fbpx
BJD SKY
BJD SKY

ନୂଆବର୍ଷରେ ଭାରତର କେଉଁ ରାଜ୍ୟର ଲୋକ ସବୁଠାରୁ ଅଧିକ ମଦ ପିଇଥାନ୍ତି ?

BJD

ନୂଆଦିଲ୍ଲୀ: ନୂଆ ବର୍ଷ ମାତ୍ର ପାଞ୍ଚ ଦିନ ରହିଲା। ଏବେଠୁ ସଜବାଜ ହେଲେଣି ଯୁବପିଢ଼ି। ପ୍ରତିବର୍ଷ ଲୋକମାନେ ନୂଆବର୍ଷ ପାଳନ ପାଇଁ କୋଟି କୋଟି ରଙ୍କାର ମଦ କିଣନ୍ତି। ଆସନ୍ତୁ ଜାଣିବା ନୂଆବର୍ଷରେ କେଉଁ ରାଜ୍ୟର ଲୋକେ ସବୁଠାରୁ ଅଧିକ ମଦ କିଣନ୍ତି। ଅବକାରୀ ବିଭାଗର ରିପୋର୍ଟ ଅନୁଯାୟୀ ୨୦୨୩ ମସିହା ନୂଆ ବର୍ଷ ପାଳନରେ ରାଜସ୍ଥାନରେ ସର୍ବାଧିକ ପରିମାଣର ମଦ ପିଇଛନ୍ତି। ୨୦୨୨ ଡିସେମ୍ବର ୩୦ ଓ ୩୧ତାରିଖରେ ଏଠାରେ ୩୫.୨୬ କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା। କେବଳ ଜୟପୁରରେ ଏହି ଦୁଇ ଦିନରେ ୧୧ କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା। ଦିଲ୍ଲୀ ବିଷୟରେ କହିବାକୁ ଗଲେ ୨୦୨୨ ଡିସେମ୍ବର ୩୧ରେ ଏଠାରେ ୯ କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା । ତେବେ ୨୦୨୧ରେ ଏହି ଦୁଇ ଦିନର ତଥ୍ୟକୁ ଦେଖିଲେ ୨୦୨୧ ଡିସେମ୍ବର ୩୦-୩୧ରେ ରାଜସ୍ଥାନରେ ୭୭.୮୨ କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା।

ଅର୍ଥନୈତିକ ଗବେଷଣା ଏଜେନ୍ସି ଆଇସିଆରଆଇଇଆର ଏବଂ ଆଇନ ପରାମର୍ଶଦାତା ସଂସ୍ଥା ପିଏଲଏର ଚାମ୍ବର୍ସର ଏକ ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରାୟ ୧୬ କୋଟି ଲୋକ ମଦ ୍ୟପାନ କରନ୍ତି। ଏହି ସଂଖ୍ୟା ମଧ୍ୟରୁ ୯୫ ପ୍ରତିଶତ ହେଉଛନ୍ତି ପୁରୁଷ। ପୁରୁଷମାନଙ୍କ ବୟସ ୧୮ରୁ ୪୯ ବର୍ଷ ମଧ୍ୟରେ ରହିଛି। ଏହା ବ୍ୟତୀତ ଏହି ସଂଖ୍ୟାର ୫ ପ୍ରତିଶତ ହେଉଛନ୍ତି ମହିଳା, ଯେଉଁମାନେ ମଦ୍ୟପାନ କରନ୍ତି । ଏବେ ଆସନ୍ତୁ ଜାଣିବା କେଉଁ ରାଜ୍ୟର ଲୋକମାନେ ଅଧିକ ମଦ ପିଅନ୍ତି । ଅନ୍ୟ ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ୨୦୨୦ ମସିହାରେ ଭାରତରେ ୫ଟି ରାଜ୍ୟ ଥିଲା ଯେଉଁଠାରେ ସର୍ବାଧିକ ମଦ୍ୟପାନ କରାଯାଏ । ଛତିଶଗଡ଼ ପ୍ରଥମ ସ୍ଥାନରେ ରହିଥିଲା। ଏଠାକାର ମୋଟ ଜନସଂଖ୍ୟାର ପ୍ରାୟ ୩୫.୬ ପ୍ରତିଶତ ଲୋକ ମଦ୍ୟପାନ କରନ୍ତି । ତ୍ରିପୁରା ଦ୍ୱିତୀୟ ସ୍ଥାନରେ ରହିଛି। ଏଠାକାର ମୋଟ ଜନସଂଖ୍ୟାର ୩୪.୭ ପ୍ରତିଶତ ଲୋକ ମଦ୍ୟପାନ କରନ୍ତି । ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶ ତୃତୀୟ ସ୍ଥାନରେ ରହିଛି। ଏଠାକାର ମୋଟ ଜନସଂଖ୍ୟାର ୩୪.୫ ପ୍ରତିଶତ ନିୟମିତ ମଦ୍ୟପାନ କରନ୍ତି ।

ବି.ଦ୍ର: ମଦ୍ୟପାନ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ। ଆମର ଉଦ୍ଦେଶ ମଦ୍ୟପାନକୁ ପ୍ରୋତ୍ସାହନ କରିବା ନୁହେଁ। ଅବକାରୀ ବିଭାଗର ରିପୋର୍ଟକୁ ଆଧାର କରି ଆମେ ଏକ ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରଛୁ।

Get real time updates directly on you device, subscribe now.