fbpx

WHO ଜାରି କଲା ‘Born To Soon’ ରିପୋର୍ଟ: ଭାରତରେ ସମୟ ପୂର୍ବରୁ ଅଧିକ ଶିଶୁ ଜନ୍ମଲାଭ କରୁଛନ୍ତି କାହିଁକି

ନୂଆଦିଲ୍ଲୀ: ଗତବର୍ଷ ସାରା ବିଶ୍ୱରେ ୧.୩୪ କୋଟିରୁ ଅଧିକ ଶିଶୁ ସମୟ ପୂର୍ବରୁ ଜନ୍ମଲାଭ କରିଥିଲେ । ତେବେ ଭାରତରେ ସମୟ ପୂର୍ବରୁ ଶିଶୁ ଜନ୍ମ ହେବା ଫଳରେ ଲକ୍ଷ ଲକ୍ଷ ଜୀବନ ଅକାଳରେ ଚାଲିଯାଉଛି । ସାରା ବିଶ୍ୱରେ ଭାରତ ଏପରି ଏକ ଦେଶ ଯେଉଁଠି ସମୟ ପୂର୍ବରୁ ଅଧିକ ଶିଶୁ ଜନ୍ମ ଗ୍ରହଣ କରୁଛନ୍ତି । ଆଜିର ସମୟରେ ଏହା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି ।

ତେବେ ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ‘ବର୍ଣ୍ଣ ଟୁ ସୁନ’ ନାମକ ଏକ ରିପୋର୍ଟ ଉପସ୍ଥାପନ କରାଯାଇଛି । ସାରା ବିଶ୍ୱରେ ଗତ ୨୦୨୨ ବର୍ଷରେ ୧ କୋଟି ୩୪ ଲକ୍ଷରୁ ଅଧିକ ଶିଶୁ ଜନ୍ମ ହୋଇଥିବା ଉକ୍ତ ରିପୋର୍ଟରେ ଅନୁମାନ କରାଯାଇଛି । ତେବେ ସେହି ଶିଶୁଙ୍କ ମଧ୍ୟରୁ ଭାରତରେ ୩୦ ଲକ୍ଷ ଶିଶୁ ରହିଛନ୍ତି । ସାରା ଦୁନିଆରେ ସମୟ ପୂର୍ବରୁ ଜନ୍ମ ହେଉଥିବା ଶିଶୁଙ୍କ ସଂଖ୍ୟା ଭାରତରେ ୨୨ ପ୍ରତିଶତ ରହିଛନ୍ତି ।

ତେବେ ସବୁଠାରୁ ଅଧିକ ଶିଶୁ ସମୟ ପୂର୍ବରୁ ଜନ୍ମ ହେଉଥିବା ଦେଶ ତାଲିକାରେ ନାଇଜେରିଆ, ଚୀନ, ଇଥିଓପିଆ ଓ ପାକିସ୍ତାନ ରହିଛନ୍ତି । ଏହିସବୁ ଦେଶଗୁଡ଼ିକ ଭାରତ ପରେ ରହିଛନ୍ତି । ଯେତେବେଳେ କୌଣସି ଶିଶୁ ୩୭ ସପ୍ତାହ ପୂର୍ବରୁ ଜନ୍ମ ହୁଏ, ସେତେବେଳେ ତାହାକୁ ପ୍ରିଟର୍ମ ବାର୍ଥ ବା ସମୟ ପୂର୍ବରୁ ଶିଶୁର ଜନ୍ମ ବୋଲି କୁହାଯାଇଥାଏ । ଗର୍ଭ ଆଧାରରେ ପ୍ରିଟର୍ମ ବାର୍ଥର ଏକାଧିକ ସବ-କ୍ୟାଟେଗୋରୀ ରହିଛି । ୨୮ ସପ୍ତାହ ପୂର୍ବରୁ ଜନ୍ମ ହେଉଥିବା ଶିଶୁକୁ ଏକ୍ସଟ୍ରିମଲି ପ୍ରିଟର୍ମ ବାର୍ଥ କୁହାଯାଇଥାଏ । ସେହିପରି ୨୮ ସପ୍ତାହ ଠାରୁ ଆରମ୍ଭ କରି ୩୨ ସପ୍ତାହ ମଧ୍ୟରେ ଜନ୍ମ ହେଉଥିବା ଶିଶୁକୁ ବେରୀ ପ୍ରିଟର୍ମ ବାର୍ଥ କୁହାଯାଇଥାଏ । ୩୨ରୁ ୩୭ ସପ୍ତାହ ମଧ୍ୟରେ ଜନ୍ମ ହେଉଥିବା ଶିଶୁକୁ ମିଡିଲ ପ୍ରିଟର୍ମ ବାର୍ଥ କ୍ୟାଟେଗୋରୀରେ ରଖାଯାଇଥାଏ ।

୯୦ ପ୍ରତିଶତରୁ ଅଧିକ ଶିଶୁ ସମୟ ପୂର୍ବରୁ ଜନ୍ମ ହେବା କାରଣରୁ ମୃତ୍ୟୁବରଣ କରିଥାନ୍ତି । ବିଶ୍ୱର ୨୦୦ଟି ଦେଶର ସୂଚୀରେ କମ୍ ବୟସର ଶିଶୁ ମୃତ୍ୟୁ ମାମଲାରେ ଭାରତ ୫୯ତମ ସ୍ଥାନରେ ରହିଛି । ତେବେ ଧୂମ୍ରପାନ, ମଦ୍ୟପାନ, ସଂକ୍ରମଣ, ଇନ ଭିଟ୍ରୋ ଫର୍ଟିଲାଇଜେସନ, ପୁରୁଣା ହୃଦରୋଗ, ଡାଇବେଟିସ ଆଦି ଏଥିପାଇଁ ଦାୟୀ ବୋଲି ଏକ୍ସପର୍ଟ କହୁଛନ୍ତି ।

Get real time updates directly on you device, subscribe now.