fbpx

ଦେଶରେ ମୋଦୀଙ୍କୁ କିଏ ଦେଇ ପାରିବ କଡ଼ା ଟକ୍କର, BJPର ପରବର୍ତ୍ତୀ ରାଷ୍ଟ୍ରୀୟ ଚେହେରା କିଏ ହେବ, ଜାଣନ୍ତୁ ସମସ୍ତ ତଥ୍ୟ

ନୂଆଦିଲ୍ଲୀ: ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଏହାକୁ ନେଇ ସମଗ୍ର ଦେଶର ରାଜନୀତି ସରଗରମ ରହିଛି । ସମସ୍ତ ରାଜନୈତିକ ଦଳମାନେ କ୍ଷମତା ହାସଲ ପାଇଁ ସମସ୍ତ କଳ କୌଶଳକୁ କାମରେ ଲଗାଇ ଦେଇଛନ୍ତି । ତେବେ ବର୍ତ୍ତମାନର ସ୍ଥିତିରେ କେନ୍ଦ୍ରରେ ଶାସନାଧୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଶ୍ଚିତ ଭାବେ ନେତା ତାଲିକାରେ ଏକ ନମ୍ବର ଆସନରେ ରହିବେ । କାରଣ ମୋଦିଙ୍କ ପାଇଁ ହିଁ ଭାଜପା ୨୦୧୪ରେ କ୍ଷମତାକୁ ଫେରିବାକୁ ସକ୍ଷମ ହୋଇଥିଲା, ଯାହାକି ଆଜି ଯାଏଁ ବଳବତ୍ତର ରହିଛି । ଆଗାମୀ ଦିନମାନଙ୍କରେ ଯେଉଁ ନେତାମାନେ ମୋଦିଙ୍କୁ କଡ଼ା ଟକ୍କର ଦେଇପାରିବେ ସେହି ଲିଷ୍ଟରେ ରହିଛନ୍ତି ଅନେକ ନେତା । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

ଏକ ସର୍ଭେ ଅନୁଯାୟୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟ ବିରୋଧୀ ଭାବେ ୧୭ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୧୬ ପ୍ରତିଶତ, ରାହୁଲ ଗାନ୍ଧିଙ୍କୁ ୧୧ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । ତେବେ ଏହି ଅବସରରେ ମୋଦିଙ୍କ ପରେ ବିଜେପିର ପରବର୍ତ୍ତୀ ଚେହେରା କିଏ ହେବ ବୋଲି ମଧ୍ୟ ଲୋକଙ୍କୁ ପ୍ରଶ୍ନ କରାଯାଇଛଥିଲା । ଏ କ୍ଷେତ୍ରରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ୨୪ ପ୍ରତିଶତ ଲୋକ ପସନ୍ଦ କରିଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୨୩ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । ସେହିପରି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ୧୧ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । କାର୍ଯ୍ୟପ୍ରଳାଳୀକୁ ନଜର ପକାଇଲେ ଜଣାପଡ଼ିଛି ଯେ, ୩୫ ପ୍ରତିଶତ ଲୋକ ମୋଦିଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ରହିଛନ୍ତି । ସେହିପରି ମହଙ୍ଗା ମାଡ଼କୁ ୨୫ ପ୍ରତିଶତ ଲୋକ ସରକାରଙ୍କର ସବୁଠାରୁ ବଡ଼ ବିଫଳତା ବୋଲି ମତ ଦେଇଥିବା ବେଳେ ବେରୋଜଗାରୀକୁ ୧୪ ପ୍ରତିଶତ ଲୋକ ବିଫଳତା ବୋଲି ଦର୍ଶାଇଛନ୍ତି ।

Get real time updates directly on you device, subscribe now.