fbpx

କେଉଁ ବ୍ୟକ୍ତିଙ୍କ ଚରଣ ସ୍ପର୍ଶ କରିବା ଉଚିତ, ଜାଣନ୍ତୁ କ’ଣ କହୁଛି ଶାସ୍ତ୍ର ?

ହିନ୍ଦୁ ଧର୍ମରେ ବଡ଼ମାନଙ୍କ ପାଦ ଛୁଇଁ ଆର୍ଶୀବାଦ ନେବା ପ୍ରଚୀନ ପରମ୍ପରା ଅଟେ । ଏହା ସେମାନଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧାକୁ ଦର୍ଶାଇଥାଏ । କିନ୍ତୁ ଶାସ୍ତ୍ର ଅନୁଯାୟୀ କିଛି ଲେକଙ୍କ ପାଦ ଛୁଇଁ ଆର୍ଶୀବାଦ ନେବା ବର୍ଜନୀୟ ଅଟେ । ଏହା ଦ୍ୱାରା ଅର୍ଜିଥିବା ପୁଣ୍ୟ ନଷ୍ଟ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଲୋକମାନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇପାରିବା ନାହିଁ ।

୧. ଜ୍ୱାଇଁକୁ ଶ୍ୱଶୁରର ପାଦ ଛୁଇଁବା ଉଚିତ ନୁହେଁ । ମାନ୍ୟତା ରହିଛି ଯେ ଭଗବାନ ଶିବ ଦକ୍ଷ ପ୍ରଜାପତିଙ୍କ ହତ୍ୟା କରିଥିଲେ । ସେବେ ଠାରୁ ଏହି ନିୟମ ଚାଲି ଆସିଛି ।

୨. ଭଣଜାକୁ ମାମୁଁଙ୍କ ପାଦ ଛୁଇଁବା କଥା ନୁହେଁ । ଭଣଜାଙ୍କୁ ପୂଜନୀୟ ବିବେଚିତ କରାଯାଇଛି ଏବଂ ପାଦ ଛୁଇଁ ଆଶୀର୍ବାଦ ନେବା ଦ୍ୱାରା ମାମୁଁଙ୍କୁ ପାପ ଲାଗିଥାଏ । ସେହିପରି ଶ୍ରୀ କୃଷ୍ଣ କଂସଙ୍କ ବଧ କରିଥିବାରୁ ଏହି ନିୟମ ରହିଆସିଛି ।

୩. କୁଆଁରୀ ଝିଅମାନେ ସାକ୍ଷାତ ଦେବୀଙ୍କ ସ୍ୱରୂପ ବୋଲି ମାନ୍ୟତା ରହିଛି ତେଣୁ ସେମାନଙ୍କୁ ଚରଣ ସ୍ପର୍ଶ କରାଇବା ଉଚିତ ନୁହେଁ । ଅନେକ କ୍ଷେତ୍ରରେ ଝିଅ ବୋହୂଙ୍କୁ ଘରର ଲକ୍ଷ୍ମୀ ବୋଲି ବିବେଚିତ କରାଯାଇଛି ତେଣୁ ସେମାନଙ୍କ ଦ୍ୱାରା ପାଦ ସ୍ପର୍ଶ କରାନ୍ତୁ ନାହିଁ ।

୪. ସନ୍ୟାସୀଙ୍କ ଠାରୁ ଚରଣ ସ୍ପର୍ଶ କରାନ୍ତୁ ନାହିଁ । ସେମାନେ କେବଳ ତାଙ୍କ ଗୁରୁଙ୍କ ଚରଣ ସ୍ପର୍ଶ କରିଥାନ୍ତି ।

୫. ଶୋଇଥିବା ବ୍ୟକ୍ତିଙ୍କ ଚରଣ ସ୍ପର୍ଶ କରନ୍ତୁ ନାହିଁ । ଏହା ଦ୍ୱାରା ସେମାନେ ସ୍ୱଳ୍ପାୟୁ ହୋଇଥାନ୍ତି ।

୬. ମନ୍ଦିର ଭିତରେ କୌଣସି ଗୁରୁଜନଙ୍କ ପାଦ ସ୍ପର୍ଶ କରନ୍ତୁ ନାହିଁ । ଏହା ଦ୍ୱାରା ମନ୍ଦିରରେ ଥିବା ଦେବୀଦେବତାଙ୍କ ଅପମାନ ହୋଇଥାଏ ।

୭. ପୂଜାପାଠ କରୁଥିବା ସମୟରେ କୌଣସି ଗୁରୁଜନଙ୍କ ପାଦ ସ୍ପର୍ଶ କରନ୍ତୁ ନାହିଁ । ଏହା ଦ୍ୱାରା ଦୁଇ ଜଣଙ୍କୁ ପାପ ଲାଗିଥାଏ ।

୮. ଶ୍ମଶାନରୁ ଫେରିଥିବା ବ୍ୟକ୍ତିଙ୍କ ପାଦ ଛୁଇଁବା ଠାରୁ ଦୂରେଇ ରୁହନ୍ତୁ । ଅନ୍ତିମ ସଂସ୍କାର କରି ଫେରିଥିବା ବ୍ୟକ୍ତି ଅଶୁଦ୍ଧ ଅଟନ୍ତି । ସ୍ନାନ କରି ଶୁଦ୍ଧି ହେଲା ପରେ ସେମାନଙ୍କ ପାଦ ସ୍ପର୍ଶ କରିପାରିବେ ।

୯. ଶାସ୍ତ୍ର ଅନୁଯାୟୀ ସ୍ତ୍ରୀ ସ୍ୱାମୀର ପାଦ ଛୁଇଁ ପାରିବ କିନ୍ତୁ ସ୍ୱାମୀ ସ୍ତ୍ରୀର ପାଦ ଛୁଇଁବା ଉଚିତ ନୁହେଁ । ଏହା ଦ୍ୱାରା ପରିବାର ଉପରେ ସଙ୍କଟ ଦେଖାଦେଇଥାଏ ଏବଂ ଘରର ସୌଭାଗ୍ୟ ହ୍ରାସ ହୋଇଥାଏ ।

Get real time updates directly on you device, subscribe now.