fbpx
BJD
BJD SKY
BJD SKY

ବିହାରରେ କଡା ଟକ୍କର: କେତେବେଳେ ବି ପଲଟିପାରେ ରେଜଲ୍ଟ , ଜାଣନ୍ତୁ ୪ଟା ସୁଦ୍ଧା କିଏ ରହିଛି ଆଗରେ?

BJD

ପାଟନା,୧୦ ।୧୧: ବିହାର ବିଧାନସଭାର ୨୪୩ଟି ଆସନ ପାଇଁ ହୋଇଥିବା ନିର୍ବାଚନର ଭୋଟ ଗଣନା ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ ଓ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ମହାମେଣ୍ଟ ମଧ୍ୟରେ କଡ଼ା ଟକ୍କର ଲାଗି ରହିଛି । ଗଣତି ଟ୍ରେଣ୍ଡରୁ ଜଣାପଡ଼ୁଛି ଯେ, ଦୁଇ ମେଣ୍ଟ ମଧ୍ୟରେ ଖୁବ୍ କମ୍ ବ୍ୟବଧାନ ରହୁଛି । ବର୍ତ୍ତମାନ ସୁଦ୍ଧା ଏନଡିଏ ଆଗରେ ରହିଥିବା ବେଳେ ନୀତିଶଙ୍କୁ କଡା ଟକ୍କର ଦେଉଛନ୍ତି, ୩୧ ବର୍ଷର ଯୁବକ ତେଜସ୍ୱୀ ଯାଦବ ।

ତେବେ ଆଗକୁ ଫଳାଫଳ କଣ ହେବ, ତାଉପରେ ରହିଛି ସମସ୍ତଙ୍କ ନଜର । କାରଣ ବର୍ତ୍ତମାନ ଏମିତି ବି ଅନେକ ଆସନ ରହିଛି ଯେଉଁଠି କି, ୫୦୦ରୁ ଅଳ୍ପ ଭୋଟ୍ ବ୍ୟବଧାନରେ ପଛରେ ରହିଛି ଆରଜେଡି । ତେଣୁ କେତେବେଳେ ବି ଫଳାଫଳ ବଦଳିପାରେ । ୪ଟା ସୁଦ୍ଧା ୨୪୩ଟି ଆସନରୁ ଏନଡିଏ ୧୩୩ ଆସନ, ମହାମେଣ୍ଟ(କଂଗ୍ରେସ, ବାମ ଦଳ ଓ ଆରଜେଡି) ୧୦୦ଟି ଆସନରେ ଆଗୁଆ ଥିବାବେଳେ ଅନ୍ୟାନ୍ୟ ଦଳ ୧୦ଟି ଆସନରେ ଆଗୁଆ ରହିଛି ।

Get real time updates directly on you device, subscribe now.