fbpx

କାହିଁକି ! ଚୀନ ପରେ ଅନ୍ୟଦେଶ ମଧ୍ୟ ଶ୍ରୀଲଙ୍କାରୁ ମାଙ୍କଡ କିଣିବାକୁ ଚାହୁଁଛନ୍ତି

ନୂଆଦିଲ୍ଲୀ : ଚଳିତ ବର୍ଷ ଏପ୍ରିଲରେ ଚୀନ୍ ଶ୍ରୀଲଙ୍କାକୁ ମାଙ୍କଡ ପଠାଇବାକୁ ନିବେଦନ କରିଥିଲା। ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ଯେ ଚାଇନା କାହିଁକି ଶ୍ରୀଲଙ୍କାରୁ ମାଙ୍କଡ ରପ୍ତାନି କରିବାକୁ ଚାହୁଁଛି, ତେବେ ଆସନ୍ତୁ ଜାଣିବା, ଚୀନ୍ ଶ୍ରୀଲଙ୍କାରୁ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ମାଙ୍କଡ଼ ଦାବି କରୁଛି । ଚାଇନା ଏହାର ପ୍ରାଣୀ ଉଦ୍ୟାନ ପାଇଁ ଟୋକ୍ ମାକାକା ମାଙ୍କଡ କିଣିବାକୁ ଚାହୁଁଛି | ଏପ୍ରିଲରେ ଶ୍ରୀଲଙ୍କା ଏହି ପ୍ରଜାତିର ମାଙ୍କଡମାନଙ୍କୁ ଚୀନ୍ ପଠାଇବାକୁ ଯୋଜନା କରିଥିଲା, ଯାହା ଶ୍ରୀଲଙ୍କାର କୃଷି ମନ୍ତ୍ରୀ ମହିନ୍ଦା ଅମରୱେରା ପ୍ରକାଶ କରିଥିଲେ। ତେବେ, ଏହି ଖବର ପୁଣି ଥରେ ଚର୍ଚ୍ଚାକୁ ଆସିଛି ,ବାସ୍ତବରେ ଶ୍ରୀଲଙ୍କା କୃଷି ମନ୍ତ୍ରୀ ମହିନ୍ଦା ଅମରୱେରା ସଂସଦକୁ କହିଛନ୍ତି ଯେ ଏପ୍ରିଲ ମାସରେ ଚୀନ୍ ଶ୍ରୀଲଙ୍କାରୁ ମାଙ୍କଡ ରପ୍ତାନି କରିବାକୁ ଦାବି କରିଛି। ଅନ୍ୟ ଦେଶମାନେ ମଧ୍ୟ ମାଙ୍କଡ ରପ୍ତାନି ପାଇଁ ନିବେଦନ କରିଛନ୍ତି। ଅମରୱେରା କହିଛନ୍ତି ଯେ ଚୀନ୍ କୁ ଏପ୍ରିଲ୍ ମାସରେ ରପ୍ତାନି କରାଯାଇଥିବା ମାଙ୍କଡମାନଙ୍କୁ ଅନ୍ୟାନ୍ୟ ଦେଶର ପ୍ରାଣୀ ଉଦ୍ୟାନରୁ ଅଣାଯାଇଥିଲା । ବିରୋଧୀଦଳ ପ୍ରଶ୍ନ ଉଠାଇଥିବା ବେଳେ କୃଷି ମନ୍ତ୍ରୀ ଏହାର ଉତ୍ତର ଦେଇଛନ୍ତି । ସେ କହିଛନ୍ତି ଯେ ମୁଁ ସେମାନଙ୍କ ଦେଶର ସମ୍ପୃକ୍ତ ଦୂତାବାସ ମାଧ୍ୟମରେ ଅନୁରୋଧ କରି ସେମାନଙ୍କୁ ସୂଚନା ଦେଉଛି।

ଏପ୍ରିଲରେ ଚାଇନାର ଏକ ଘରୋଇ ସଂସ୍ଥା ଏକ ଲକ୍ଷ ମାଙ୍କଡ଼ ପାଇଁ ଅନୁରୋଧ କରିଥିଲେ। ମନ୍ତ୍ରୀ ଏବଂ ଶ୍ରୀଲଙ୍କା ସରକାର ଏହି ଆବେଦନକୁ ସହମତ ହୋଇଥିଲେ ମଧ୍ୟ ପରିବେଶ ତଥା ପଶୁ ଅଧିକାର କର୍ମୀମାନେ ଏହାକୁ ଦୃଢ ବିରୋଧ କରିଥିଲେ ଏବଂ ମାମଲା କୋର୍ଟକୁ ଯାଇଥିଲା। ପ୍ରକୃତରେ ଫସଲର କ୍ଷତି ନହେବା ପାଇଁ ମାଙ୍କଡ ରପ୍ତାନି ପାଇଁ ଶ୍ରୀଲଙ୍କା ସରକାର ରାଜି ହୋଇଥିଲେ ମଧ୍ୟ ପଶୁ ଏବଂ ବନ୍ୟଜନ୍ତୁ ସଂରକ୍ଷଣ ସଂଗଠନ ସମେତ 30 ଟି ଦଳ ମାଙ୍କଡ ରପ୍ତାନି କରିବାକୁ ସରକାରଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଅଭିଯୋଗ କରିଥିଲେ।

ଅଭିଯୋଗକାରୀମାନେ ଭୟ କରୁଥିଲେ ଯେ ମାଙ୍କଡମାନେ ମାଂସ ପାଇଁ ବ୍ୟବହୃତ ହେବେ, ଅନ୍ୟମାନେ ଦାବି କରିଛନ୍ତି ଯେ, ମାଙ୍କଡମାନଙ୍କୁ ଡାକ୍ତରୀ ଗବେଷଣା ପାଇଁ ବ୍ୟବହାର କରାଯିବ | ବିରୋଧ ମଧ୍ୟରେ ଜୁନ୍ ମାସରେ ସରକାର ମାଙ୍କଡମାନଙ୍କୁ ଚୀନ୍ ରପ୍ତାନି କରିବାର ଚିନ୍ତା ଛାଡିଥିଲେ। ବର୍ତ୍ତମାନ ଶ୍ରୀଲଙ୍କାରେ ଟୋକ୍ ମାକାକା ପ୍ରଜାତିର 30 ଲକ୍ଷରୁ ଅଧିକ ମାଙ୍କଡ଼ ଅଛନ୍ତି।

Get real time updates directly on you device, subscribe now.