fbpx

କୋଚ୍ ହେବେ କିଏ? ସଚିନ୍-ଧୋନୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ବି କଲେ ଆବେଦନ! ବୋର୍ଡ ନେବ ନିଷ୍ପତ୍ତି

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ଟିମ ଇଣ୍ଡିଆର ନୂଆ କୋଚ୍ ପଦବୀ ପାଇଁ ଆବେଦନର ଶେଷ ତାରିଖ ଅତିକ୍ରମ ହୋଇସାରିଛି । ଏହି ପଦବୀ ପାଇଁ ପ୍ରାୟ ୩୦୦୦ରୁ ଅଧିକ ଜଣ ପ୍ରାର୍ଥୀ ବିସିସିଆଇକୁ ଆବେଦନ ପତ୍ର ପଠାଇଛନ୍ତି । ତେବେ ଆବେଦନକାରୀଙ୍କ ମଧ୍ୟରେ ୩ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ମଧ୍ୟ ସାମିଲ ରହିଛି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କ ସହ ସଚିନ୍ ତେନ୍ଦୁଲକର ଏବଂ ଅମିତ ଶାହା ମଧ୍ୟ ମୁଖ୍ୟ କୋଚ୍ ପଦବୀ ପାଇଁ ଆବେଦନ କରିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ କାହାକୁ ଏହି ଦାୟିତ୍ୱ ଦେବ ବିସିସିଆଇ ?

ଆସନ୍ତା ଟି-୨୦ ବିଶ୍ୱକପ ପରେ ବର୍ତ୍ତମାନର କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଏଥିପାଇଁ ଟିମ ଇଣ୍ଡିଆ ନୂଆ କୋଚ୍ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା । ତେବେ ରିପୋର୍ଟ ଅନୁସାରେ, ମେ’ ୨୭ ତାରିଖ ସୁଦ୍ଧା ଟିମ ଇଣ୍ଡିଆର କୋଚ୍ ପାଇଁ ୩୦୦୦ରୁ ଅଧିକ ଆବେଦନ କରିଛନ୍ତି । ଏହି ତାଲିକାରେ ସଚିନ୍ ତେନ୍ଦୁଲକରଙ୍କ ସହ ଏମ.ଏସ ଧୋନୀ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁ ମଧ୍ୟ ସାମିଲ ରହିଛି । ତେବେ ଏହିସବୁ ଆବେଦନ ଫେକ୍ ବା ମିଛି ଆବେଦନ ବୋଲି ମଧ୍ୟ ସ୍ପଷ୍ଟ ହୋଇଛି । ସଚିନ୍, ଧୋନୀ ଏବଂ ମୋଦୀଙ୍କ ନାମରେ କିଛି ଲୋକ ମିଛ ଆବେଦନ କରିଥିବା ଘଟଣା ସାମନାକୁ ଆସିଛି ।

ତେବେ ଏ ନେଇ ବୋର୍ଡର ଜଣେ ଅଧିକାରୀ କହିଛନ୍ତି ଯେ, ଗତ ଥର ମଧ୍ୟ ବୋର୍ଡକୁ ଏଭଳି କିଛି ମିଛ ଆବେଦନ ମିଳିଥିଲା । ଏଥିପାଇଁ ବୋର୍ଡ ତରଫରୁ ଗୁଗଲ ଫର୍ମ ଜରିଆରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା । କାରଣ ଗୁଗଲ ଫର୍ମରେ ଆବେଦନକୁ ଫିଲଟର କରାଯାଇପାରିବ । କିଛି ଲୋକ ଏଥିରେ ମିଛ ବା ଭୁଲ ନାମରେ ଆବେଦନ କରୁଛନ୍ତି । ତେବେ ପ୍ରକୃତରେ କେଉଁ ଖେଳାଳିମାନେ କୋଚ୍ ହେବା ପାଇଁ ଆବେଦନ କରିଛନ୍ତି, ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ବିସିସିଆଇ ।

Get real time updates directly on you device, subscribe now.