fbpx

ରାଜ୍ୟ ସରକାରଙ୍କ ‘ମୋ ଘର’ ଯୋଜନା କ’ଣ? କେଉଁମାନେ ଏବଂ କିପରି ପାଇବେ ଏହାର ଫାଇଦା

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ତେବେ ଏହି ୧୮ଟି ପ୍ରସ୍ତାବ ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ବଡ ନିଷ୍ପତ୍ତି ହେଉଛି ‘ମୋ ଘର’ ଯୋଜନା । ଏହି ବୈଠକରେ ସରକାର ଗ୍ରାମୀଣ ଲୋକମାନଙ୍କ ପାଇଁ ‘ମୋ ଘର’ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି । ଏହାଦ୍ୱାରା ଗ୍ରାମବାସୀମାନେ ନିଜର କଚ୍ଚା ଘରକୁ ପକ୍କା ଘରରେ ପରିଣତ କରିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପାଇପାରିବେ । ତେବେ କେଉଁ ହିତାଧିକାରୀମାନେ ଏହାର ଫାଇଦା ଉଠାଇପାରିବେ ଏବଂ କିପରି ଏହାର ଚୟନ କରାଯିବ?

ରାଜ୍ୟ ସରକାର ଅନୁମୋଦନ ଦେଇଥିବା ‘ମୋ ଘର’ ଯୋଜନା ସାଧାରଣତଃ ଗ୍ରାମୀଣ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ । ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ନୂଆ ଘର ନିର୍ମାଣ ଏବଂ ଘର ସମ୍ପ୍ରସାରଣ କରିବା ପାଇଁ ସହାୟତା ପ୍ରଦାନ କରାଯିବ । ଏହାସହିତ ହିତାଧିକାରୀମାନଙ୍କୁ ସୁଲଭ ମୂଲ୍ୟରେ ସବସିଡି ଯୁକ୍ତ ଋଣ ମଧ୍ୟ ମିଳିପାରିବ । ଘର ନିର୍ମାଣ କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇ ପାରିବ । ତେବେ ଏହି ଋଣକୁ ସୁଝିବା ପାଇଁ ଜଣେ ହିତାଧିକାରୀଙ୍କୁ ୧୦ ବର୍ଷର ସମୟ ଦେବେ ସରକାର । ଏହି ଯୋଜନାରେ ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭିନ୍ନକ୍ଷମ ମାନଙ୍କ ପାଇଁ ସରକାର ୭୦ ହଜାର ଟଙ୍କାର ସବସିଡି ବ୍ୟବସ୍ଥା କରିଛନ୍ତି । ତେବେ କଚ୍ଚା ଘର ବା ମାଟି ଘରେ ରହୁଥିବା ଲୋକମାନେ ଏହି ଯୋଜନାରେ ସାମିଲ ହୋଇପାରିବେ । ଏହି ଯୋଜନା ଗ୍ରାମୀଣ ଏବଂ ଗରିବ ଲୋକମାନଙ୍କ ପାଇଁ ସରକାରଙ୍କ ତରପରୁ ଏକ ଉପହାର ସଦୃଶ ହୋଇପାରେ ।

Get real time updates directly on you device, subscribe now.