fbpx

(Video) ଚନ୍ଦ୍ରପୃଷ୍ଠରେ ସୁଶାନ୍ତଙ୍କ ଜାଗା କାହାର ହେବ? ଆତ୍ମହତ୍ୟା କରିଥିବା ଘର କିଣିନେଲେ ଆଦା ଶର୍ମା

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଘର କିଣିଛନ୍ତି ‘କମାଣ୍ଡୋ’ ଗାର୍ଲ ଆଦା ଶର୍ମା । ସୁଶାନ୍ତ ଆତ୍ମହତ୍ୟା କରିଥିବା ଘରକୁ ଅଦା କିଣୁଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ସୁଶାନ୍ତ ଏହି ଘର ପାଇଁ ୪.୫ ଲକ୍ଷ ଟଙ୍କା ଦେଉଥିବା ବେଳେ ଆଦା ଏ ନେଇ କୌଣସି ଖୁଲାସା କରି ନାହାନ୍ତି । କିନ୍ତୁ ଏବେ ଏହାପରେ ଆଉ ଏକ ପ୍ରଶ୍ନ ଉଠିଛି । ମୁମ୍ବାଇସ୍ଥିତ ଘର ବିକ୍ରି ହେବା ପରେ ଚନ୍ଦ୍ରରେ ଥିବା ସୁଶାନ୍ତଙ୍କ ଘର କିଣିବ କିଏ? କାହାର ହେବ ଏହି ପ୍ରପର୍ଟି?

ସୂଚନା ଅନୁସାରେ, ଏମ.ଏସ ଧୋନୀ- ଦ ଅନଟୋଲ୍ଡ ଷ୍ଟୋରୀରେ ଚମତ୍କାର ଅଭିନୟରେ ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି ସୁଶାନ୍ତ । ମେଗା ସିରିଏଲ ‘ପବିତ୍ର ରିସ୍ତା’ ଏବଂ ଅନ୍ୟାନ୍ୟ ସିରିଏଲରେ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ ସୁଶାନ୍ତ । ତେବେ ସେ ଚନ୍ଦ୍ରପୃଷ୍ଠରେ ଏକ ଜାଗା କିଣିଥିବା ମଧ୍ୟ ଜାଣିବାକୁ ମିଳିଥିଲା । ୫୫ ଲକ୍ଷ ଟଙ୍କ ଖର୍ଚ୍ଚ କରି ଚନ୍ଦ୍ରରେ ଏକ ଛୋଟ ପ୍ଲଟ କିଣିଥିଲେ ସୁଶାନ୍ତ । କିନ୍ତୁ ବର୍ତ୍ତମାନ ସୁଶାନ୍ତ ଆଉ ନାହାନ୍ତି । ତେବେ ଏହି ଜାଗା/ପ୍ଲଟକୁ କିଏ ନେବେ ବୋଲି ବର୍ତ୍ତମାନ ଆଲୋଚନା ହେଉଛି । ନିୟମ ଅନୁସାରେ, ଏହି ଜାଗା ବର୍ତ୍ତମାନ ତାଙ୍କ ପରିବାରକୁ ମିଳିପାରିବ । କିନ୍ତୁ କିଛି ଲୋକ ଏହାର ମାଲିକାନା ଆଉ କିଏ ବୋଲି କହିଛନ୍ତି । ତେବେ ପ୍ରକୃତରେ ଏହି ସ୍ଥାନର ଉତ୍ତରାଧିକାରୀ କିଏ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

‘ଦ କେରଳ ଷ୍ଟୋରୀ’ ଷ୍ଟାର ଅଭିନେତ୍ରୀ ଆଦା ଶର୍ମା ବାନ୍ଦ୍ରା ସ୍ଥିତ ମଣ୍ଟ ବ୍ଲାଙ୍କ କୋଠା କିଣିବାକୁ ଯାଉଛନ୍ତି, ଯେଉଁଠି ସୁଶାନ୍ତ ସିଂହ ରାଜପୁତ ରହୁଥିଲେ । ବଲିଉଡ଼ର ଦିବଂଗତ କଳାକାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ଘର ଖାଲି ପଡ଼ିଥିଲା । ହେଲେ ଏବେ ସେହି ଘରକୁ ଆଦା ଶର୍ମା କିଣୁଥିବା ନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି । ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କର ଏହି ଘର ବହୁବାର ଚର୍ଚ୍ଚାକୁ ଆସିଛି । ତାଙ୍କ ଘରକୁ ନେଇ ଏହି ଖବର ଆସିଥିଲା ଯେ, ଏହାର ଭଡା ବହୁତ ବଢାଇ ଦିଆଯାଇଛି । ଏହାରି ମଧ୍ୟରେ ଏହି ଖବର ଆସିଛି ଯେ, ଆଦା ସୁଶାନ୍ତଙ୍କ ଏହି ଘର କିଣୁଛନ୍ତି । ତେବେ ଆଦା ଶର୍ମା ଓ ମୃତ ସୁଶାନ୍ତଙ୍କ ପରିବାର ପକ୍ଷରୁ ଏ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ ।

୨୦୨୦ରେ ସୁଶାନ୍ତ ସିଂହ ରାଜପୁତ ଏହି ଫ୍ଲାଟରେ ଆତ୍ମହତ୍ୟା କରିଥିଲେ । ତେଣୁ ବହୁ ଲୋକ ଏହି ଘରକୁ ଅନଲକି ବୋଲି ମନେ କରନ୍ତି । ଏହି ଘରେ ସୁଶାନ୍ତଙ୍କ ଆତ୍ମା ଘୁରୁଥାଇପାରେ ଭାବି ବି ବହୁ ଲୋକ ଏହି ଘରକୁ କିଣିବାକୁ ପଛଘୁଞ୍ଚା ଦେଇଛନ୍ତି । ଏବେ ଅଦା ସୁଶାନ୍ତ ରହୁଥିବା ଏହି ଘରକୁ କିଣିବା ଖବର ଚାରିଆଡେ ପ୍ରସାରିତ ହେବା ପରେ ସମସ୍ତେ ଅଦାଙ୍କ ସାହାସକୁ ସାବାସୀ ଦେଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ସୁଶାନ୍ତଙ୍କ ଜହ୍ନରେ ଥିବା ଜାଗାକୁ କିଏ କିଣିବ ବୋଲି ଚର୍ଚ୍ଚା ଏବେ ଜୋର ଧରିଛି ।

Get real time updates directly on you device, subscribe now.