fbpx

କିଏ ହେବ ଭାରତର ପରବର୍ତ୍ତୀ ଅଧିନାୟକ, ରୋହିତ କହିସାରିଛନ୍ତି ଅଲବିଦା, ସେହବାଗ କହିଲେ ଶୁଭମନ ହିଁ ବେଷ୍ଟ

Advertisement

ଓଡିଶା ଭାସ୍କର: ବିଗତ ଶନିବାର ଦିନ ଭାରତ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ୱ ବିଜେତା ହୋଇ ସାରିଛି । ଭାରତୀୟ ପ୍ରଶଂସକ ଏହି ବିଶ୍ୱକପ ବିଜୟରେ ଏବେ ବି ଝୁମୁଛନ୍ତି । ମାତ୍ର କ୍ରିକେଟ ପ୍ରେମୀ ରୋହିତଙ୍କ ସନ୍ନ୍ୟାସ ଘୋଷଣା ପରେ ପରବର୍ତ୍ତୀ ଅଧିନାୟକକୁ ନେଇ କଳ୍ପନାଜଳ୍ପନା ଆରମ୍ଭ କରି ସାରିଛନ୍ତି । ସେପଟେ କିଙ୍ଗ କୋହଲି ଓ ସାର ରବିନ୍ଦ୍ର ଜାଡେଜା ବି ଏହି ଫର୍ମାଟକୁ ବିଦାୟ ଜଣାଇ ସାରିଛନ୍ତି । ହିଟମ୍ୟାନ ରୋହିତ ଶର୍ମାଙ୍କ ବିନାନୁପସ୍ଥିତିରେ ଭାରତ ଏବେ ନୂଆ ଅଧିନାୟକର ସନ୍ଧାନରେ ରହିଛି । ତେବେ କିଏ ହୋଇ ପାରନ୍ତି ଭାରତର ପରବର୍ତ୍ତୀ ଅଧିନାୟକ ଜାଣିବା……

ହାର୍ଦ୍ଦିକ ପାଣ୍ଡ୍ୟା: ହାର୍ଦ୍ଦିକଙ୍କୁ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରେ ଭାରତର ଉପ ଅଧିନାୟକ କରାଯାଇଥିଲା । ହାର୍ଦ୍ଦିକ ଏବେ ପର୍ଯ୍ୟନ୍ତ ଭାରତୀୟ ଟ୍ୱେଣ୍ଟି ଟ୍ୱେଣ୍ଟି ଦଳର ୧୬ ଟି ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚରେ ଅଧିନାୟକ ରହି ସାରିଛନ୍ତି । ଯେଉଁଥିରେ ଭାରତ ୧୦ ଟି ମ୍ୟାଚରେ ବିଜୟ ହାସଲ କରିଛି । ତାଙ୍କ ପାଖରେ ଆଇପିଏଲ ଅଧିନାୟକତ୍ୱର ଅଭିଜ୍ଞତା ମଧ୍ୟ ରହିଛି । ୨୦୨୨ ମସିହାରେ ତାଙ୍କର ଅଧିନାୟକତ୍ୱରେ ଗୁଜରାଟ ଟାଇଟନ୍ସ ଚାମ୍ପିୟନ ହୋଇଥିଲା । ହାର୍ଦ୍ଦିକଙ୍କ ଅଦିନାୟକତ୍ୱରେ ଭାରତ ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ତଥା ୱେଷ୍ଟଇଣ୍ଡିଜ ଭଳି ଦଳକୁ ପରାସ୍ତ କରିଛି । ଫଳରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ପରବର୍ତ୍ତୀ ଅଧିନାୟକ ହୋଇପାରନ୍ତି । ମାତ୍ର ଭାରତର ପୂର୍ବତନ ବ୍ୟାଟର ତଥା ଏବେର କ୍ରିକେଟ ସମୀକ୍ଷକ ବିରେନ୍ଦ୍ର ସେହବାଗ ହାର୍ଦ୍ଦିକଙ୍କ ଅଧିନାୟକ ହେବାର ନାଁ ମଧ୍ୟ ନ ନେଇ ଶୁଭମନ ଗିଲଙ୍କୁ ରୋହିତଙ୍କ ସଠିକ ବିକଳ୍ପ ବୋଲି କହିଛନ୍ତି ।

ଋଷଭପନ୍ତ: ଋଷଭପନ୍ତ ୨୦୨୨ ମସିହାରେ ଏକ କାର ଦୁର୍ଘଟଣାର ଶିକାର ହୋଇ ପରେ ଭାରତୀୟ ଦଳ ସହ ଯୋଗ ଦେଇ ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ଆଇପିଏଲ ୨୦୨୪ ରେ ପ୍ରତ୍ୟାବର୍ତ୍ତନ କରି ଋଷଭ ମୋଟ ୪୪୬ ରନ କରିଥିଲେ । ତାଙ୍କ ଅଧିନାୟକତ୍ୱରେ ଦିଲ୍ଲୀ କ୍ୟାପିଟାଲ ପ୍ଲେଅଫ ଖେଳିବାର ପାଦ ଦେଶରେ ଥିଲା । ପନ୍ତଙ୍କୁ ୫ ଟି ମ୍ୟାଚରେ ଭାରତର ଅଧିନାୟକତ୍ୱ କରିବାର ଅଭିଜ୍ଞତା ରହିଛି । ପନ୍ତ ବିଶ୍ୱକପର ମନ୍ଥର ପିଚରେ ଭାରତର ତୃତୀୟ ସର୍ବାଧିକ ରନ ସଂଗ୍ରହକାରୀ ଖେଳାଳି ରହିଥିଲେ । ୮ ମ୍ୟାଚରେ ୧୭୧ ରନ କରି ସେ ପ୍ରମାଣିତ କରି ଦେଇଛନ୍ତି ଯେ ଟ୍ୱେଣ୍ଟି ଟ୍ୱେଣ୍ଟି ଫର୍ମାଟରେ ସେ ଜଣେ ବିଶ୍ୱସନୀୟ ଖେଳାଳି । ସେ ମଧ୍ୟ ଭାରତର ଅଧିନାୟକ ରେସରେ ରହିଛନ୍ତି ।
ଋତୁରାଜ ଗାୟକୱାଡ: ଋତୁରାଜ ଗାୟକୱାଡଙ୍କୁ ଭାରତୀୟ ଜାତୀୟ ଦଳରେ ଲଗାତାର ଭାବରେ ସୁଯୋଗ ମିଳୁନି ସତ, ମାତ୍ର ବର୍ତ୍ତମାନ ଯାଏଁ ଋତୁରାଜ ଭାରତ ପକ୍ଷରୁ ୧୯ ଟି ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ ଖେଳି ମୋଟ ୫୦୦ ରନ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୩ ଟି ଅର୍ଦ୍ଧଶତକ ସାମିଲ ଅଛି । ଆଇପିଏଲରେ ମଧ୍ୟ ସେ ନିଜ ଦଳ ଚେନ୍ନାଇ ସୁପର କିଙ୍ଗସଙ୍କୁ ପ୍ରାୟ ପ୍ଲେଅଫର ପାଖକୁ ପହଞ୍ଚାଇ ପାରିଥିଲେ । ଗାୟକୱାଡ ୩ ଟି ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚରେ ଭାରତର ଅଧିନାୟକତ୍ୱ କରି ୨ ଟିରେ ବିଜୟୀ କରିଛନ୍ତି ଟିମ୍ ଇଣ୍ଡିଆକୁ । ସେଥିପାଇଁ ଅଧିନାୟକ ଦୌଡରେ ସେ ମଧ୍ୟ ଆଗରେ ଅଛନ୍ତି ।

 

Get real time updates directly on you device, subscribe now.