fbpx

ମଲ୍ଲିକା ସାଗରଙ୍କୁ ଚିହ୍ନିଛନ୍ତି କି ? ଜାଣନ୍ତୁ WPL ୨୦୨୩ରେ କଣ ରହିଛି ସମ୍ପର୍କ

Advertisement

ନୂଆଦିଲ୍ଲୀ: ୨୦୨୩ ର ମହିଳା ପ୍ରିମିୟମ ଲିଗ ନିଲାମ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି । ଏହା ଭାରତୀୟ ଏବଂ ଅନ୍ୟାନ୍ୟ ଦେଶର ମହିଳାଙ୍କ ପାଇଁ ସ୍ୱର୍ଣ୍ଣ ଅକ୍ଷରର ଦିନ ରୂପେ ପରିଣତ ହେବାକୁ ଯାଉଛି । ତେବେ ଲିଗର ଉଦଘାଟନ ପୂର୍ବରୁ ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କ ପାଇଁ ଏହାଏକ ଟେଣ୍ଡର ଯୁଦ୍ଧ ଅଟେ, ଭାରତ ତଥା ବିଶ୍ୱର ମହିଳା କ୍ରିକେଟର ମାନଙ୍କୁ ଏହା ରୋଜଗାର ଦେବ ବୋଲି ପ୍ରତିଶୃତି ଦେଇଛି ।

ସୂଚନା ଅନୁସାରେ, WPL ୨୦୨୩ର ନିଲାମ ସୋମବାର( ୧୩ଫେବୃଆରୀ) ଦିନ ମୁମ୍ବାଇର ଜିଓ କନେକସନ ସେଣ୍ଟରରେ ହେବାକୁ ଯାଉଛି । ଏଥିରେ ଜଣେ ଭାରତୀୟ ନିଲାମକର୍ତ୍ତା ରହିବେ । ଭାରତୀୟ କଣ୍ଟ୍ରୋଲ ବୋର୍ଡ ଏକ ଐତିହାସିକ ନିଲାମ ଯୁଦ୍ଧ କରିବାକୁ ଯାଉଛି । ତେଣୁ ଏଥିପାଇଁ ଭାରତର ଏକ ମହିଳା ନିଲାମକର୍ତ୍ତା ମଲ୍ଲିକା ସାଗରଙ୍କୁ ସାମିଲ କରିଛନ୍ତି ।

ପ୍ରଥମଥର ପାଇଁ ଜଣେ ମହିଳା ନିଲାମୀକର୍ତ୍ତାଙ୍କୁ ଭାରତରେ ଏକ ବଡ କ୍ରିକେଟ ନିଲାମୀର ଦେଖାରଖା କରିବା ପାଇଁ ନିଯୁକ୍ତ କରାଯାଇଛି । WPL ୨୦୨୩ ନିଲାମର ଏକ ରୋମାଂଚକ ଅବସର ହେବାକୁ ଯାଉଛି । ଯେଉଁଥିରେ ଦେଶର ଶୀର୍ଷ ମହିଳା କ୍ରିକେଟ ଖେଳାଳି ସର୍ବାଧିକ ବିଡ୍ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତେବେ ଆସନ୍ତୁ ଜାଣିବା ମଲ୍ଲିକା ସାଗରଙ୍କ ବିଷୟରେ..

ମଲ୍ଲିକା ସାଗର ହେଉଛନ୍ତି ଜଣେ ଆଧୁନିକ ଏବଂ ସମସାମୟିକ ଭାରତୀୟ କଳା ପାଇଁ ମୁମ୍ବାଇ ସ୍ଥିତ କଳା ସଂଗ୍ରାହକ ଏବଂ ଆର୍ଟ କଲେକ୍ଟର କନ୍ସଲଟାନ୍ସ ଫାର୍ମରେ ଭାଗୀଦାର ଅଟନ୍ତି । ମଲ୍ଲିକା ଜଣେ ଅଭିଜ୍ଞ ନିଲାମକର୍ତ୍ତା ରୂପେ ମୁମ୍ବାଇ ସ୍ଥିତ କଳା ନିଲାମୀ ଘର ପୁଣ୍ଡଲୋସରେ ନିଲାମ ଆୟୋଜନ କରନ୍ତି । ତେବେ ବିଶ୍ୱରେ ଥିବା ସମସ୍ତ ମହିଳା କ୍ରିକେଟରମାନେ ଏହି ମୁହୁର୍ତ୍ତକୁ ଅପେକ୍ଷା କରିଛନ୍ତି ।

ସରକାରୀ ପ୍ରସାରଣକାରୀଙ୍କ ସହ ନିଲାମ ପୂର୍ବରୁ ଏକ ସାକ୍ଷାତକାରରେ ମଲ୍ଲିକା ସାଗର କହିଛନ୍ତି ଯେ, ମୋତେ ଏଥିରେ ଅଂଶୀଦାର କରାଯାଇଥିବାରୁ ମୁଁ ଗର୍ବିତ ଅନୁଭବ କରୁଛି। ଏହା ନିଶ୍ଚିତ ଭାବରେ ଭାରତୀୟ ମହିଳା ଘରୋଇ କ୍ରିକେଟ୍ ଦୃଶ୍ୟରେ ଏକ ପରିବର୍ତ୍ତନ ଆଣିବ। ମଲ୍ଲିକା ସାଗର କହିଛନ୍ତି, “ଭାରତୀୟ ମହିଳାମାନେ ଅନ୍ତର୍ଜାତୀୟ ସ୍ତରରେ ସେମାନଙ୍କର ଯୋଗ୍ୟତା ପାଇବେ।

Get real time updates directly on you device, subscribe now.