fbpx
BSKY SKY
BSKY SKY

ଭାରତରେ ପ୍ରସ୍ତୁତ ୭ଟି ସିରପକୁ ବ୍ୟାନ କଲା WHO : ଅନେକ ଦେଶ କହିଲେ ଏହା ମୃତ୍ୟୁର କାରଣ

BSKY

ନୁଆଦିଲ୍ଲୀ : ବିଶ୍ୱରେ ୩୦୦ରୁ ଅଧିକ ମୃତ୍ୟୁର କାରଣ ସହିତ ଜଡିତ ଖରାପ ଗୁଣବତ୍ତା ଔଷଧ ଏବଂ ସିରପ ଉପରେ ପ୍ରତିବନ୍ଧକ ଲଗାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) । ଏହାର ଯାଞ୍ଚ ପାଇଁ ଭାରତରେ ତିଅରି ହେଉଥିବା ସିରପକୁ ବ୍ଲକ ଲିଷ୍ଟ କରି ଦିଆଯାଇଛି । ସ୍ୱାସ୍ଥ୍ୟ ସଂଗଠନର କହିବା ଅନୁସାରେ ଅନେକ ଦେଶରେ ମୃତ୍ୟୁର କାରଣ ଏହି ଔଷଧ ଥିଲା । ଡବ୍ଲୁଏଚ୍ଓର ପ୍ରବକ୍ତା କହିଲେ କି ଭାରତ ଏବଂ ଇଣ୍ଡୋନେସିୟାରେ ଫାର୍ମିସ୍ୟୁଟିକଲ୍ସ ଦ୍ୱାରା ତିଆରି ୨୦ଟି ସିରପର ଯାଞ୍ଚ କରାଯାଇଥିଲା । ଏହି ଔଷଧରେ ବିଭିନ୍ନ ଫାର୍ମାସ୍ୟୁଟିକଲ୍ସ ଦ୍ୱାରା ତିଆରି କଫ ସିରଫ ଓ ଭିଟାମିନ ଶାମିଲ ଅଛି ।

ଦୁନିଆରେ ଖରାବ ଗୁଣବତ୍ତାର ଔଷଧ ଏବଂ ସିରପ ଦ୍ୱାରା ପ୍ରାୟ ୩୦୦ ଲୋକ ଜୀବନ ହରାଇଥିଲେ । ମୁଖ୍ୟ ଜିନିଷ ଏହା ଯେ ଭାରତରେ ଡ୍ରଗ କଣ୍ଟ୍ରୋଲର ନୋଏଡାର ମେରିୟନ ବାୟୋଟିକା, ହରିୟାଣା ସ୍ଥିତ ମେଡେନ ଫାର୍ମାସ୍ୟୁଟିକଲ୍ସ, ଚେନ୍ନାଇ ସ୍ଥିତ ଗ୍ଲୋବାଲ ଫାର୍ମା ଏବଂ ପଞ୍ଜାବର କ୍ୟୁପି ଫାର୍ମାକେମ ସହିତ ନିର୍ମାତା ଉପରେ ମଧ୍ୟ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ସଂଚାଳନ ଉପରେ ଅନିୟମିତ ମିଳି ଥିବା କମ୍ପାନୀକୁ ବ୍ଲକ କରାଯାଇଥିଲା । ନିକଟରେ ଏହି କଫ ସିରଫ ଖାଇ ଗାମ୍ବିଆ ଏବଂ ଉଜ୍ୱେକିସ୍ତାନ ପରି ଦେଶରେ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା ।

ଫର୍ମାସ୍ୟୁଟିକ୍ଲସ ଓ ଚିକିତ୍ସା ଉପକରଣ ପାଇଁ କାମ କରିଥିବା ରାଷ୍ଟ୍ରିୟ ନିୟାମକ ସଂସ୍ଥା ସେଣ୍ଟ୍ରାଲ ଡ୍ରଗସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନର ସୂତ୍ର ଅନୁସାରେ କହିଛନ୍ତି ଯେ, ଔଷଧ ତିଆରି ପୂର୍ବରୁ ତାହର ଗୁଣବତ୍ତା ନିୟନ୍ତ୍ରଣର ପରୀକ୍ଷା କରିବା ସୁନିଶ୍ଚିତ କରାଯିବ । ଏହା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ସୁଧାରାତ୍ମକ ଉପାୟରେ ସୁନୁଶ୍ଚିତ କରାଯାଉଛି ।

Get real time updates directly on you device, subscribe now.