fbpx

ରଚା ଯାଇଥିଲା ବଡ ଚକ୍ରବ୍ୟୁହ: ବମ ଧମାକାରେ ଦୋହଲିଗଲା ବିହାରର ମୋତିହାରୀ

ବିହାର: ବିହାରର ମୋତିହାରୀରେ ଦିନକୁ ଦିନ ବଢିଚାଲିଛି ଅପରାଧିକ ମାମଲା । ଏହାରି ମଧ୍ୟରେ ଆଜି ସହର ମଝିରେ ଅଗରବା ମୋହଲ୍ଲାରେ ଏକ ବିସ୍ଫୋରଣରେ ସାରା ଅଞ୍ଚଳ ଦୋହଲି ଯାଇଛି । ତେବେ ଅପରାଧୀ କୌଣସି ବଡ ଚକ୍ରବ୍ୟୁହ କରିବା ପାଇଁ ଗୋଟିଏ ଦୁଇଟି ବମ ରକିଥିବା ବେଳେ ଏହା ବିସ୍ଫୋରଣ ହୋଇଛି ।

ସୂଚନା ଅନୁସାରେ, କୌଣସି ଏକ ବଡ ଆକ୍ରମଣ ଉଦ୍ଦେଶ୍ୟରେ ବିକାଶ ଯାଦବ ନାମକ ଅପରାଧୀ ଏହି ବମକୁ ସେ ରହୁଥିବା ଭଡା ଗରେ ରଖିଥିଲା । ତେବେ କୌଣସି କାରଣ ବଶତଃ ଏହା ବିସ୍ଫୋରଣ ହୋଇ ସାରା ଅଞ୍ଚଳରେ ଭୟର ବାତାବରଣ ଖେଳାଇଦେଇଛି । ଏହି ଘଟଣା ପରେ ପରେ ବିକାଶ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ସେପଟେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି ନଗର ଥାନା ପୋଲିସ । ବିସ୍ଫୋରଣ ପରେ ପୋଲିସ ଆହୁରି ୫ ଜୀବନ୍ତ ବୋମା ଉଦ୍ଧାର କରିଛି ।

ତେବେ ଏଭଳି ଏକ ଘଟଣା ପରେ ସତର୍କ ହୋଇଛି ନଗର ଥାନା ପୋଲିସ । ଯଥାଶୀଘ୍ର ମାମଲାର ସମ୍ପୂର୍ଣ୍ଣ ସତ୍ୟ ଖୋଜି ବାହାର କରିବାକୁ ଏସପି ନିର୍ଦ୍ଦେଶ ଦେଇଛନ୍ତି । ବିକାଶ ଆଗକୁ ଏକ ବଡ ଧରଣର ଦୁର୍ଘଟଣା ଘଟାଇବା ପାଇଁ ଯୋଜନା କରୁଥିବା ଅନୁମାନ କରିଛି ପୋଲିସ । ତେବେ ଘଟଣା ଯାହା ହେଉ ନା କାହିଁକି ଏହାର ମୂଳ ପର୍ଯ୍ୟନ୍ତ ଯାଇ ଯଥାଶୀଘ୍ର ଏହାର ତଦନ୍ତ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ମୋତିହାରୀ ଏସପି ଆଶିଷ କୁମାର ।

Get real time updates directly on you device, subscribe now.