fbpx

ବାଂଲାଦେଶ, ପାକିସ୍ତାନ ଓ ଭାରତରେ ବାୟୁର ଗୁଣବତ୍ତା ସବୁଠୁ ଖରାପ: ଆଇକ୍ୟୁ ରିପୋର୍ଟ

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ଦୃତ ଶିଳ୍ପାୟନ ଓ ସହରିକରଣ ଯୋଗୁଁ ବଦଳୁଛି ଜଳବାୟୁ, ବଦଳୁଛି ବାୟୁମଣ୍ଡଳର ସ୍ଥିତି । ଯେଉଁଥିପାଇଁ ବାୟୁର ଗୁଣବତ୍ତାରେ ଭୟାନକ ପରିବର୍ତ୍ତନ ଦେଖାଦେଲାଣି । ଏୟାର କ୍ୱାଲିଟି ଟେକ୍ନୋଲୋଜି କମ୍ପାନୀ ଆଇକ୍ୟୁ ଏୟାରର ୨୦୨୩ ରିପୋର୍ଟ ଅନୁଯାୟୀ ବାଂଲାଦେଶ, ପାକିସ୍ତାନ ଏବଂ ଭାରତରେ ବାୟୁର ଗୁଣବତ୍ତା ଦୃଷ୍ଟିରୁ ସବୁଠାରୁ ଖରାପ ।

ଭାରତ ତୃତୀୟ ସ୍ଥାନରେ ଥିବା ବେଳେ ପାକିସ୍ତାନ ଦ୍ବିତୀୟ ସ୍ଥାନରେ ରହିଛି। ବାୟୁରେ କଣିକା ପଦାର୍ଥ ଦୃଷ୍ଟିରୁ ବାଂଲାଦେଶର ବାୟୁ ସବୁଠାରୁ ଖରାପ । ରିପୋର୍ଟ ଅନୁଯାୟୀ, ଦିଲ୍ଲୀ କ୍ରମାଗତ ଚତୁର୍ଥ ଥର ପାଇଁ ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀ ଭାବେ ବିବେଚିତ ହୋଇଛି ।

ରିପୋର୍ଟ ଅନୁଯାୟୀ ବିଶ୍ୱର ମାତ୍ର ୭ଟି ଦେଶ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନଦଣ୍ଡ ପୂରଣ କରିବାରେ ସକ୍ଷମ ହୋଇଛନ୍ତି । ଏଥିରେ ଅଷ୍ଟ୍ରେଲିଆ, ଇଷ୍ଟୋନିଆ, ଫିନଲାଣ୍ଡ, ଗ୍ରେନାଡା, ଆଇସଲାଣ୍ଡ, ମରିସସ ଓ ନ୍ୟୁଜିଲାଣ୍ଡ ରହିଛି । ତେବେ ଏହି ଆଇକ୍ୟୁ ଏୟାରର ୨୦୨୩ ରିପୋର୍ଟରେ ଆମ ଦେଶ ଭାରତ ତୃତୀୟ ସ୍ଥାନରେ ରହିଛି, ଯାହା ଏବେ ବିଶେଷଜ୍ଞଙ୍କ କୋଉଠି ନା କୋଉଠି ମୁଣ୍ଡବ୍ୟଥାର କାରଣ ପାଲଟିଲାଣି ।

ଯଦିଓ ଏହି ଆଇକ୍ୟୁ ଏୟାରର ୨୦୨୩ ରିପୋର୍ଟକୁ ଏଯାବତ୍ କୌଣସି ବିଶେଷଜ୍ଞଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ତଥାପି ଏହା ବିପଦର ଆଗମନକୁ ସୂଚାଉଥିବା ସ୍ପଷ୍ଟ ବାରିହୋଇ ଯାଉଛି । ବଢ଼ୁଥିବା ବାୟୁ ପ୍ରଦୂଷଣ ଯଦି ଏପରି ଭାବେ କ୍ରମାଗତ ବଢ଼ିଚାଲିବ ତାହାଲେ ଆଗକୁ ଜୀବଜଗତ ପାଇଁ ମହା ବିପଦ ସାଜିବ ।

Get real time updates directly on you device, subscribe now.