ନନ୍ଦନକାନନକୁ ଆସିଲେ ନୂଆ ଅତିଥି, ଦ୍ବିତୀୟ ଥର ପାଇଁ ମାଆ ହେଲା ବାଘୁଣୀ ମୌସୁମୀ

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସିର ଖବର । ଦ୍ବିତୀୟ ଥର ପାଇଁ ମାଆ ହେଲା ବାଘୁଣୀ ମୌସୁମୀ । ଧଳା ବାଘୁଣୀ ମୌସୁମୀ ଜନ୍ମ ଦେଲା 2 ଶାବକ ।

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସିର ଖବର । ଦ୍ବିତୀୟ ଥର ପାଇଁ ମାଆ ହେଲା ବାଘୁଣୀ ମୌସୁମୀ । ଧଳା ବାଘୁଣୀ ମୌସୁମୀ ଜନ୍ମ ଦେଲା 2 ଶାବକ । ଯାହାକୁ ମିଶାଇ ନନ୍ଦନକାନନରେ ବାଘ ସଂଖ୍ୟା 29କୁ ବୃଦ୍ଧି ପାଇଛି ।

ନନ୍ଦନକାନନର 20 ନଂ ଖୁଆଡ଼ରେ ଶନିବାର ବିଳମ୍ବିତ ରାତି ଦୁଇ ଘଣ୍ଟା ଅନ୍ତରରେ 2ଟି ଶାବକ ଜନ୍ମ ଦେଇଥିଲା। ଖୁଆଡରେ ଲାଗିଥିବା ସିସିଟିଭି ମାଧ୍ୟମରେ ତା’ ଉପରେ ନଜର ରଖାଯାଇଛି। ବାଘୁଣୀ ମୌସୁମୀ ଛୁଆମାନଙ୍କର ଯତ୍ନ ନେବା ସହିତ କ୍ଷୀର ପାନ କରଉଥିବା ଦେଖିବାକୁ ମିଳିଛି। ନନ୍ଦନକାନନରେ ବାଘ ସଂଖ୍ୟା 29କୁ ବୃଦ୍ଧି ପାଇଥିବା ସୂଚନା ମିଳିଛି।

30 ଜୁଲାଇ 2024ରେ ମୌସୁମୀ ପ୍ରଥମ ଥର ମାଆ ହୋଇଥିଲା। ତିନୋଟି ଶାବକ ଜନ୍ମ ଦେଇଥିଲା। ତେବେ ସେମାନଙ୍କର ଠିକ ଭାବରେ ଯତ୍ନ ନେଇ ନପାରିବାରୁ ସମସ୍ତଙ୍କର ମୃତ୍ୟୁ ହୋଇଥିଲା। ଶନିବାର ପୁଣି ଧଳା ବାଘୁଣୀ ମୌସୁମୀ ଦ୍ବିତୀୟ ଥର ମାଆ ହୋଇଛି। ଦୁଇଟି ଶବକ ସୁସ୍ଥ ଥିବା ଜଣାପଡିଛି। ନନ୍ଦନକାନନ କର୍ତ୍ତୃପକ୍ଷ ସିସିଟିଭି ମାଧ୍ୟମରେ ନଜର ରଖିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଧଳା ବାଘୁଣୀ ସେହ୍ନା ଓ ମହାବଳ ବାଘ ମନୀସର ମିଳନରୁ 2016 ମସିହା ଅଗଷ୍ଟ ମାସ 5 ତାରିଖରେ ଧଳା ବାଘୁଣୀ ମୌସୁମୀ ଜନ୍ମ ହୋଇଥିଲା।