fbpx

କଥା କହିବାର ଶକ୍ତି ଛଡ଼ାଇ ନେଉଛି କରୋନା: ଭୟଙ୍କର ପ୍ରଭାବ ଉପରେ ରିସର୍ଚ୍ଚରୁ ଖୁଲାସା

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ପୁଣି ଭୟ ବିସ୍ତାର କରୁଛି କରୋନା ମହାମାରୀ । ଚୀନ-ସିଙ୍ଗାପୁର ସମେତ ବିଭିନ୍ନ ଦେଶରେ ପୁଣିଥରେ ବଢିଲାଣି କରୋନା ସଂକ୍ରମଣ । ଯାହାକୁ ନେଇ ଏବେ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ପଡ଼ିଛି । ତେବେ ଲୋକମାନଙ୍କୁ କରୋନାର ପରବର୍ତ୍ତୀ ଭାରିଆଣ୍ଟ ପ୍ରତି ସତର୍କ ରହିବା ପାଇଁ ମଧ୍ୟ ପରାମର୍ଶ ଜାରି ହୋଇଛି । ତେବେ ଏହି ନୂଆ ଭାରିଆଣ୍ଟରେ କିଛି ଭୟଙ୍କର ପ୍ରଭାବ ଦେଖିବାକୁ ମିଳୁଛି । ଏଥିରେ ମୁହଁର ସ୍ୱାଦ ଏବଂ ଆଘ୍ରାଣ ଶକ୍ତି ଚାଲିଯିବା ସହ ଓଠରୁ ଶବ୍ଦ ମଧ୍ୟ ହରାଇ ଦେଉଥିବା ରିସର୍ଚ୍ଚରୁ ଜଣାପଡ଼ିଛି ।

ଏକ ରିସର୍ଚ୍ଚରୁ ଜାଣିବାକୁ ମିଳିଛି ଯେ, କରୋନା ଯୋଗୁଁ କେବଳ ମଣିଷର ସ୍ୱାଦ ସହିତ ଆଘ୍ରାଣ ଶକ୍ତି ମଧ୍ୟ ହରାଇ ଦେଇଥାଏ । ତେବେ ଏହାବ୍ୟତୀତ ବର୍ତ୍ତମାନର ନୂଆ ଭାରିଆଣ୍ଟରେ ଗଳାର ଭାଷା ଉପରେ ମଧ୍ୟ ଏହା ଖୁବ ପ୍ରଭାବ ପକାଉଥିବା ଜାଣଶିବାକୁ ମିଳିଛି । ଏହାକୁ ଭୋକାଲ କାର୍ଡ ପାରାଲିସିସ ବୋଲି କୁହାଯାଏ । ଅର୍ଥାତ୍ କରୋନାର ଏହି ଭାରିଆଣ୍ଟରେ ମଣିଷ ବା ଆକ୍ରାନ୍ତ ମୁକ ହୋଇଯିବାର ମଧ୍ୟ ସମ୍ଭାବନା ରହିଛି ବୋଲି ସ୍ପଷ୍ଟ କରିଛି ରିସର୍ଚ୍ଚର ରିପୋର୍ଟ । ପୂର୍ବ ଭାରିଆଣ୍ଟ ଗୁଡ଼ିକରେ କରୋନା ପାଇଁ ସଂକ୍ରମିତ କେବଳ ନିଜର ସ୍ୱାଦ ଚାଖିବାର ଶକ୍ତି ଏବଂ ପରେ ଶୁଙ୍ଘିବା ଶକ୍ତି ହରାଉଥିଲେ ।

ନଭେମ୍ବର -୨୦୨୩ ସୁଦ୍ଧା ଚାଇନାରେ ପିଲାମାନଙ୍କ ମଧ୍ୟରେ ନିମୋନିଆ ସମେତ ବିଭିନ୍ନ ଶ୍ୱାସକ୍ରିୟା ରୋଗର ବୃଦ୍ଧି ଘଟୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ବାଜ ନଭେମ୍ବର ୩୦ ରେ ଶ୍ୱାସକ୍ରିୟା ବିଶେଷଜ୍ଞଙ୍କ ସହ ଏକ ବୈଠକ ଡାକିଥିଲେ। ନିମୋନିଆର ଆରଟି-ପିସିଆର ପରୀକ୍ଷଣ, ନମୁନାଗୁଡିକର ସବିଶେଷ ତଥ୍ୟ ଏବଂ ଆଣ୍ଟି-ଭାଇରାଲ୍ ଔଷଧର ପର୍ୟ୍ୟାପ୍ତ ପରିମାଣର ଷ୍ଟକ୍ ସମ୍ବନ୍ଧରେ ଏସଓପି ଜାରି କରାଯାଇଥିଲା । ଏଥିରେ ବିଭିନ୍ନ ପାରାମିଟର ଉପରେ ପ୍ରସ୍ତୁତିର ଆକଳନ କରିବାକୁ ଡିସେମ୍ବର ୧୩ ରୁ ଡିସେମ୍ବର ୧୭ ମଧ୍ୟରେ ସମସ୍ତ ଡାକ୍ତରଖାନାରେ ମକ୍ ଡ୍ରିଲ୍ କରାଯାଇଥିଲା ।

Get real time updates directly on you device, subscribe now.