fbpx

ଦେହଜୀବୀମାନଙ୍କ ଉପରେ ଚଳଚ୍ଚିତ୍ର କାହିଁକି ? ପିଲା ଦିନର ଅନୁଭୂତି କହିଲେ ସଞ୍ଜୟ ଲୀଲା ଭନସାଲୀ

Advertisement

ନେଟଫ୍ଲିକ୍ସ ସିରିଜ୍ ହିରାମଣ୍ଡିକୁ ନେଇ ସଞ୍ଜୟ ଲୀଲା ଭନସାଲୀ ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି। ଏହି ଚଳଚ୍ଚିତ୍ରଟି ସ୍ୱାଧୀନତା ପୂର୍ବର କାହାଣୀ । ଏଥିରେ ଲାହୋରର ହିରାମଣ୍ଡି ଅଞ୍ଚଳର ବେଶ୍ୟାମାନଙ୍କ ଜୀବନ ଉପରେ ପର୍ଯ୍ୟବେଶିତ । ଏହାପୂର୍ବରୁ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ଗାଙ୍ଗୁବାଇ ଅନେକ ପ୍ରଶଂସା ସାଉଁଟିଥିଲା । ଭନସାଲୀଙ୍କ ଚଳଚ୍ଚିତ୍ର ଦେବଦାସ ରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୱାଇଫ ଚନ୍ଦ୍ରମୁଖୀ ର ଥିଲେ। ସଞ୍ଜୟ ଲୀଲା ଭନସାଲୀଙ୍କ ଚଳଚ୍ଚିତ୍ରରେ ବେଶ୍ୟାଳୟ ଏବଂ ରେଡ୍ ଲାଇଟ୍ ଏରିଆ ଗୁଡିକ ଅତି ନିକ୍ଷୂଣ ଭାବରେ ଚିତ୍ରିତ କରାଯାଏ । ତେବେ ଏହା ପଛର କାରଣ କ’ଣ ସଞ୍ଜୟ ଲୀଲା ଭନସାଲୀ ଏକ ସାକ୍ଷାତକାରରେ କହିଛନ୍ତି…

Bollywood Actresses Who Played Tawaif Or Courtesan In Movie | bollywood actresses who played tawaif or courtesan in movie | HerZindagi

ସଞ୍ଜୟ ଲୀଲା ଭନସାଲୀ ଲାଲ୍ ପୁଣି ଥରେ ସମ୍ବେଦନଶୀଳ ବିଷୟକୁ ଚୟନ କରିଛନ୍ତି । ତାଙ୍କର ଆଗାମୀ ପ୍ରୋଜେକ୍ଟ ହିରାମଣ୍ଡିର ପ୍ରଥମ ଝଲକ ଲୋକମାନେ ଦେଖି ସାରିଛନ୍ତି । ଏହି ସିରିଜ୍ ହେଉଛି ପାକିସ୍ତାନର ରେଡ୍ ଲାଇଟ୍ ଅଞ୍ଚଳର କାହାଣୀ । ଏଥିରେ ବେଶ୍ୟାମାନଙ୍କ ଅତ୍ୟନ୍ତ ସମ୍ବେଦନଶୀଳତା ଜୀବନକୁ ଚିତ୍ରଣ କରାଯାଇଛି ।

ସାକ୍ଷାତକାରରେ ଭନସାଲୀ କହିଥିଲେ ଯେ ସେ ମୁମ୍ବାଇର ଏକ ରେଡ୍ ଲାଇଟ୍ ଏରିଆ କାମାଠିପୁରା ନିକଟରେ ହିଁ ତାଙ୍କର ଲାଳନ ପାଳନ ହୋଇଛି । ତେଣୁ ପିଲାଦିନରୁ ସେ ସେହି ଅଞ୍ଚଳକୁ ଅତି ନିକଟରୁ ଦେଖିଛିି । ପିଲା ବେଳେ ଯାହା ଆମେ ଦେଖୁ ତାହା ଆମ ପାଇଁ ସେନ୍ସିଟିଭ୍ ବା ସମ୍ବେଦନଶୀଳ ବିଷୟ ହୁଏ । ଦେହଜୀବୀମାନଙ୍କୁ ୨୦ ଟଙ୍କାରେ ବିକ୍ରି ହୋଇଥିବା ଦେଖିଛିି। ଜଣେ ବ୍ୟକ୍ତିର ମୂଲ୍ୟ କିପରି ୨୦ ଟଙ୍କା ହୋଇପାରିବ? କିଛି କଥା ଥିଲା ଯାହା ମୋ ମନରେ ଅଟକି ରହିଥିଲା କିନ୍ତୁ ମୁଁ ସେତେବେଳେ ସେମାନଙ୍କୁ ସଠିକ୍ ଭାବରେ କହିପାରିଲି ନଥିଲି । ମନୁଷ୍ୟ ଜାତି ଅମୂଲ୍ୟ, ତାହାର କୌଣସି ମୂଲ୍ୟ କରାଯାଇପାରିବ ନାହିଁ । ୫ ଟଙ୍କା, ୨୦ ଟଙ୍କା କିମ୍ବା ୫୦ ଟଙ୍କାରେ ବିକ୍ରି କରାଯାଇପାରିବ ନାହିଁ ।

आलिया भट्ट की गंगूबाई से पहले, माधुरी से करीना तक- इन अभिनेत्रियों ने भी निभाए हैं 'वेश्या' के किरदार Alia bhatt to Kareena to Madhuri Dixit Bollywood actress who played ...

ମେକଅପ୍ ପଛରେ ଯନ୍ତ୍ରଣା
ଭନସାଲୀ କହିଥିଲେ ଯେ , ଯେତେବେଳେ ମୁଁ ସ୍କୁଲ ଯାଉଥିଲି ସେ ସମୟରେ ସେମାନଙ୍କ ସହ ଭେଟ ହେଉଥିଲା । ସେମାନଙ୍କ ମୁହଁରେ ଅସଂଖ୍ୟ କାହାଣୀ ଥିଲା । ସେ ବହୁତ ମେକ୍ ଅପ୍ ନିଅନ୍ତି, ହେଲେ ଦୁଃଖ ଲୁଚେଇ ପାରନ୍ତି ନାହିଁ । ଆପଣ ମଧ୍ୟ ଲୁଚାଇ ପାରିବେ ନାହିଁ । ବହୁତ ବଡ ବଡ ମେକ୍ ଅପ୍ କଳାକାର ମଧ୍ୟପ୍ପରି କରିପାରନ୍ତି ନାହିଁ । ସେହି ମୂହୁର୍ତ୍ତ ହିଁ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥାଏ । ହିରାମାଣ୍ଡି ବିଷୟରେ ସଞ୍ଜୟ ଲୀଲା ଭନସାଲୀ କହିଛନ୍ତି ଯେ, ଫିଲ୍ମର ସ୍କ୍ରିପ୍ଟ ମୋ ପାଖକୁ ୧୪ ବର୍ଷ ପୂର୍ବରୁ ଆସିଥିଲା । କିନ୍ତୁ ସେତେବେଳେ ମୁଁ ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ଥିଲି ।

Get real time updates directly on you device, subscribe now.