fbpx

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କ ଛଡା କେଉଁମାନେ ସବୁ ଗିରଫ ହୋଇଛନ୍ତି? ଜାଣନ୍ତୁ

ନୂଆଦିଲ୍ଲୀ: ଥରେ କିମ୍ବା ୨ ଥର ନୁହେଁ ୯ ଥର ସମନ ପଠାଇବା ପରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ଇଡି। ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କ ଦିଲ୍ଲୀ ବାସଭବନରେ ଇଡିର ୮ ଜଣିଆ ଟିମ ଚଢ଼ାଉ କରି ତାଙ୍କୁ ଗିରଫ କରିଛି। ତେବେ ଏହି ମାମଲାକୁ ନେଇ ଆଜି କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ସେ ହାଇକୋର୍ଟରୁ ନିରାଶ ହେବା କ୍ଷଣି ଇଡି ଟିମ୍ ତାଙ୍କ ଦିଲ୍ଲୀ ବାସଭବନରେ ପହଞ୍ଚି ଯାଇଥିଲେ। ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟର ଧାରା ୫୦ ଅନୁଯାୟୀ କେଜ୍ରିୱାଲଙ୍କ ବୟାନ ରେକର୍ଡ ହୋଇଥିଲା। ପ୍ରାୟ ୨ ଘଣ୍ଟାର ପଚରାଉଚରା ଓ ଛାନଭିନ୍ ପରେ ତାଙ୍କୁ ଇଡି ଗିରଫ କରିନେଇଛି। ତେବେ ଆସନ୍ତୁ ଜାଣିବା ଏହି ମାମଲାରେ ଆଉ କେଉଁମାନେ ସବୁ ଗିରଫ ହୋଇଛନ୍ତି।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଉଁମାନେ ଗିରଫ ହୋଇଛନ୍ତି?

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବରୁ ତତ୍କାଳୀନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସୋସିଦିଆ ଏବଂ ସାଂସଦ ସଞ୍ଜୟ ସିଂହ ଗିରଫ ହୋଇଥିବା ବେଳେ, ଏହି ଲିଙ୍କରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା BRS ନେତ୍ରୀ କେ.କବିତା ମଧ୍ୟ କିଛି ଦିନ ତଳେ ଗିରଫ ହୋଇଥିଲେ। ଏହା ପରେ ଆଜି ଖୋଦ ଆପ୍ ମୁଖ୍ୟ ବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରାଯାଇଛି।

 

Arvind Kejriwal Arrest Live News: Delhi CM Arvind Kejriwal arrested in  Delhi excise liquor case, Atishi says they have sought urgent SC hearing  tonight - The Economic Times

Get real time updates directly on you device, subscribe now.