fbpx
BJD SKY
BJD SKY

୫ ବର୍ଷର ଶିଶୁ ତଣ୍ଟିରେ ଫସିଗଲା ହୁଇସିଲ୍: କଥା ବଦଳରେ ବାହାରିଲା ଶବ୍ଦ

BJD

ନୂଆଦିଲ୍ଲୀ: ଛୋଟ ପିଲାମାନେ ସାଧାରଣତଃ ହୁଇସିଲ ବଜାଇବାକୁ ଭଲ ପାଆନ୍ତି । କାନ୍ଦୁଥିବା ପିଲାମାନଙ୍କୁ ଚୁପ୍ କରାଇବା ପାଇଁ ବେଳେବେଳେ ସମ୍ପର୍କୀୟମାନେ ଏହି ହୁଇସିଲକୁ ଧରାଇ ଦେଇଥାଆନ୍ତି । କିନ୍ତୁ ହୁଇସିଲରେ ଖେଳିବା ଅନେକ ସମୟରେ ବିପଦପୂର୍ଣ୍ଣ ହୋଇପାର । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠାରେ ହୁଇସିଲ୍ ଠିକ୍ ଭାବରେ ବ୍ୟବହାର କରି ନପାରି ତଣ୍ଟିରେ ହୁଇସିଲକୁ ଫସାଇ ଦେଇଥିଲେ । ପରେ ଶିଶୁର ଗଳାରୁ କଥା ପରିବର୍ତ୍ତେ ହୁଇସିଲର ଶବ୍ଦ ବାହାରି ଥିଲା ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । କଥା ବଦଳରେ ହୁଇସିଲ ଶବ୍ଦ ବାହାରିବା କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ ।

ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶର ଫିରୋଜାବାଦର ଏକ ୫ ବର୍ଷର ଶିଶୁର ତଣ୍ଟିରେ ହୁଇସିଲ ଫସି ଯାଇଥିଲା । ହୁଇସିଲଟି ଫସି ଯାଇଥିବାରୁ ଶିଶୁଟି କଥା କହି ପାରୁ ନଥିଲା । ଏପରି ସମସ୍ୟା ଦେଖା ଦେବାରୁ ପରିବାର ଲୋକେ ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଏକ ଟ୍ରାମା ସେଣ୍ଟରର ଇଏନଟି ବିଶେଷଜ୍ଞଙ୍କ ନିକଟରେ ପରିବାର ଲୋକ ପହଞ୍ଚିଥିଲେ । ସେଠାରେ ଡାକ୍ତରମାନେ ଶିଶୁକୁ କାଶିବା ପାଇଁ କହିବାରୁ ଶିଶୁର ତଣ୍ଟିରୁ ହୁଇସିଲର ଶବ୍ଦ ବାହାରିଥିଲା ।

ଫିରୋଜାବାଦର ଜସରାନା ଅଞ୍ଚଳର ୫ ବର୍ଷର ଶିଶୁ ଅନୁଷ୍କାଙ୍କ ସହ ଏପରି ହୋଇଥିବା ଜଣାପଡ଼ିଛି । ଅନୁଷ୍କା ଘରେ ଏକ ହୁଇସିଲ ଧରି ଖେଳୁଥିଲା । ବିଛଣାରେ ଶୋଇ ହୁଇସିଲ ବଜାଉଥିବା ସମୟରେ ହିଁ ହୁଇସିଲଟି ତଣ୍ଟି ଭିତରକୁ ଖସି ଯାଇଥିଲା । ଶିଶୁ ହୁଇସିଲଟିକୁ କାଢିବା ପାଇଁ ଚେଷ୍ଟା କରୁଥିବା ବେଳେ ଏହା ଆହୁରି ଭିତରକୁ ଖସି ଯାଇଥିଲା । ପରିବାର ଲୋକେ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ଶିଶୁର ଚିକିତ୍ସା ହୋଇ ପାରିନଥିଲା । ପରେ ପ୍ରଇଭେଟ ଟ୍ରାମା ସେଣ୍ଟରର ଇଏନଟି ସର୍ଜନ ଭାନୁ ପ୍ରତାପ ସିଂ ଶିଶୁର ଚିକିତ୍ସା କରିବା ପରେ ଏହି ହୁଇସିଲଟି ବାହାରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.