fbpx

କିଏ ହେବେ ବିରୋଧୀ ଦଳ ନେତା? କେଉଁ ଆସନରୁ ଇସ୍ତଫା ଦେବେ ରାହୁଲ? ଆଜି ନିଷ୍ପତ୍ତି ନେବ କଂଗ୍ରେସ

Advertisement

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ସୋମବାର ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ଅପରାହ୍ନ ୫ଟାରେ ହେବାକୁ ଥିବା ଏହି ବୈଠକରେ ରାହୁଲ ଗାନ୍ଧିଙ୍କ ଆସନ ସହ ଲୋକସଭା ବାଚସ୍ପତି ଓ ବିରୋଧୀ ଦଳ ନେତା ଙ୍କ ଭଳି ପ୍ରସଙ୍ଗରେ ଆଲୋଚନା ହେବ।

ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକରେ ରାହୁଲ ଗାନ୍ଧି ରାୟବରେଲି ଓ ୱାୟନାଡ ଲୋକସଭା ଆସନରୁ କେଉଁ ଆସନ ଛାଡ଼ିବେ ତାହା ସ୍ଥିର ହେବ। ଏହା ସହ ଗୃହରେ ବିରୋଧୀ ଦଳ ନେତା ଓ ଲୋକସଭାବାଚସ୍ପତି କିଏ ହେବେ ସେ ନେଇ ମଧ୍ୟ ଆଲୋଚନା ହେବ। ଗତକାଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଥିଲେ। କଂଗ୍ରେସ ମୁଖ୍ୟଙ୍କ ୧୦, ରାଜାଜୀ ମାର୍ଗ ବାସଭବନରେ ରିଜିଜୁ ଖାର୍ଗେଙ୍କୁ ସାକ୍ଷାତ କରିଥିଲେ।

ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ କୁ ୯୯ଟି ଆସନ ମିଳିଛି, ଯାହା କି ୨୦୧୯ ରେ ୫୨ ଟି ଆସନ ଠାରୁ ବହୁତ ଅଧିକ । ସେହି ସମୟରେ ଗୃହରେ ବିରୋଧୀ ଦଳ ନେତା ଚୟନ ପାଇଁ ଦଳକୁ ପର୍ଯ୍ୟାପ୍ତ ଆସନ ମଧ୍ୟ ମିଳିନଥିଲା। ବାସ୍ତବରେ ବିରୋଧୀ ଦଳ ନେତାଙ୍କ ପାଇଁ ଯେ କୌଣସି ଦଳରେ ଲୋକସଭା ସଦସ୍ୟଙ୍କ ସଂଖ୍ୟାର ୧୦ ପ୍ରତିଶତ ରହିବା ଦରକାର।

ଏଥର ବିରୋଧୀ ଦଳ ନେତା ଚୟନ କରିବା ପାଇଁ କଂଗ୍ରେସ ପାଖରେ ବଡ଼ ସୁଯୋଗ ରହିଛି। କଂଗ୍ରେସ ନେତାମାନେ ରାହୁଲ ଗାନ୍ଧିଙ୍କ ନାମ ପ୍ରସ୍ତାବ ଦେଇଛନ୍ତି, ଏବେ ସେମାନେ ଏଥିରେ ରାଜି ହୁଅନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା କାରଣ ରାହୁଲ ଗାନ୍ଧି ବିରୋଧୀ ଦଳ ନେତା ହେବାକୁ ମନା କରିସାରିଛନ୍ତି।

 

Get real time updates directly on you device, subscribe now.