fbpx

ଓଡ଼ିଶାରେ ଦେଖିବାକୁ ମିଳିଲା ‘ଦି କେରଳ ଷ୍ଟୋରି’ର ସତ କାହାଣୀ! ଧର୍ମ ପରିବର୍ତ୍ତନ ପାଇଁ ଯୁବତୀଙ୍କୁ ବାଧ୍ୟ କରାଗଲା, ରାଜି ନ ହେବାରୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘ଦି କେରଳ ଷ୍ଟୋରି’କୁ ସାରା ଦେଶରେ ବଡ଼ ଧରଣର ବିବାଦ ଦେଖିବାକୁ ମିଳିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଫିଲ୍ମକୁ ବ୍ୟାନ କରିବା ପାଇଁ କେରଳ ହାଇକୋର୍ଟରେ ଯାଚିକା ମଧ୍ୟ ଦାୟର ହୋଇଥିଲା । ମାତ୍ର ହାଇକୋର୍ଟ ଏହାକୁ ଅଗ୍ରାହ୍ୟ କରିବା ସହିତ ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ବିବାଦୀୟ ଲାଇନକୁ ହଟାଇବାକୁ କହିଥିଲେ । ଗତ ୫ ତାରିଖରେ ଫିଲ୍ମଟି ହଲରେ ରିଲିଜ ହୋଇଥିଲା ।

ତେବେ ଫିଲ୍ମକୁ ପଶ୍ଚିମବଙ୍ଗ ସରକାର ବ୍ୟାନ କରିଥିବା ବେଳେ ପରେ ସୁପ୍ରିମକୋର୍ଟ ଏହା ଉପରୁ ବ୍ୟାନ ହଟାଇଥିଲେ । ୩୨ ହଜାର ମହିଳାଙ୍କୁ ଆଇଏସ ଆତଙ୍କବାଦ ସଂଗଠନରେ ବଳପୂର୍ବକ ଭାବେ ସାମିଲ କରାଯାଇଥିଲା । ବିଶେଷ କରି କେରଳର ବିଭିନ୍ନ ଅଞ୍ଚଳର ଯୁବତୀମାନଙ୍କୁ ଏହି ସଂଗଠରେ ଯୋଗ ଦେବାକୁ ଚାପ ପ୍ରୟୋଗ କରାଯାଉଥିଲା । ତେବେ ଏହା ତ ଥିଲା ପରଦାର କଥା । ନିକଟରେ ଓଡ଼ିଶାରେ ଏପରି ଏକ ସତ୍ୟ କାହାଣୀ ଦେଖିବାକୁ ମିଳିଛି ।

ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି । ଯୁବତୀ ଜଣଙ୍କ ଏଥିରେ ରାଜି ନହେବାରୁ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଦେବାକୁ ଧମକ ଦିଆଯାଇଥିଲା । ଯୁବତୀଙ୍କୁ ମାଂସ ଖାଇବାକୁ ବାଧ୍ୟ କରାଯିବା ସହିତ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଇଥିଲା । ଏପରିକି ଜୀବନରୁ ମାରିଦେବା ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ପ୍ରେମିକଙ୍କର ଏହି ସବୁ ହରକତ ଅସହ୍ୟ ହେବା ପରେ ବାଧ୍ୟହୋଇ ଯୁବତୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଥିଲେ ।

Get real time updates directly on you device, subscribe now.