fbpx

ସାମ୍ବାଦିକ ନବୀନ ଦାସଙ୍କ ପୁଅଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ପାତପଡ଼ା ଗାଁ ପୋଖରୀରୁ ମୃତଦେହ ଉଦ୍ଧାର ଘଟଣା । ଉଦ୍ଧାର ଯୁବକଙ୍କ ମିଳିଲା ପରିଚୟ । ବରିଷ୍ଠ ସାମ୍ବାଦିକ ନୀବନ ଦାସଙ୍କ ପୁଅଙ୍କ ମୃତଦେହ ଉଦ୍ଧାର । ନୀବନ ଦାସଙ୍କ ବଡ଼ପୁଅ ମନୀଷ ଅନୁରାଗଙ୍କ ମୃତଦେହ ଉଦ୍ଧାର । ସନ୍ଦେହଜନକ ଅବସ୍ଥାରେ ପୋଖରୀରୁ ମୃତଦେହ ଉଦ୍ଧାର । ଗତକାଲି ରାତିରୁ ମନୀଷ ଅନୁରାଗ ନିଖୋଜ ଥିଲେ । ପୁଅର ମୃତ୍ୟୁ ନେଇ ସୋସିଆଲ ମିଡିଆରେ ନବୀନ ଦାସଙ୍କ ସୂଚନା ।

ସୂଚନାଯୋଗ୍ୟ. ରବିବାର ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ଗାଁ ପୋଖରୀରୁ ମୃତଦେହ ଉଦ୍ଧାର ହୋଇଥିଲା । ଗତକାଲି ଇନଫୋସିଟି ଅଞ୍ଚଳରୁ ମନୀଷ ଅପହୃତ ହୋଇଥିବା ନେଇ ସୂଚନା । ଶେଷଥର ଇନଫୋସିଟି ଅଞ୍ଚଳରୁ ମନୀଷ ଘରକୁ ଫୋନ କରିଥିଲେ । ତାଙ୍କୁ କେହି ହତ୍ୟା କରି ପୋଖରୀରେ ଫିଙ୍ଗିଥିବା ସନ୍ଦେହ କରାଯାଉଛି । ସେପଟେ ଘଟଣା ସ୍ଥଳରେ ଭୁବନେଶ୍ୱର ଡିସିପି ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.