ଟିମ ଇଣ୍ଡିଆରୁ କିଏ Out? ଇଂଲଣ୍ଡ ODI ସିରିଜରୁ ବାଦ୍ ପଡ଼ିବେ ‘ଅଧିନାୟକ’! ଏମିତି ରହିପାରେ Squad
ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଖେଳିବେନି ‘ଅଧିନାୟକ’! ଏହିସବୁ ଖେଳାଳିଙ୍କୁ ମିଳିବ ସୁଯୋଗ
ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫି ପରାଜୟ ପରେ ଭାରତ ସ୍ୱଦେଶ ଫେରିଛି । ତେବେ ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଖେଳିବାକୁ ଯାଉଛି । ଏଥିପାଇଁ ଚୟନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।
ଖରାପ ପ୍ରଦର୍ଶନ ଯୋଗୁଁ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଦଳରୁ ବାଦ୍ ଦେବାକୁ ଆଲୋଚନା ହେଉଛି । ତେବେ ଏହି ସିରିଜରେ ଭାରତ ଦଳର ଷ୍ଟାର କ୍ରିକେଟର ତଥା ‘ଅଧିନାୟକ’ଙ୍କୁ ବାଦ୍ ଦେବାର ସମ୍ଭାବନା ରହିଛି ।
ବାଦ୍ ପଡ଼ିବେ ଅଧିନାୟକ: ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ଭାରତ ମାତ୍ର ୩ଟି ଦିନିକିଆ ଖେଳିବାକୁ ଯାଉଛି । ତେଣୁ ଏଥିରେ ରୋହିତ ଏବଂ ବିରାଟ ଉଭୟଙ୍କୁ ଦଳ ସୁଯୋଗ ଦେବାକୁ ଚାହିଁବ । କିନ୍ତୁ ଏହି ଦଳରୁ ବାଦ୍ ପଡ଼ିପାରନ୍ତି ଭାରତର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ।
ପ୍ରଦର୍ଶନ ବଢାଉଛି ଚିନ୍ତା: ଟି-୨୦ରେ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହୋଇଥିଲେ ମଧ୍ୟ ଦିନିକିଆ ଫର୍ମାଟରେ ସୂର୍ଯ୍ୟକୁମାର ନିଜକୁ ପ୍ରମାଣ କରିପାରି ନାହାନ୍ତି । ତେଣୁ ଦଳ ତାଙ୍କୁ ଏହି ସିରିଜ ସହ ଚମ୍ପିଆନ୍ସ ଟ୍ରଫିରେ ମଧ୍ୟ ବାଦ୍ ଦେଇପାରେ ବୋଲି ଅନୁମାନ କରାଯାଉଛି ।
ଖେଳିବେନି ବୁମରାହ-ସିରାଜ: ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟରେ ଆହତ ହେବା ପରେ ବୁମରାହଙ୍କୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ବିଶ୍ରାମ ଦେଇପାରେ ବୋର୍ଡ । ଏହାବ୍ୟତୀତ ମହମ୍ମଦ ସିରାଜଙ୍କୁ ମଧ୍ୟ ଆରାମ ଦିଆଯାଇପାରେ ।
ତେବେ ବୁମରାହ ଏବଂ ସିରାଜଙ୍କ ସ୍ଥାନରେ ପ୍ରସିଦ୍ଧ କୃଷ୍ଣା ଏବଂ ଅର୍ଶଦୀପ ସିଂହ ଦଳରେ ସାମିଲ ହୋଇପାରନ୍ତି । ଏହାବ୍ୟତୀତ ଷ୍ଟାର ବୋଲର ମହମ୍ମଦ ଶାମୀ ମଧ୍ୟ ଫିଟ୍ ହୋଇ ସାରିଛନ୍ତି । ତେଣୁ ତାଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳିପାରେ ।
ଫେରିବେ ହାର୍ଦ୍ଦିକ-ଶ୍ରେୟସ: ଦୀର୍ଘ ଦିନ ପରେ ଟିମ ଇଣ୍ଡିଆର ଦିନିକିଆକୁ ୩ ଜଣ ଷ୍ଟାର ଖେଳାଳି କମବ୍ୟାକ କରିପାରନ୍ତି । ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ୨୦୨୩ ବିଶ୍ବକପ ପରେ ପ୍ରଥମ ଥର ଦିନିକିଆ ଦଳରେ ସ୍ଥାନ ପାଇପାରନ୍ତି । ସେହିପରି ଶ୍ରେୟସ ଆୟରଙ୍କୁ ମଧ୍ୟ ଇଂଲଣ୍ଡ ବିପକ୍ଷ ସିରିଜରେ ଚୟନ କରିପାରେ ବୋର୍ଡ ।
ଏମିତି ରହିପାରେ ଭାରତୀୟ ଟିମ୍: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ କୁମାର ରେଡ୍ଡୀ, ରବିନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, କୁଳଦୀପ ଯାଦବ, ଅର୍ଶଦୀପ ସିଂହ, ମହମ୍ମଦ ଶାମୀ, ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ସିରାଜ ।