fbpx

ପୁଟିନଙ୍କ ସହ ମିଟିଂ ପରେ ହସ୍ପିଟାଲରେ ଭର୍ତ୍ତି ବେଲାରୁଷ ରାଷ୍ଟ୍ରପତି, ଜହର ଦିଆଯାଇଥିବାର ଆଶଙ୍କା

ମସ୍କୋ:ରୁଷରୁ ଏକ ବଡ ଖବର ଏବେ ସାମ୍ନାକୁ ଆସିଛି । ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡର ଳୁକାସେଙ୍କୋଙ୍କୁ ତତ୍୍କାଳ ମସ୍କୋର ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ନିଜର ରୁଷୀୟ ସମକକ୍ଷ ବ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତକାର ପରେ ପରେ ଳୁକାସେଙ୍କୋଙ୍କ ଅବସ୍ଥା ଏପରି ହୋଇଛି । ବେଲାରୁଷର ବିପକ୍ଷ ନେତା ବାଲେରୀ ସେପକାଲୋ ଏ ବିଷୟରେ ସୂଚନା ଦେଇଛନ୍ତି । ୬୮ ବର୍ଷୀୟ ଳୁକାସେଙ୍କୋ ରୁଷର ୟୁକ୍ରେନ୍ ଆକ୍ରମଣ ମଧ୍ୟରେ ପୁଟିନଙ୍କର ସବୁଠାରୁ ନିକଟତମ ସହଯୋଗୀ ଥିଲେ ।
ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ ବାଲେରୀ ସେପକାଲୋ ନିଜ ଟୁଇଟର୍ ଆକାଉଣ୍ଟରେ ଏହି ଖବରକୁ ସେୟାର କରିଛନ୍ତି । ଳୁକାସେଙ୍କୋଙ୍କୁ ମସ୍କୋର ସେଣ୍ଟ୍ରାଲ କ୍ଲିନିକାଲ୍ ହସ୍ପିଟଶଲ୍ରେ ଭର୍ତ୍ତି କରାଯାଇଛି । ଏହା ପୂର୍ବରୁ ତାଙ୍କର ପୁଟିିନଙ୍କ ସହ ହିଁ ମିଟିଂ ଥିଲା ।

ଏବେ ତାଙ୍କୁ ମେଡିିକାଲ୍ ସୁପରଭିଜନରେ ରଖାଯାଇଛି ଓ ତାଙ୍କ ଅବସ୍ଥା ଗମ୍ଭୀର ରହିଛି । ଳୁକାସେଙ୍କୋଙ୍କୁ ସ୍ୱାସ୍ଥ୍ୟ ଅବସ୍ଥା ଏପରି ଅଛି ଯେ ତାଙ୍କୁ ନିଜ ଦେଶକୁ ଅଣାଯାଇପାରିବ ନାହିଁ । ବାଲେରୀ ଳୁକାସେଙ୍କୋଙ୍କୁ ଜହର ଦିଆଯାଇଥିବା ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି । ତେବେ ତାଙ୍କୁ ହସ୍ପିଟାଲ ନିଆଯିବା ଓ ବଞ୍ଚାଇବାର ଚେଷ୍ଟା ଏଇଥିପାଇଁ କରାଯାଉଛି କି କାହାର ଯେପରି ଏ ନେଇ କୌଣସି ସନ୍ଦେହ ନ ହେଉ । କ୍ରେମଲିନ୍ ପକ୍ଷରୁ ମଧ୍ୟ ଜହର ଦିଆଯାଇଥôବାର ଆଶଙ୍କା ରହିଛି ।

ଗତ କିଛି ସମୟ ଧରି ଳୁକାସେଙ୍କୋଙ୍କ ସ୍ୱାସ୍ଥ୍ୟକୁ ନେଇ ନାନାଦି ଗୁଜବ ଉଠୁଥିଲା । ଚଳିତ ମାସ ଆରମ୍ଭରେ ବେଲାରୁଷ ରାଷ୍ଟ୍ରପତି ରଷ ପହଞ୍ôଚଥିଲେ ଓ ଭିକ୍ଟ୍ରୀ ଡେ ପ୍ୟାରେଡ୍ରେ ସେ ଭାଗ ନେଇଥିଲେ । କିନ୍ତୁ ସେ ପୁଟିନଙ୍କ ସହ ଲଞ୍ଚରେ ସାମିଲ ହୋଇ ନ ଥିଲେ ଓ ତୁରନ୍ତ ଫେରି ଯାଇଥିଲେ । ବହୁ ମିଡିଆ ଏ ସମୟରେ କହିଥିଲେ ଯେ ଳୁକାସେଙ୍କୋ ଏହି ସମୟରେ ବହୁତ କ୍ଲାନ୍ତ ହୋଇ ପଡିଥିଲେ ଓ ତାଙ୍କ ଡାହାଣ ହାତରେ ବ୍ୟାଣ୍ଡେଜ୍ ଥିଲା । ପରେ ସେ ଏହି ଖବରକୁ ଖାରଜ କରି କହିଥିଲେ ମୁଁ ଏବେ ମରୁନାହିଁ । ମୁଁ ଆହୁରି ବହୁତ ଦିନ ଆପଣମାନଙ୍କ ସହ ରହିବି । ମାତ୍ର ୩ ଦିନରେ ମୁଁ ସଂପୂର୍ଣ୍ଣର୍ ଠିକ୍ ହୋଇଯିବି ।

ଡେଲିମେଲ୍ କହିଛି ପୂର୍ବରୁ ଳୁକାସେଙ୍କୋଙ୍କୁ ଜହର ଦିଆଯିବାର ଆଶଙ୍କା ଉପୁଜିଥିଲା । ଏହାର କାରଣ ଏହା ଥିଲା ଯେ, ସେ ବ୍ଲାଦିମିର ପୁଟିନଙ୍କ ସମର୍ଥକ ହେଲେ ବି ରୁଷ ତାଙ୍କ ଠାରୁ ଆହୁରି ଜଣେ ଅଧିକ ବିଶ୍ୱସ୍ତ ନେତାଙ୍କୁ ବେଲାରୁଷର ରାଷ୍ଟ୍ରପତି କରିବାକୁ ଚାହୁଁଛି ।

 

Get real time updates directly on you device, subscribe now.