fbpx

ପନ୍ତ ନା କାର୍ତ୍ତିକ: ଟି-୨୦ ବିଶ୍ୱକପରେ କିଏ ପାଇବେ ସ୍ଥାନ, ଜବାବ ଦେଲେ ଷ୍ଟେନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳକୁ ଜବରଦସ୍ତ କମବ୍ୟାକ କରିଛନ୍ତି ୱିକେଟ କିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ସେ ନିଜର ଦମଦାର ବ୍ୟାଟିଂ ଜାରି ରଖିଛନ୍ତି । ତେଣୁ ଏବେ ସେ ବିଶ୍ୱକପ ଦଳରେ ସ୍ଥାନ ପାଇବା ନେଇ ଆଲୋଚନା ହେଉଛି । ତେବେ ଅନ୍ୟ ପଟରେ ନିୟମିତ ୱିକେଟ କିପର ତଥା ଆଫ୍ରିକା ବିପକ୍ଷ ସିରିଜରେ ଅଧିନାୟକ ଦାୟିତ୍ୱ ନେଇଥିବା ଋଷଭ ପନ୍ତ ସମ୍ପୂର୍ଣ୍ଣ ଭାବରେ ଫେଲ ମାରିଛନ୍ତି । ଆଇପିଏଲରେ ମଧ୍ୟ ତାଙ୍କ ବ୍ୟାଟ ଶାନ୍ତ ରହିଥିଲା । ତେବେ ଏହି ସମୟରେ ଉଭୟଙ୍କ ମଧ୍ୟରୁ ଆସନ୍ତା ବିଶ୍ୱକପ ଦଳରେ କିଏ ସ୍ଥାନ ପାଇବେ ସେ ନେଇ ଉଠିଛି ପ୍ରଶ୍ନ । ତେବେ ଏହାର ଉତ୍ତର ଦେଇଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନ ।

ଦିନେଶ କାର୍ତ୍ତିକ ଏବଂ ଋଷଭ ପନ୍ତଙ୍କ ମଧ୍ୟରେ କିଏ ବିଶ୍ୱକପ ପାଇଁ ଫିଟ ବୋଲି ପ୍ରଶ୍ନ ହୋଇଥିଲା । ଏହି ପ୍ରଶ୍ନର ଉତ୍ତରରେ ଷ୍ଟେନ କହିଛନ୍ତି ଯେ, କାର୍ତ୍ତିକ ବିଶ୍ୱକପ ପାଇଁ ପନ୍ତଙ୍କ ଉପରେ ଭାରି ପଡିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ୪ଟି ସୁଯୋଗ ପାଇଛନ୍ତି ପନ୍ତ, କିନ୍ତୁ ଲଗାତାର ଭୁଲ କରି ଚାଲିଛନ୍ତି । ଭୁଲ କରିବା ଦ୍ୱାରା ଜଣେ ଖେଳାଳି ଶିକ୍ଷା ପାଇଥାଏ ଯାହା ପନ୍ତଙ୍କ କ୍ଷେତ୍ରରେ ଦେଖାଯାଉନାହିଁ ବୋଲି କହିଛନ୍ତି ଷ୍ଟେନ । ସେପଟେ ଦିନେଶ କାର୍ତ୍ତିକ ନିଜ ପ୍ରଦର୍ଶନରେ ସମସ୍ତଙ୍କୁ ଆକୃଷ୍ଟ କରିଛନ୍ତି । ତେବେ ବିଶ୍ୱକପ ଜିତାଇ ପାରିବା ଭଳି ଏକ ଖେଳାଳିଙ୍କୁ ଦଳରେ ଚାହିଁବ ମ୍ୟାନେଜମେଣ୍ଟ । କାର୍ତ୍ତିକ ଏବେ ଜବରଦସ୍ତ ଫର୍ମରେ ରହିଛନ୍ତି, ଏହି ଫର୍ମ ଜାରି ରହିଲେ ବିଶ୍ୱକପ ଦଳରେ ସେ ସ୍ଥାନ ପାଇବା ଉଚିତ ବୋଲି ଷ୍ଟେନ ପ୍ରକାଶ କରିଛନ୍ତି । ବିଶ୍ୱକପ ପାଇଁ କାର୍ତ୍ତିକ ପନ୍ତଙ୍କ ଅପେକ୍ଷା ବେଶ ପ୍ରଭାବଶାଳୀ ହୋଇ ପାରନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଲଗାତାର ଗର୍ଜୁଛି ଦିନେଶ କାର୍ତ୍ତିକଙ୍କ ବ୍ୟାଟ । ୪ଟି ଇନିଂସରେ ୧୫୮.୬ ଷ୍ଟ୍ରାଇକ ରେଟ ସହ ୯୨ ରନ ସଂଗ୍ରହ କରିଛନ୍ତି କାର୍ତ୍ତିକ । ତେବେ ଏଥିରୁ ଶେଷ ଓଭରରେ ୧୮୬.୭ ଷ୍ଟ୍ରାଇକ ରେଟ ସହିତ ସେ ୮୪ ରନ କରିଛନ୍ତି । କିନ୍ତୁ ପନ୍ତ ୪ଟି ମ୍ୟାଚରୁ ୧୦୫.୬ ଷ୍ଟ୍ରାଇକ ରେଟ ଜରିଆରେ ମାତ୍ର ୫୭ ରନ କରିବାରେ ସକ୍ଷମ ହୋଇଛନ୍ତି ।

Get real time updates directly on you device, subscribe now.