fbpx

କିଏ ନେବେ ଦ୍ରାବିଡଙ୍କ ସ୍ଥାନ? ଏହି ବିଶ୍ୱବିଜେତାଙ୍କୁ କୋଚ୍ ଦାୟିତ୍ୱ ଦେଇପାରେ ବିସିସିଆଇ

Advertisement

ନୂଆଦିଲ୍ଲୀ: ଭାରତୀୟ ଦଳରେ ନୂଆ ମୁଖ୍ୟ କୋଚ୍ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଭାରତୀୟ କ୍ରିକେଟ ବୋର୍ଡ । ତେବେ ବର୍ତ୍ତମାନ ରାହୁଲ ଦ୍ରାବିଡ ଏହି ପଦବୀରେ ଥିବା ବେଳେ ତାଙ୍କ ସ୍ଥାନ କିଏ ନେବେ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାହୁଲ ଦ୍ରାବିଡ ଏହି ରେସରେ ଆଗରେ ରହିଥିବା ବେଳେ ବୋର୍ଡ ତାଙ୍କୁ ପୁଣିଥରେ ଦାୟିତ୍ୱ ଦେଇପାରେ ବୋଲି କୁହାଯାଉଛି । ସେହିପରି ଅନେକ ବିଶେଷଜ୍ଞ ଦଳକୁ ନୂଆ କୋଚ୍ ବାଛିବା ଉଚିତ୍ ବୋଲି ମଧ୍ୟ ପରାମର୍ଶ ଦେଇଛନ୍ତି । ତେବେ ବର୍ତ୍ତମାନ ଭାରତୀୟ କୋଚ୍ ଭାବରେ ବିଦେଶୀ ଖେଳାଳିଙ୍କୁ ମଧ୍ୟ ଦାୟିତ୍ୱ ଦିଆ ଯାଇପାରେ ବୋଲି ଆଶା କରାଯାଉଛି । ଡଙ୍କନ ଫ୍ଲେଚରଙ୍କ ପରେ ବିଦେଶୀ ଖେଳାଳିଙ୍କୁ ମିଳିବ କି ଟିମ ଇଣ୍ଡିଆର କୋଚ୍ ପଦବୀ?

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜଷ୍ଟିନ ଲାଙ୍ଗରଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହାପରେ ଭାରତୀୟ କୋଚ୍ ପାଇଁ ଦେଶୀ ଏବଂ ବିଦେଶୀ କୋଚ୍ ମଧ୍ୟରେ ବିବାଦ ଆରମ୍ଭ ହୋଇଛି । ଆଇପିଏଲ-୨୦୨୪ରେ ଲକ୍ଷେ୍ନø ସୁପର ଜିଆଣ୍ଟସ ଦଳର ମୁଖ୍ୟ କୋଚ୍ ଦାୟିତ୍ୱରେ ରହିଛନ୍ତି ଜଷ୍ଟିନ ଲାଙ୍ଗର । ତେବେ ଭାରତୀୟ ଦଳର କୋଚ୍ ପଦ ପାଇଁ ତାଙ୍କ ଇଚ୍ଛା ପଚାରିବାରୁ ସେ ସକରାତ୍ମକ ଉତ୍ତର ଦେଇଛନ୍ତି । ଟିମ ଇଣ୍ଡିଆର କୋଚ୍ ହେବା ପାଇଁ ସେ ଉତ୍ସୁକ ଥିବା ମଧ୍ୟ ସୂଚନା ଦେଇଛନ୍ତି । ଏହାପରେ ସେ କହିଛନ୍ତି ଯେ, “ମୁଁ ଏ ନେଇ କେବେ ଚିନ୍ତା କରିନାହିଁ । ସମସ୍ତ କୋଚଙ୍କ ପାଇଁ ମୋ ମନରେ ସମ୍ମାନ ରହିଛି । କାରଣ କ୍ରିକେଟରେ ଥିବା ଚାପକୁ ମୁଁ ଅନୁଭବ କରିପାରିଛି । କିନ୍ତୁ ଭାରତୀୟ ଦଳକୁ କୋଚିଂ ଦେବା ଏକ ଅସାଧାରଣ ଭୂମିକା ରହିବ । ଦଳରେ ଯେତିକି ପ୍ରତିଭା ରହିଛନ୍ତି, ଏହା ଖୁବ ଆକର୍ଷକ ରହିବ ବୋଲି କହିଛନ୍ତି ଜଷ୍ଟିନ ଲାଙ୍ଗର ।”

ତେବେ ଜଷ୍ଟନ ଲାଙ୍ଗରଙ୍କ ଏହି ବୟାନରୁ ଅନୁମାନ କରାଯାଉଛି ଯେ, ସେ ଭାରତୀୟ ଦଳର କୋଚ୍ ହେବା ପାଇଁ ଇଚ୍ଛୁକ ରହିଛନ୍ତି । ସେପଟେ ବିସିସିଆଇ ସଚିବ ଜୟ ଶାହ ମଧ୍ୟ ବିଦେଶୀ କୋଚ୍ ସାମିଲ କରିବା ନେଇ ସଂକେତ ଦେଇଛନ୍ତି । ତେବେ ଟିମ ଇଣ୍ଡିଆରେ ଶେଷ ଥର ପାଇଁ ବିଦେଶୀ କୋଚ୍ ଭାବରେ ଦାୟିତ୍ୱ ନେଇଥିଲେ ଡଙ୍କନ ଫ୍ଲେଚର । ୨୦୧୪ ମସିହାରେ ସେ ଏହି ପଦ ଛାଡ଼ିବା ପରେ ଟିମ ଇଣ୍ଡିଆର କୋଚ୍ ପଦ ଲଗାତାର ଭାରତୀୟ ଖେଳାଳିଙ୍କୁ ମିଳିଛି । ପ୍ରଥମେ ଅନିଲ କୁମ୍ବଲେ, ରବି ଶାସ୍ତ୍ରୀ ଏବଂ ପରେ ରାହୁଲ ଦ୍ରାବିଡଙ୍କୁ କୋଚ୍ ପଦବୀରେ ଅଭିଷେକ କରିଛି ବିସିସିଆଇ ।

Get real time updates directly on you device, subscribe now.