fbpx
BJD SKY
BJD SKY

CocaCola, Sprite, Maazaରେ ମିଶିଛି ଭୟଙ୍କର ଇବୋଲା ଭାଇରସ୍! ‘ହାଇଦ୍ରାବାଦ ପୋଲିସ’ ତରଫରୁ ୱାର୍ଣ୍ଣିଂ

BJD

ନୂଆଦିଲ୍ଲୀ: କୋକା କୋଲା, ସ୍ପ୍ରାଇଟ୍, ମାଜା, ଫାଣ୍ଟା ଇତ୍ୟାଦି କୋଲ୍ଡ ଡ୍ରିଙ୍କସ ବ୍ରାଣ୍ଡ ଲୋକଙ୍କର ସବୁଠୁ ପ୍ରିୟ । ବଜାରରେ ଏହି ବ୍ରାଣ୍ଡର କୋଲ୍ଡ ଡ୍ରିଙ୍କସର ଖୁବ ଚାହିଦା ରହିଛି । କିନ୍ତୁ ଏହାକୁ ନେଇ ଏକ ଭୟାନକ ତଥ୍ୟ ଏବେ ସାମନାକୁ ଆସିଛି । ଏସବୁ କୋଲ୍ଡ ଡ୍ରିଙ୍କସରେ ଇବୋଲା ନାମକ ଏକ ଭୟଙ୍କର ଭାଇରସ ମିଶା ଯାଇଥିବା ଜାଣିବାକୁ ମିଳିଛି । ଯାହା ଶରୀରକୁ ଗଲେ ମଣିଷର ମୃତ୍ୟୁ ମଧ୍ୟ ହୋଇପାରେ । ତେଣୁ ଏ ନେଇ ହାଇଦ୍ରାବାଦ ପୋଲିସ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଉଛି । ହାଇଦ୍ରାବାଦ ପୋଲିସ ପକ୍ଷରୁ ଦିଆ ଯାଉଥିବା ଏହି ମେସେଜକୁ ଅଧିକରୁ ଅଧିକ ସେୟାର କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି ।

ହାଇଦ୍ରାବାଦ ପୋଲିସ ତରଫରୁ ପଠାଯାଇଥିବା ମେସେଜରେ କୁହାଯାଇଛି ଯେ, କୋକା କୋଲା, ସ୍ପ୍ରାଇଟ, ପେପ୍ସି, ମାଜା, ସେଭେନ ଅପ୍ ଏବଂ ଥମ୍ସ ଅପ୍ ଭଳି କୋଲ୍ଡ ଡ୍ରିଙ୍କସରେ ଇବୋଲା ନାମକ ଏକ ଭାଇରସର ରକ୍ତକୁ ମିଶ୍ରଣ କରାଯାଇଛି । ଏ ନେଇ କମ୍ପାନୀରେ କାମ କରୁଥିବା ଜଣେ କର୍ମଚାରୀ ସୂଚନା ଦେଇଥିବା ଉଲ୍ଲେଖ କରିଛି ହାଇଦ୍ରାବାଦ ପୋଲିସ । ତେଣୁ ଏହି ମେସେଜକୁ ସମସ୍ତଙ୍କୁ ସେୟାର କରିବା ସହ ସତର୍କ କରାଇବା ପାଇଁ କହିଛି ହାଇଦ୍ରାବାଦ ପୋଲିସ ଡିପାର୍ଟମେଣ୍ଟ । ତେବେ ପୋଲିସ ବିଭାଗର ଏହି ମେସେଜ ପରେ ଗ୍ରାହକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏହି ମେସେଜ ଯୋଗୁଁ ବଜାରରେ କୋଲ୍ଡ ଡ୍ରିଙ୍କସର ବିକ୍ରି ଉପରେ ମଧ୍ୟ ପ୍ରଭାବ ପଡିଛି । ଅଧିକାଂଶ ଲୋକ ଇବୋଲା ଭାଇରସ ଭୟରେ କୋଲ୍ଡ ଡ୍ରିଙ୍କସ କିଣିବା ମଧ୍ୟ ବନ୍ଦ କରି ଦେଉଛନ୍ତି ।

ତେବେ ଏହି ମେସେଜକୁ ନେଇ ପିଆଇବି ଏକ ଫ୍ୟାକ୍ଟ ଚେକ୍ କରିଛି । ଏଥିରେ ଜଣାପଡିଛି ଯେ, ହାଇଦ୍ରାବାଦ ପୋଲିସ ନାଁରେ ହୋଇଥିବା ଏହି ମେସେଜ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ । ହାଇଦ୍ରାବାଦ ପୋଲିସ ତରଫରୁ ଏପରି କୌଣସି ପୋଷ୍ଟ କରା ଯାଇ ନଥିବା ବେଳେ କେହି ଜଣେ ହାଇଦ୍ରାବାଦ ପୋଲିସ ନାଁରେ ଏପରି ଫେକ୍ ମେସେଜ ଭାଇରାଲ କରୁଥିବା ସ୍ପଷ୍ଟ କରିଛି ପିଆଇବି ଫ୍ୟାକ୍ଟ ଚେକ୍ । ପୂର୍ବରୁ ମଧ୍ୟ ଏପରି ମଥ୍ୟା ଗୁଜବ ଭାଇରାଲ କରାଯାଇଛି ।

Get real time updates directly on you device, subscribe now.