fbpx
BJD
BJD SKY
BJD SKY

ସରୁଛି ରାଜ୍ୟପାଳଙ୍କ କାର୍ଯ୍ୟକାଳ: ପରବର୍ତ୍ତୀ କିଏ?

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ସରୁଛି ରାଜ୍ୟର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ । ଗତ ୨୦୧୮ ମସିହା ମେ ମାସ ୨୯ ତାରିଖରେ ପ୍ରଫେସର ଲାଲ ରାଜ୍ୟର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ । ତେବେ ରାଜ୍ୟପାଳଙ୍କର କାର୍ଯ୍ୟକାଳ ବୃଦ୍ଧି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଘୋଷଣା କରାଯାଇ ନଥିବା ବେଳେ ତାଙ୍କର କାର୍ଯ୍ୟ ଅବଧି ବୃଦ୍ଧି ପାଇପାରେ । ଏନେଇ ଜୋରଦାର ଚର୍ଚ୍ଚା ହେଉଛି ।

ପ୍ରଫେସର ଲାଲ ୨୦୧୮ରେ ତକ୍ରାଳୀନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଠାରୁ ରାଜ୍ୟର ୨୫ତମ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପ୍ରଫେସର ଲାଲ ଗଣିତ ବିଭାଗର ଜଣେ ସୁନାମଧନ୍ୟ ପ୍ରଫେସର ଥିଲେ । କୋଭିଡ ସମୟରେ ରାଜ୍ୟପାଳଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ଦେହାନ୍ତ ହୋଇଥିଲା । ପ୍ରଫେସର ଲାଲଙ୍କ କାର୍ଯ୍ୟକାଳରେ କୌଣସି ବିବାଦ ଦେଖିବାକୁ ମିଳିନଥିଲା । ସେ ଜଣେ ଶାନ୍ତ ସ୍ୱଭାବର ରାଜ୍ୟପାଳ ବିଶେଷ ଭାବେ ଖ୍ୟାତି ଅର୍ଜନ କରିଥିଲେ ।

୧୯୪୨ ମସିହା ମାର୍ଚ୍ଚ ମାସ ୧ ତାରିଖରେ ହରିୟାଣାରେ ସିରସାରେ ପ୍ରଫେସର ଲାଲ ଜନ୍ମ ଗ୍ରହଣ କରିଥିଲେ । ସେ ଇଂରାଜୀ ଅନର୍ସରେ ଡିଗ୍ରୀ ପାସ କରିବା ପରେ ଗଣିତରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ଛାତ୍ର ଜୀବନରେ ପ୍ରଫେସର ଲାଲ ଜଣେ ମେଧାବୀ ଭାବେ ବେଶ୍ ପରିଗଣିତ ହେଉଥିଲେ । ତାଙ୍କର କ୍ୟାରିୟର ଫାଷ୍ଟ କ୍ଲାସ ରହିବା ସହିତ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୧୯୬୪ରୁ ୧୯୯୧ ମସିହା ମଧ୍ୟରେ ସେ ହରିୟାଣାର ବିଭିନ୍ନ ସରକାରୀ କଲେଜରେ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ । ୧୯୬୨ ପରଠାରୁ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ସହିତ ସକ୍ରିୟ ଭାବେ ଜଡ଼ିତ ରହିଥିଲେ । ୧୯୯୬ରେ ସେ ସିରସା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

Get real time updates directly on you device, subscribe now.