fbpx

କେଉଁମାନେ ଖାଇପାରିବେ କରୋନା ପ୍ରତିଷେଧକ ଭାବେ ବ୍ୟବହାର ହେଉଥିବା କ୍ଲୋରୋକୁଇନ ଟାବଲେଟ୍? ଜାଣନ୍ତୁ

ନୂଆଦିଲ୍ଲୀ, ୨୩ା୫: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଭାଇରସରୁ ମୁକ୍ତି ପାଇବା ପାଇଁ ମଧ୍ୟ କୌଣସି ପ୍ରତିଷେଧକ ଟୀକା ଏପର୍ଯ୍ୟନ୍ତ ବାହାରି ନାହିଁ । ତେଣୁ ପ୍ରତିଷେଧକ ଭାବେ ବ୍ୟବହାର କରାଯାଉଥିବା କ୍ଲୋରୋକୁଇନ ମେଡ଼ିସିନ କେଉଁମାନେ ଖାଇପାରିବେ ସେନେଇ ନୂଆ ଗାଇଡ଼ ଲାଇନ ଜାରି ହୋଇଛି । କ୍ଲୋରୋକୁଇନ ବ୍ୟବହାରକୁ ନେଇ ନୂଆ ଗାଇଡ଼ଲାଇନ ଜାରି ହୋଇଛି । ଏହି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର । କରୋନା ପ୍ରତିଷେଧକ ରୂପେ ବ୍ୟବହାର ହେଉଛି କ୍ଲୋରୋକୁଇନ । ତେଣୁ ପୋଲିସ କର୍ମଚାରୀ ଖାଇପାରିବେ ହାଇଡ୍ରୋକ୍ସି କ୍ଲୋରୋକୁଇନ ଟାବଲେଟ୍ । ସେହିପରି କଣ୍ଟେନମେଣ୍ଟ ଅଞ୍ଚଳରେ ମୁତୟନ ପୋଲିସ ,ଅର୍ଦ୍ଧସାମରିକ ବଳ କର୍ମଚାରୀ ବି କ୍ଲୋରୋକୁଇନ ଖାଇପାରିବେ । ଅଣ କୋଭିଡ଼ ହସ୍ପିଟାଲର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଏହି ମେଡ଼ିସିନ ଖାଇବାକୁ ପରାମର୍ଶ ଦିଆଯାଇଛି । କରୋନା ଆକ୍ରାନ୍ତଙ୍କ ପରିବାର ସଦସ୍ୟ ମଧ୍ୟ ଏହି ଔଷଧ ଖାଇପାରିବେ । କଣ୍ଟେନମେଣ୍ଟ ଜୋନରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ଔଷଧ ଖାଇପାରିବେ ବୋଲି ସୂଚନା ମିଳିଛି । କ୍ଲୋରୋକୁଇନ ଟାବଲେଟ ପ୍ରତିଷେଧକ ଭାବେ ଖାଇବାକୁ ନିର୍ଦ୍ଦେଶନାମା ହୋଇଛି ।

Get real time updates directly on you device, subscribe now.