fbpx

କ୍ୟାବିନେଟ ବୈଠକରେ କୋଣାର୍କର ବିକାଶ ମନ୍ତ୍ର: ମିଳିଲା ସରକାରଙ୍କ ଗ୍ରୀନ ସିଗନାଲ

ଭୁବନେଶ୍ୱର: ଓଡିଶାର ଅନ୍ୟତମ ଐତିହ୍ୟ କୋଣାର୍କର ସୂର୍ଯ୍ୟ ମନ୍ଦିର । ଏହାର ପରିସର ଏବଂ ଚତୁଃପାଶ୍ୱର୍ର ବିକାଶ ପାଇଁ ସର୍ବଦା ପ୍ରଚେଷ୍ଟା ଜାରି ରକିଛନ୍ତି ରାଜ୍ୟ ସରକାର । ଆଜିର କ୍ୟାବିନେଟ ବୈଠକରେ ମଧ୍ୟ କୋଣାର୍କ ମନ୍ଦିର ପାଇଁ ଏକ ନୂଆ ବିଲ ପାରିତ ହୋଇଛି । ସୂର୍ଯ୍ୟ ମନ୍ଦିରର ପରିସର ଏବଂ ଚତୁଃପାଶ୍ୱର୍କୁ ଆହୁରି ସୁନ୍ଦର କରିବା ସହ ବିକଶିତ କରିବା ପାଇଁ କ୍ୟାବିନେଟରେ ଏକ ପ୍ରକଳ୍ପକୁ ମଞ୍ଜୁରୀ ମିଳିସାରିଛି ।

ରାଜ୍ୟର ସ୍ୱତନ୍ତ୍ର ପରିଚୟ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଆହୁରି ବିକଶିତ ଏବଂ ଆକର୍ଷିତ କରିବା ପାଇଁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ ମଧ୍ୟ ମିଳିଛି । ଆଜି କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବ ଉପରେ ମୋହର ବାଜିଥିବା ବେଳେ କୋଣାର୍କ ମନ୍ଦିର ପରିସରର ବିକାଶ ମଧ୍ୟ ଏଥିରେ ସାମିଲ ରହିଛି । ଏହି ପ୍ରକଳ୍ପ ପାଇଁ ମୋଟ ୨୦୯ କୋଟି ୭୩ ଲକ୍ଷ ୭୦ ହଜାର ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ କ୍ୟାବିନେଟ । ଏହା ରାଜ୍ୟର ଏଭଳି ଏକ ପୁରାତନ ଐତିହ୍ୟକୁ ସୁନ୍ଦର ଏବଂ ଆକର୍ଷିତ କରିବାରେ ନୂଆ ଅଧ୍ୟାୟ ଲେଖିବ ବୋଲି ଆଶା କରାଯାଉଛି ।

ସେହିପରି ପୁରୁଣା ଭୁବନେଶ୍ୱର ଅଞ୍ଚଳର ବିଭିନ୍ନ ସ୍ମାରକୀର ମଧ୍ୟ ପୁନରୁଦ୍ଧାର କରାଯିବ । ଏ ନେଇ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଛନ୍ତି ନବୀନ ସରକାର । ବିଭିନ୍ନ ସ୍ମାରକୀର ପୁନରୁଦ୍ଧାର କରାଯିବା ସହ ସମସ୍ତ ସୁବିଧା ଉପଲବ୍ଧ କରାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରକଳ୍ପ ପାଇଁ କ୍ୟାବିନେଟରେ ୧୫୬ କୋଟି ୨୧ ଲକ୍ଷ ଟଙ୍କାର ଅନୁମୋଦନ ମିଳିଛି । ତେବେ ଆସନ୍ତା ୧୮ ମାସ ଭିତରେ ଏହାର କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

Get real time updates directly on you device, subscribe now.