fbpx

କାହିଁକି ସୋସିଆଲ ମିଡ଼ିଆରେ ‘ହାର୍ଟ ବ୍ରେକିଙ୍ଗ୍’ ଷ୍ଟୋରୀ ସେୟାର କଲେ ସୂର୍ଯ୍ୟକୁମାର ଯାଦବ?

ନୂଆଦିଲ୍ଲୀ: ଶୁକ୍ରବାର ଅର୍ଥାତ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି ୨୦୨୪ ଆଇପିଏଲ ମହାକୁମ୍ଭ। ଯାହାକୁ ନେଇ ସମସ୍ତ କ୍ରୀଡ଼ାପ୍ରେମୀମାନେ ବେଶ ଉତ୍ସାହିତ ରହିଛନ୍ତି। ଅପରପକ୍ଷେ ମ୍ୟାଚରେ ଯୋଗଦେବାକୁ ଥିବା ୧୦ଟି ଦଳ ନିଜ ନିଜର ପ୍ରସ୍ତୁତି ଚୂଡ଼ାନ୍ତ କରିଛନ୍ତି। କିନ୍ତୁ ଏହା ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ସୋସିଆଲ ମିଡ଼ିଆରେ ଏକ ଚର୍ଚ୍ଚା ଦେଖିବାକୁ ମିଳିଛି। ନିଜେ ସୂର୍ଯ୍ୟକୁମାର ସୋସିଆଲ ମିଡ଼ିଆ ଇନଷ୍ଟଗ୍ରାମରେ ଏକ ପୋଷ୍ଟ କରି ଚର୍ଚ୍ଚା ଆରମ୍ଭ କରିଛନ୍ତି।

ସୂଚନା ଥାଉକି, ସୂର୍ଯ୍ୟକୁମାର ନିଜ ଇନଷ୍ଟଗ୍ରାମ୍ ଆକାଉଣ୍ଟ ଷ୍ଟୋରିରେ ଏକ ‘ହାର୍ଟ ବ୍ରେକିଙ୍ଗ୍’ ଇମୋଜି ସେୟାର କରିଛନ୍ତି। ତେବେ ଆଇପିଏଲ ପୂର୍ବରୁ ସୂର୍ଯ୍ୟକୁମାର କାହିଁକି ଏଭଳି ‘ହାର୍ଟ ବ୍ରେକିଙ୍ଗ୍’ ଇମୋଜି ସେୟାର କରିଛନ୍ତି, ସେନେଇ ନାନା ଚର୍ଚ୍ଚା ଦେଖିବାକୁ ମିଳୁଛି। ବିଶେଷକରି ଚଳିତ ଆଇପିଏଲରୁ ସୂର୍ଯ୍ୟକୁମାର ବାଦ ପଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ତେବେ ମିଡିଆ ରିପୋର୍ଟ ଅନୁଯାୟୀ, ସୂର୍ଯ୍ୟକୁମାର ଯାଦବ ଆଜି (୧୯ ମାର୍ଚ୍ଚ) ଫିଟନେସ୍ ପରୀକ୍ଷା କରିଥିଲେ। ଏଭଳି ପରିସ୍ଥିତିରେ ସେ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ) ର ଅନୁମୋଦନ ପାଇନାହାଁନ୍ତି ବୋଲି କୁହାଯାଉଛି। ତେଣୁ ସୂର୍ଯ୍ୟ ଆଇପିଏଲ୍ ୨୦୨୪ ର କିଛି ମ୍ୟାଚରୁ ବାଦ ପଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯାହା ଫଳରେ ସେ ଇନଷ୍ଟଗ୍ରାମ୍ ଆକାଉଣ୍ଟରେ ଏକ ‘ହାର୍ଟ ବ୍ରେକିଙ୍ଗ୍’ ଇମୋଜି ସେୟାର କରିଥିବା କୁହାଯାଉଛି।

 

Get real time updates directly on you device, subscribe now.