fbpx

କ୍ରିକେଟର କାହିଁକି Chewing-Gum ଖାଇ ଖେଳିଥାନ୍ତି ମ୍ୟାଚ୍? ଜାଣିଛନ୍ତି କି ଏହାର କାରଣ

ନୂଆଦିଲ୍ଲୀ: ଆଜିକାଲି ସାରା ଦୁନିଆରେ କ୍ରିକେଟ ସବୁଠାରୁ ଲୋକପ୍ରିୟ ଖେଳ ଭାବରେ ପରିଚୟ ପାଇଛି । ଏହି ଖେଳାଳିମାନଙ୍କର ଅନେକ ଷ୍ଟାଇଲ ଲୋକଙ୍କୁ ଖୁବ ପସନ୍ଦ ଆସିଥାଏ । ତେବେ ଯଦି କ୍ରିକେଟରମାନଙ୍କ ଉପରେ କେବେ ଧ୍ୟାନ ଦେଇଥିବେ, ତେବେ ଦେଖିଥିବେ ଖେଳାଳିମାନେ ଅନେକ ସମୟରେ ଚୁଇଙ୍ଗମ୍ ଖାଇଥାନ୍ତି । ତେବେ କାହିଁକି ସେମାନେ ଚୁଇଙ୍ଗମ୍ ଖାଇଥାନ୍ତି? ଏହା ଏକ ଷ୍ଟାଇଲ କିମ୍ବା ଫେସନ ନୁହେଁ, କିନ୍ତୁ ଏହା ପଛରେ ଏକ ବୈଜ୍ଞାନିକ କାରଣ ରହିଛି ।

ବୈଜ୍ଞାନିକମାନେ କହିଛନ୍ତି ଯେ, କ୍ରିକେଟର ଖେଳିବା ବେଳେ ଚୁଇଙ୍ଗମ୍ କେବଳ ଷ୍ଟାଇଲ ପାଇଁ ଖାଇ ନଥାନ୍ତି । ଏହାକୁ ଖାଇବା ଦ୍ୱାରା ମସ୍ତିଷ୍କ ମଧ୍ୟ ଆଲର୍ଟ ରଖିଥାଏ । ଚୁଇଙ୍ଗମ୍ ଚୋବାଇବା ବେଳେ ମଣିଷର ମୁହଁ ଏହାର ସ୍ୱାଦକୁ ଚିହ୍ନିବାକୁ ପ୍ରୟାସ କରିଥାଏ । ସ୍ୱାଦ ଚିହ୍ୁଥିବା ରିସେପ୍ଟର ଏବଂ ମୁହଁର ମାଂସପେଶୀ ମସ୍ତିଷ୍କକୁ ସିଗନାଲ ପଠାଇଥାଏ, ଏହାପରେ ମସ୍ତିଷ୍କ ଏହି ସଂକେତଗୁଡିକୁ ପ୍ରସେସ କରିବା ଆରମ୍ଭ କରେ । ଏହାଦ୍ୱାରା ଖେଳାଳିମାନଭ୍କ ମସ୍ତିଷ୍କ ଆଲର୍ଟରେ ରହିବା ସହ ଖେଳ ଉପରେ ସେମାନେ ଫୋକ୍ସ କରିପାରନ୍ତି । ଫିଜିକାଲ ଆକ୍ଟିଭିଟି ବଢିଲେ ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଦ୍ରୁତ ହୋଇଥାଏ ଏବଂ ହୃଦସ୍ପନ୍ଦନ ମଧ୍ୟ ବୃଦ୍ଧି ପାଇଥାଏ । ତେଣୁ ଚୁଇଙ୍ଗମ ଚୋବାଇବା ଦ୍ୱାରା ଅତ୍ୟଧିକ ବ୍ଲଡ ପାଇଥାଏ ମସ୍ତିଷ୍କ ।

ଯେବେ ଆପଣ ଚୁଇଙ୍ଗମ୍ ଚୋବାଇଥାନ୍ତି, ତେବେ ଫ୍ଲେୱର୍ଡ ଚୁଇଙ୍ଗମ୍ ଅଧିକ ଲାଭଦାୟକ ହୋଇଥାଏ । ଏହାଦ୍ୱାରା ଖେଳାଳିମାନଙ୍କ ମସ୍ତିଷ୍କ ଆହୁରି ଦ୍ରୁତ ବେଗରେ କାମ କରେ । ଏହାବ୍ୟତୀତ ଚୁଇଙ୍ଗମ ଖାଇବା ଦ୍ୱାରା ଆହୁରି ଅନେକ ଫାଇଦା ମଧ୍ୟ ମିଳିଥାଏ । ଏହାଦ୍ୱାରା ମୁହଁର ଏକ୍ସରସାଇଜ ହେବା ସହିତ ଦାନ୍ତ ମଝିରେ ଫସି ରହିଥିବା ଖାଦ୍ୟ ଇତ୍ୟାଦି ମଧ୍ୟ ବାହରି ଆସିଥାଏ । ଚୁଇଙ୍ଗମ୍ ଚୋବାଇବା ଦ୍ୱାରା ଦାନ୍ତ ମଧ୍ୟ ସଫା ରହିବା ସହ ମୁହଁର ଅନେକ ରୋଗରୁ ମୁକ୍ତି ମିଳିଥାଏ ।

Get real time updates directly on you device, subscribe now.