fbpx
BSKY
BJD MC SKY
BJD YOUTH SKY

କୋହଲିଙ୍କ ପରେ କିଏ? ଜବାବ ରଖିଲେ ପୂର୍ବତନ RCB କୋଚ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ନିଜ ପଦରୁ ଓହରିବାକୁ ଯାଉଛନ୍ତି । ଅଧିନାୟକ ଭାବରେ ଏହା ଆରସିବି ସହିତ କୋହଲିଙ୍କ ଅନ୍ତିମ ସିଜିନ ହେବ । ଆଇପିଏଲ ପ୍ରାରମ୍ଭରୁ ଗୋଟିଏ ଫ୍ରାଞ୍ଚାଇଜି ସହିତ ରହିଥିବା କୋହଲି ଆରସିବି ପକ୍ଷରୁ ୧୩୧ ମ୍ୟାଚରେ ନେତୃତ୍ୱ ନେଇଛନ୍ତି । ୨୦୧୧ ପରଠାରୁ ୧୦ଟି ସିଜିନ ପାଇଁ ଦଳର ନେତୃତ୍ୱ ନେଇଛନ୍ତି କୋହଲି । ଏହା ମଧ୍ୟରେ ଦଳ ୩ ଥର ପ୍ଲେଅଫରେ ପହଞ୍ଚିବାର କୃତିତ୍ୱ ହାସଲ କରିଛି । କୋହଲିଙ୍କ ନେତୃତ୍ୱରେ ଦଳ ୧୩୧ ମ୍ୟାଚରୁ ୬୦ଟିରେ ବିଜୟୀ ହୋଇଥିବା ବେଳେ ୬୪ ଟିରେ ପରାଜିତ ହୋଇଛି । ୧୦ ବର୍ଷ ପରେ ମଧ୍ୟ ଥରୁଟିଏ ଟାଇଟଲ ହାସଲର କୃତିତ୍ୱ ହାସଲ କରି ପାରିନଥିଲେ କୋହଲି । ବର୍ତ୍ତମାନ କୋହଲି ଅଧିନାୟକତ୍ୱରୁ ଅବ୍ୟାହତି ନେଉଥିବା ବେଳେ କିଏ ପରବର୍ତ୍ତୀ ଅଧିନାୟକ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଦୀର୍ଘ ବର୍ଷ ଧରି ଆରସିବିର ପ୍ରମୁଖ ଅସ୍ତ୍ର ରହିଥିବା ଏବି ଡିଭିଲିୟର୍ସଙ୍କୁ ନେତୃତ୍ୱ ମିଳିବାର ସମ୍ଭାବନା ଅଧିକ ରହିଛି । ମାତ୍ର ଡିଭିଲିୟର୍ସ ଅନ୍ତର୍ଜାତୀୟ କ୍ରିକେଟରେ ଆଉ ମାତ୍ର ୧-୨ ବର୍ଷ ଯାଏଁ ସକ୍ରିୟ ରହିବେ । ତେଣୁ ଡିଭିଲିୟର୍ସଙ୍କୁ ଅଧିନାୟକ କରିବା ଯୋଜନା ଦୀର୍ଘସ୍ଥାୟୀ ଭାବରେ ଫଳପ୍ରସୂ ହେବ ନାହିଁ । ଏହାର ଉତ୍ତର ରଖିଛନ୍ତି ପୂର୍ବତନ ଭାରତୀୟ ବୋଲର ତଥା ଆରସିବି ବୋଲିଂ କୋଚ ଆଶିଷ ନେହେରା । ଯୁବ ଭାରତୀୟ ଖେଳାଳି ଦେବଦତ୍ତ ପାଡିକଲଙ୍କୁ ଆରସିବିର ଭବିଷ୍ୟତ ଭାବରେ ବର୍ଣ୍ଣନା କରିଛନ୍ତି ନେହେରା । ପାଡିକଲ ବର୍ତ୍ତମାନ ଯୁବ ଖେଳାଳି । ବିଗତ କିଛି ବର୍ଷ ହେବ ସେ ଆରସିବି ସହିତ ଜଡିତ ଅଛନ୍ତି । ନେତୃତ୍ୱ ମିଳିଲେ ପାଡିକଲ ଏହାକୁ ସଠିକ ଭାବରେ ନିର୍ବାହ କରି ପାରିବେ ବୋଲି ନେହେରା ମତ ଦେଇଛନ୍ତି ।

Get real time updates directly on you device, subscribe now.