟ୍ୟମୁଖୀ, ସୋୟାବିନ, ଖଜୁରୀ ତେଲ ବ୍ୟବହାର କଲେ ତାହା ଶରୀରରେ କ୍ୟାନସର ସେଲକୁ ଜନ୍ମ ଦେଇଥାଏ ବୋଲି ପୂର୍ବରୁ ରିସର୍ଚ୍ଚରୁ ଜଣାପଡ଼ିଛି ।

ସେହିଭଳି ସୋରିଷ ତେଲରେ ଅଧିକ ସାଚୁରେଟେଡ ଓ ପଲି ସାଚୁରେଟେଡ ଫ୍ୟାଟ ରହିଥିବା ବେଳେ ତାହାକୁ ହେଲଦି ଫ୍ୟାଟ କୁହାଯାଇଥାଏ, ଯାହାକି ଆମର ହାର୍ଟକୁ ସୁସ୍ଥ ରଖିଥାଏ । ସୂର୍ୟ୍ୟମୁଖୀ ତେଲରେ ସାଚୁରେଟେଡ ଫ୍ୟାଟ ଖୁବ୍ କମ୍ ରହିଥିବା ବେଳେ ଅନସାଚୁରେଟେଡ ଫ୍ୟାଟ ଅଧିକ ରହିଥାଏ । ତାହା ହାଡ଼କୁ ମଜବୁତ ରଖିବା ସହିତ ହାର୍ଟ ରୋଗର ଆଶଙ୍କାକୁ ହ୍ରାସ କରିଥାଏ । ରାଶି ତେଲ ଆମର ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଅଲିଭ ଅଏଲ ହୃଦ ସମ୍ବନ୍ଧୀୟ ରୋଗଠାରୁ ଆମକୁ ଦୂରେଇ ରଖିଥାଏ ।

Get real time updates directly on you device, subscribe now.