fbpx

ଓଡ଼ିଶା ମ୍ୟୁନିସିପାଲ ପ୍ରଶାସନିକ ସେବା: ୨୭ ଜଣ ପ୍ରାର୍ଥୀଙ୍କ ନିଯୁକ୍ତି ପାଇଁ OPSC ପକ୍ଷରୁ ସୁପାରିଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ମ୍ୟୁନିସିପାଲ ପ୍ରଶାସନିକ ସେବା (ଗ୍ରୁପ-ଏ ଓ ଗ୍ରୁପ-ବି)-୨୦୨୧ ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ମେରିଟ୍ ଲିଷ୍ଟ ଅନୁସାରେ ୮ ଜଣ ମହିଳାଙ୍କ ସମେତ ମୋଟ ୨୭ ଜଣ ପ୍ରାର୍ଥୀଙ୍କୁ ଏହି ପଦ / ସେବାରେ ନିଯୁକ୍ତି ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ସୁପାରିଶ କରାଯାଇଛି । ଚୂଡ଼ାନ୍ତ ହୋଇଥିବା ୨୭ ଜଣ ପ୍ରାର୍ଥୀଙ୍କ ଲିଷ୍ଟ ୱେବସାଇଟରେ ଜାରି କରାଯାଇଛି । ପ୍ରାର୍ଥୀମାନଙ୍କୁ ୱେବସାଇଟ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ।
ସେହିପରି ଏହି ନିଯୁକ୍ତିର ଡକ୍ୟୁମେଣ୍ଟ ଯାଞ୍ଚ ସମୟରେ ଅନୁପସ୍ଥିତ ରହିଥିବା ଦୁଇଜଣ ପ୍ରାର୍ଥୀଙ୍କର ପ୍ରାର୍ଥୀତ୍ୱ ରିଜେକ୍ଟ କରି ଦିଆଯାଇଛି । ଉକ୍ତ ଦୁଇ ପ୍ରାର୍ଥୀଙ୍କ ରୋଲ ନମ୍ବର ଓପିଏସସି ୱେବସାଇଟରେ ଜାରି କରାଯାଇଛି । ସୂଚନାଯୋଗ୍ୟ ଯେ, ଗତବର୍ଷ ନଭେମ୍ବର ମାସରେ ଓଡ଼ିଶା ମ୍ୟୁନିସିପାଲ ପ୍ରଶାସନିକ ସେବା-୨୦୨୧ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ୧୯ ଜଣ ମହିଳାଙ୍କ ସମେତ ମୋଟ ୫୯ ଜଣ ପ୍ରାର୍ଥୀ ଚୟନ ହୋଇଥିଲେ । ଗତ ୧୮ ଓ ୧୯ ତାରିଖରେ କଟକର ଡ. ପି.କେ ପରିଡ଼ା ରୋଡ଼ ସ୍ଥିତ ଓପିଏସସି କାର୍ଯ୍ୟାଳୟରେ ପ୍ରାର୍ଥୀଙ୍କର ଡକ୍ୟୁମେଣ୍ଟ ଯାଞ୍ଚ କରାଯାଇଥିଲା ।

Get real time updates directly on you device, subscribe now.