fbpx

Air India ପାଇଲଟଙ୍କ ପାଇଁ ଖୁସିଖବର, କମ୍ପାନୀ ଆଣିଲା ଅବସର ପରେ ପୁଣିଥରେ ଚାକିରି ଅଫର୍

ଟାଟା ଗ୍ରୁପ୍ର ସ୍ୱାମିତ୍ୱରେ ଥିବା ଏୟାର ଇଣ୍ଡିଆ ଏହାର ଅବସରପ୍ରାପ୍ତ ପାଇଲଟଙ୍କ ପାଇଁ ଏକ ନୂଆ ଯୋଜନା ଆଣିବାକୁ ଯାଉଛି । ପାଇଲଟଙ୍କ ଅବସର ପରେ ସେମାନଙ୍କୁ ପୁଣି ଥରେ ପାଞ୍ଚ ବର୍ଷ ପାଇଁ କାମରେ ରଖିବାକୁ ଯୋଜନା କରୁଛି ଏୟାର ଇଣ୍ଡିଆ । ଏୟାରଲାଇନ ପରିଚାଳନାରେ ସ୍ଥିରତା ଆଣିବା ଉଦ୍ଦେଶ୍ୟରେ ଏହି ଯୋଜନା ଆରମ୍ଭ କରିଛି । କମ୍ପାନୀ ଦ୍ୱାରା ଜାରି କରାଯାଇଥିବା ଅନ୍ତରୀଣ ଇମେଲରୁ ଏହି ସୂଚନା ମିଳିଛି ।

ଏହି ପଦକ୍ଷେପ ଏଭଳି ସମୟରେ ନିଆଯାଇଛି ଯେତେବେଳେ କମ୍ପାନୀ ୩୦୦ ବିମାନର ଅଧିଗ୍ରହଣ ନେଇ ଆଲୋଚନା କରୁଥିବା ନେଇ ଚର୍ଚ୍ଚା ହେଉଛି । ଏୟାର ଇଣ୍ଡିଆ ଏହି ପାଇଲଟଙ୍କୁ କମାଣ୍ଡର ଭାବରେ ନେବାକୁ ବିଚାର କରୁଛି ଏଥିପାଇଁ କମ୍ପାନୀ ଚାଳକ ଦଳ ସଦସ୍ୟ ସହ ନିଜ କର୍ମଚାରୀଙ୍କ ପାଇଁ ଏକ ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ସର୍ଭିସ୍ ଆରମ୍ଭ କରିଛନ୍ତି । ଏହା ସହ କମ୍ପାନୀ ନୂଆ ଯୁବକଙ୍କ ଭର୍ତ୍ତି ମଧ୍ୟ କରୁଛି ।

ଏୟାର ଇଣ୍ଡିଆର ଉପ-ମହାପ୍ରବନ୍ଧକ ବିକାଶ ଗୁପ୍ତା କହିଛନ୍ତି ଯେ, ଏୟାର ଇଣ୍ଡିଆରେ କମାଣ୍ଡର ଭାବରେ ୫ ବର୍ଷ କିମ୍ବା ୬୫ ବର୍ଷ ପର୍ଯ୍ୟନ୍ତ ଆୟୁ ପ୍ରାପ୍ତ କରିବା ଯାଏ କାମ କରିବା ବିଷୟରେ ବିଚାର କରାଯାଉଛି । ମେଲ୍ ଅନୂଯାୟୀ ୨୩ ଜୁନ୍ ପର୍ଯ୍ୟନ୍ତ ଏହା ଉପରେ ଲିଖିତ ସହମତି ସହ ନିଜ ବିବରଣୀ ପ୍ରସ୍ତୁତ କରିବା କୁହାଯାଇଛି । ଅବଶ୍ୟ ଏନେଇ ଏୟାର ଇଣ୍ଡିଆ ତରଫରୁ ଏନେଇ କୌଣସି ଅଫସିଆଲ ବୟାନ ଦିଆଯାଇନାହିଁ । ସୂଚନାଯୋଗ୍ୟ, ଏୟାର ଇଣ୍ଡିଆ ଏହାର ପାଇଲଟଙ୍କ ୫୮ ବର୍ଷରେ ଅବସର ନେଇଥାନ୍ତି ।

 

Get real time updates directly on you device, subscribe now.