fbpx

୯୦୦ ବର୍ଷ ପରେ ଲାଗିଛି ମହାସୂର୍ଯ୍ୟପରାଗ, ଜାଣନ୍ତୁ କେଉଁ ରାଶି ପ୍ରତି ଅଧିକ ହାନିକାରକ

ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଲାଗିବା ଆରମ୍ଭ ହୋଇସାରିଛି । ଜ୍ୟୋର୍ତିବିଜ୍ଞାନୀମାନେ ଏହାକୁ ମହା ସୂର୍ଯ୍ୟପରାଗ ବୋଲି କହିଛନ୍ତି । ସେମାନଙ୍କ ମତରେ ଆଜିଠାରୁ ପ୍ରାୟ ୯୦୦ ବର୍ଷ ପୂର୍ବେ ଏପରି ସୂର୍ଯ୍ୟପରାଗ ହୋଇଥିଲା । ଏହି ସୂର୍ଯ୍ୟପରାଗରେ ରାହୁ, ବୁଧ ଓ ଚନ୍ଦ୍ର ସହିତ ସୂର୍ଯ୍ୟଙ୍କର ମିଳନ ହେବ । ଏଥିରେ ସୂର୍ଯ୍ୟ ସହ ମଙ୍ଗଳର ସମ୍ବନ୍ଧ ହେବ । ସୂର୍ଯ୍ୟ, ଚନ୍ଦ୍ର ଓ ମଙ୍ଗଳର ମିଶ୍ରଣ ଫଳରେ ଦୁର୍ଘଟଣା ସମ୍ଭାବନା ରହିଛି ।

ତେବେ ଏହି ସୂର୍ଯ୍ୟପରାଗ ବିଭିନ୍ନ ରାଶିକୁ ପ୍ରଭାବିତ କରୁଛି । ସୂର୍ଯ୍ୟପରାଗ ମିଥୁନ ରାଶି ଓ ମୃଗାଶିରା ନକ୍ଷତ୍ରରେ ରହିବ । ମିଥୁନ ଓ ଧନୁ ରାଶି ଉପରେ ଏହାର ସବାଧିକ ପ୍ରଭାବ ପଡିବ । ଏହା ବ୍ୟୃତିତ ବୃଷ, କନ୍ୟା, ତୁଳା, ବିଛା, କୁମ୍ଭ ଓ ମୀନ ରାଶି ଉପରେ ବି ସୂର୍ଯ୍ୟପରାଗର ଭଲ ପ୍ରଭାବ ପଡିବ ନାହିଁ । ଅଧିକାଂଶ ରାଶିର ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଓ କ୍ୟାରିୟର ଉପରେ ସଙ୍କଟ ହୋଇପାରେ ।

ତେବେ ଆସନ୍ତୁ ଜାଣିବା କେଉଁ ରାଶି ଉପରେ କ’ଣ ପ୍ରଭାବ ପଡିବ..

ମେଷ ରାଶି – ସୂର୍ଯ୍ୟ ପରାଗ ଆପଣଙ୍କ ରାଶିର ୩ୟ ଭାବରେ ଲାଗିବାକୁ ଯାଉଛି । ସୂର୍ଯ୍ୟ ପରାଗ ସମୟରେ ମେଷ ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ମଜବୁତ ରହିବ । କର୍ମକ୍ଷେତ୍ରରେ ପ୍ରସଂଶା ପାଇବେ । ଭାଇ-ଭଉଣୀଙ୍କ ସହ ସଂପର୍କ ମଧୁର ହେବ ଏବଂ ପରିବାର ସଦସ୍ୟଙ୍କ ସହ ଭଲ ସମୟ ଅତିବାହିତ କରିବେ । ଆପଣ ଏଭଳି ବ୍ୟକ୍ତିଙ୍କୁ ଭେଟିପାରିନ୍ତି ଯିଏ ଭବିଷ୍ୟତରେ ଆପଣଙ୍କୁ ଲାଭବାନ୍ ହେବାରେ ସହଯୋଗ କରିବେ ।

ବୃଷ ରାଶି – ସୂର୍ଯ୍ୟ ପରାଗ ଆପଣଙ୍କ ରାଶିର ୨ୟ ଭାବରେ ଲାଗିବାକୁ ଯାଉଛି । ଏହି ସୂର୍ଯ୍ୟ ପରାଗ ସମୟରେ ଏହି ରାଶିର ବ୍ୟକ୍ତିଙ୍କ କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ । ଆପଣ ସାବଧାନ କରିବା ଉଚିତ୍ । ଆପଣଙ୍କ ଖର୍ଚ୍ଚ ବଢିପାରେ । ଏଥିପାଇଁ ଆପଣଙ୍କୁ ଆର୍ଥିକ ସନ୍ତୁଳନ ବଜାୟ ରଖିବାକୁ ପଡିବ । ଏହି ସମୟରେ ଆପଣ କାହାରିକୁ କରଜ ଦିଅନ୍ତୁନାହିଁ । ବିବାଦରୁ ଦୂରେଇ ରୁହନ୍ତୁ । ନଚେତ୍ ଆପଣ ସମସ୍ୟାରେ ପଡିପାରନ୍ତି ।

ମିଥୁନ ରାଶି – ସୂର୍ଯ୍ୟ ପରାଗ ଏହି ରାଶିର ଲଗ୍ନ ଭାଗ ଅର୍ଥାତ୍ ପ୍ରଥମ ସ୍ଥାନରେ ଲାଗିବାକୁ ଯାଉଛି । ଏହାଦ୍ବାରା ଏହି ରାଶିର ବ୍ୟକ୍ତି ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ମାସ୍କ ପିନ୍ଧି ଘରୁ ବାହାରକୁ ଯାଆନ୍ତୁ । ଆପଣ ନିଜ ଜିଦ୍ କୁ ନିୟନ୍ତ୍ରଣରେ ରଖନ୍ତୁ । ଅନ୍ୟଥା ଆପଣଙ୍କ ସ୍ବାଭାବରେ ଚିଡଚିଡାପଣ ଆସିଯିବ । ଫଳରେ ଆପଣ ସମସ୍ୟାରେ ପଡିପାରନ୍ତି । ଆଧ୍ୟାତ୍ମିକ ହୁଅନ୍ତୁ ଏବଂ ସକରାତ୍ମକ ରହିବାକୁ ଚେଷ୍ଟା କରନ୍ତୁ । କର୍ମକ୍ଷେତ୍ରରେ ଧର୍ଯ୍ୟ ବଜାୟ ରଖନ୍ତୁ ।

କର୍କଟ ରାଶି – ସୂର୍ଯ୍ୟ ପରାଗ ଆପଣଙ୍କ ରାଶିର ୧୨ତମ ଭାବରେ ଲାଗିବାକୁ ଯାଉଛି । ଏହି ସମୟରେ ଆପଣଙ୍କର ଧନ ହାନି ହୋଇପାରେ । ଏଥିପାଇଁ କିଛି ସମୟ ପାଇଁ ଆପଣ କିଣାକିଣିରୁ ନିବୃତ୍ତ ରୁହନ୍ତୁ । ଏହାସହ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଆପଣ କୋର୍ଟ ମାମଲାରୁ ଦୂରେଇ ରୁହନ୍ତୁ । ଦୂର ସ୍ଥାନକୁ ଯାତ୍ରା କରନ୍ତୁନାହିଁ ।

ସିଂହ ରାଶି – ସୂର୍ଯ୍ୟ ପରାଗ ଆପଣଙ୍କ ରାଶିର ୧୧ତମ ସ୍ଥାନରେ ଲାଗୁଛି । ଏହି ସମୟରେ ଆୟ ବୃଦ୍ଧି ପାଇଁ ଆପଣଙ୍କୁ ଅନେକ ଅବସର ମିଳିବ । ଏହାସହ ଆପଣଙ୍କ ଅଧୁରା ସ୍ବପ୍ନ ମଧ୍ୟ ପୂରା ହେବ । କାହା ପାଖରେ ରହିଯାଇଥିବା ଅର୍ଥ ଆପଣଙ୍କୁ ମିଳିଯିବ । ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ଆପଣଙ୍କ ବ୍ୟବହାର ଉତ୍ତମ ରହିବ । କର୍ମକ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଲାଭ ମିଳିବ ।

କନ୍ୟା ରାଶି – ସୂର୍ଯ୍ୟ ପରାଗ ଆପଣଙ୍କ ରାଶିର ୧୦ମ ସ୍ଥାନରେ ଲାଗିବାକୁ ଯାଉଛି । କାରିୟକ ପାଇଁ ପରାଗ ଉତ୍ତମ ରହିବ । ଏହା ଦ୍ବାରା ଲାଭ ମଧ୍ୟ ମିଳିବ । କର୍ମକ୍ଷେତ୍ରରେ ଆପଣଙ୍କ ଦାୟିତ୍ବ ବଢିବ । ଏହାସହ ପ୍ରମୋସନ ମଧ୍ୟ ହେବ । ପରିବାର ସହ ଉତ୍ତମ ସମୟ ଅତିବାହିତ କରିବେ । ଆପଣ କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଆପଣଙ୍କୁ ସରକାରଙ୍କ ତରଫରୁ କୌଣସି ଯୋଜନାର ଲାଭ ମିଳିବ ।

ତୁଳା ରାଶି – ସୂର୍ଯ୍ୟ ପରାଗ ଆପଣଙ୍କର ରାଶିର ୯ମ ସ୍ଥାନରେ ଲାଗିବାକୁ ଯାଉଛି । ଆପଣଙ୍କୁ କର୍ମକ୍ଷେତ୍ରରେ ସଫଳତା ମିଳିବ । ସନ୍ତାନମାନଙ୍କ ତରଫରୁ ଶୁଭ ଖବର ପ୍ରାପ୍ତି ହେବ । କିଛି ସମୟ ପାଇଁ କୌଣସି ଜିନିଷରେ ନିବେଶ କରିବାରୁ ଦୂରେଇ ରୁହନ୍ତୁ । ସ୍ବାସ୍ଥ୍ୟର ବିଶେଷ ଧ୍ୟାନ ଦିଅନ୍ତୁ । ଘରୁ ସବୁବେଳେ ମାସ୍କ ଲଗାଇ ବାହାରକୁ ବାହରନ୍ତୁ । ଛାତ୍ରମାନଙ୍କର ପାଠପଢାରେ ମନ ନିବେଶ କରିବେ ।

ବିଛା ରାଶି – ସୂର୍ଯ୍ୟ ପରାଗ ଆପଣଙ୍କ ରାଶିର ୮ମ ସ୍ଥାନରେ ଲାଗିବାକୁ ଯାଉଛି । ଆପଣ କୌଣସି ସଂକ୍ରମଣରୁ ଦୂରେଇ ରୁହନ୍ତୁ । ସବୁବେଳେ ସାମାଜିକ ଦୂରତା ନିୟମ ପାଳନ କରନ୍ତୁ । କାହା ପାଖରେ ରହିଥିବା ଅର୍ଥ ପ୍ରାପ୍ତି ହେବ । ପରିବାର ସଦସ୍ୟଙ୍କ ଚିନ୍ତା ଆପଣଙ୍କୁ ଚିନ୍ତିତ କରିପାରେ । କର୍ମକ୍ଷେତ୍ରରେ ବିରୋଧୀ ସକ୍ରିୟ ହୋଇଯିବେ । ଆପଣଙ୍କୁ ସବୁବେଳେ ତାତ୍ସଲ୍ୟ କରିବାକୁ ପଛାଇବେ ନାହିଁ ।

ଧନୁ ରାଶି- ସୂର୍ଯ୍ୟ ପରାଗ ଆପଣଙ୍କ ରାଶିର ୭ମ ସ୍ଥାନରେ ଲାଗିବାକୁ ଯାଉଛି । ଅଟକି ରହିଥିବା ଜରୁରୀ କାମ ସଫଳ ହେବ । ବିଦେଶରୁ ଆପଣଙ୍କୁ ଲାଭ ମିଳିବ । ଜୀବନସାଥୀଙ୍କ ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ । ଆପଣଙ୍କ ସକରାତ୍ମକ ହୁଅନ୍ତୁ ଏବଂ ଆଧ୍ୟାତ୍ମିକ ହୁଅନ୍ତୁ । ଯୋଗ କରିବା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଉତ୍ତମ ରହିବ ।

ମକର ରାଶି – ସୂର୍ଯ୍ୟ ପରାଗ ଆପଣଙ୍କ ରାଶିର ୬ଷ୍ଠ ସ୍ଥାନରେ ଲାଗିବାକୁ ଯାଉଛି । ଆପଣଙ୍କର ଯେତେ କରଜ ଥିବା ତାହା ଧିରେ ଧିରେ ସୁଝିବେ । ଅନ୍ୟଥା ଆପଣ ସମସ୍ୟାରେ ପଡିବେ । ବିରୋଧୀ ଆପଣଙ୍କୁ ସମସ୍ୟାରେ ପକାଇପାରନ୍ତି । କୌଣସି ଆର୍ଥିକ ଖର୍ଚ୍ଚ କରିବାରୁ ଦୂରେଇ ରୁହନ୍ତୁ ।

କୁମ୍ଭ ରାଶି– ସୂର୍ଯ୍ୟ ପରାଗ ଆପଣଙ୍କ ରାଶିର ୫ମ ସ୍ଥାନରେ ଲାଗିବାକୁ ଯାଉଛି । ଜୀବନସାଥୀ ସହ ସଂପର୍କରେ ତିକ୍ତତା ଦେଖାଦେଇପାରେ । ଏଥିପାଇଁ ଧ୍ୟାନ ସହକାରେ ଯୋଗ ଆପଣଙ୍କ ପାଇଁ ଉତ୍ତମ ରହିବ । ଅଧା ହୋଇ ପଡି ରହିଥିବା କାମ ପୁଣି ଥରେ ଆରମ୍ଭ କରନ୍ତୁ । ଏହାଦ୍ବାରା ଲାଭ ମଧ୍ୟ ହେବ ଏବଂ ଆପଣଙ୍କ ଆତ୍ମବିଶ୍ବାସ ମଧ୍ୟ ବଢିବ ।

ମୀନ ରାଶି – ସୂର୍ଯ୍ୟ ପରାଗ ଆପଣଙ୍କ ରାଶିର ୪ର୍ଥ ଭାବରେ ଲାଗିବାକୁ ଯାଉଛି । ଛାତ୍ରମାନଙ୍କ ପାଇଁ ଏହି ସମୟ ଉତ୍ତମ ରହିବ । ଆଚାନକ ଅର୍ଥପ୍ରାପ୍ତି ହୋଇପାରେ । ଏହାସହ ବେରୋଜଗାର ଲୋକଙ୍କୁ ରୋଜଗାର ଅବସର ପ୍ରାପ୍ତି ହେବ । ବ୍ୟବସାୟୀମାନଙ୍କ ପାଇଁ ଗ୍ରହଣ ଉତ୍ତମ ରହିବ । ଆପଣଙ୍କ ଘରୋଇ ସଂପର୍କ ପ୍ରେମମୟ ଏବଂ ସହଯୋଗପୂର୍ଣ୍ଣ ରହିବ ।

Get real time updates directly on you device, subscribe now.