fbpx

oyo ରୁମରେ ଅଦ୍ଭୁତକାଣ୍ଡ,ଏମିତି ଅବସ୍ଥାରେ ଉଦ୍ଧାର ହେଲେ ପ୍ରେମୀଯୁଗଳ

ଉତ୍ତରପ୍ରଦେଶ: ଦୈନିକ ଜୀବନରେ କିଛି ନା କିଛି ଅଘଟଣ ହୋଇଥାଏ । ଧିରେ ଧିରେ ଆମ ଦେଶରେ ମୃତ୍ୟୁର ସଂଖ୍ୟା ବଢିବାରେ ଲାଗିଛି । କାହାକୁ ଆଘାତ ହେବା ଏବଂ କାହାକୁ ହତ୍ୟା କରିବା ଏପରି ଖବର ପ୍ରତ୍ୟକ ଦିନ ଶୁଣିବାକୁ ମିଳିଥାଏ । ବିବାହ ଓ ପ୍ରେମ ଦୁଇଟି ପବିତ୍ର ସଂପର୍କ । କିନ୍ତୁ କେତେ ଜଣ ଏହାକୁ ଠିକ ଭାବରେ ଜାରି ରଖିଥାନ୍ତି ତ କେତେ ଜଣ ଏହାକୁ ଭୁଲ ବାଟରେ ଗ୍ରହଣ କରିଥାନ୍ତି । ଏହିଭଳି ଏକ ଖବର ଆସିଛି ଉତ୍ତରପ୍ରଦେଶର ଗାଜିୟାବାଦରୁ, ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହେବା ସହ ଆପଣଙ୍କ ଲୋମ ଟାଙ୍କୋରି ଉଠିବ । ଗାଜିୟାବାଦ ଠାରେ OYO ହୋଟେଲରେ ପ୍ରେମୀ ଯୁଗଳଙ୍କ ଶବ ମିଳିଥିଲା । ଏହି ଘଟଣା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ସୂଚନା ଅନୁସାରେ, ଗାଜିୟାବାଦର ମୋଦୀନଗର ସ୍ଥିତ କାଦରାବାଦ ଠାରେ OYO ହୋଟେଲରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ରୁମ୍ ଭିତରୁ ଦୁଇ ପ୍ରେମୀ ଯୁଗଳଙ୍କର ମୃତଦେହ ଉଦ୍ଧାର କରାଯାଇଛି । OYO ରୁମରେ ରୋମାନ୍ସ ବଦଳରେ ହୋଇଥିଲା ରକ୍ତର ତାଣ୍ଡବ । ନବ ବିବାହିତା ପ୍ରେମିକାକୁ ଡାକି ଏଠାରେ ହତ୍ୟା କରିଛି ପୂର୍ବତନ ପ୍ରେମିକ । ଏହାପରେ ପ୍ରେମିକାର ସ୍ୱାମୀକୁ ଭିଡ଼ିଓ କଲ ଜରିଆରେ ସେଠାକାର ସମସ୍ତ ସୂଚନା ମଧ୍ୟ ଦେଇଥିଲା । ଏଭଳି ସବୁ କାଣ୍ଡ ଘଟାଇବା ପରେ ଯୁବକ ଜଣକ ନିଜେ ପଙ୍ଖାରେ ଝୁଲିି ଆତ୍ମହତ୍ୟା କରିଥିବା ଜଣାଯାଇଛି ।

ଏହାପରେ ଯୁବତୀଙ୍କ ସ୍ୱାମୀ ହୋଟେଲକୁ ଫୋନ କରି ସବୁ ଜଣାଇଥିଲେ । ଏହା ଶୁଣି ହୋଟେଲର କର୍ମଚାରୀ ମାନେ ସେହି ରୁମରେ ପହଁଚିଥିଲେ, ସେଠାରେ ଦୁହିଁଙ୍କ ମୃତ ଦେହ ଦେଖି ସେମାନଙ୍କ ହୋସ ଉଡ଼ିଯାଇଥିଲା । ହୋଟେଲ କର୍ମଚାରୀ ମାନେ ତୁରନ୍ତ ପୋଲିସକୁ ଜଣାଇଥିଲେ, ପୋଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଉଦ୍ଧାର କରି ପୋଷ୍ଟମୋର୍ଟମ ପାଇଁ ପଠାଇଥିଲା । ଖବର ପାଇ ଦୁହିଁଙ୍କ ପରିବାର ଲୋକ ସହ ଯୁବତୀଙ୍କ ସ୍ୱାମୀ ମଧ୍ୟ ଘଟଣାସ୍ଥଳରେ ପହଁଚିଥିଲେ, ସେଠାରେ ପୋଲିସ ପରିବାରର ସଦସ୍ୟଙ୍କୁ ଅଟକାଇ ପଚରା ଉଚରା କରିଥିଲା ।

ଏହା ମଧ୍ୟରେ ସୂଚନା ମିଳିଥିଲା ଯେ ମଧୁର ବିବାହ କିଛି ବର୍ଷ ପୂର୍ବରୁ ହିମାଂଶୁଙ୍କ ଗ୍ରାମରେ ହୋଇଥିଲା। ସେଠାରେ ଦୁହିଁଙ୍କ ମଧ୍ୟରେ ଅନୈତିକ ସଂପର୍କ ଆରମ୍ଭ ହୋଇ ଯାଇଥିଲା । କିନ୍ତୁ କିଛି ଦିନ ପରେ ମଧୁଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ଶଶୁର ଘର ଲୋକ ତାଙ୍କୁ ଅନ୍ୟତ୍ର ବିବାହ କରାଇଥିଲେ । ତାହାପରେ ମଧ୍ୟ ହିମାଂଶୁ ସହ ସଂପର୍କ ରଖୁଥିଲେ, ବର୍ତ୍ତମାନ ଦୁହିଁଙ୍କ ଶବ ହୋଟେଲରେ ମିଳିଲା ।

Get real time updates directly on you device, subscribe now.