fbpx

ପ୍ରତ୍ୟକ୍ଷ ଟିକସ ଆଦାୟରେ ୨୦% ବୃଦ୍ଧି ଘଟିଛି; ଆୟକର ବିଭାଗ

ନୂଆଦିଲ୍ଲୀ : ପ୍ରତ୍ୟକ୍ଷ ଟିକସ ଆଦାୟ ୨୦ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଆୟକର ବିଭାଗ କହିଛି । ମାର୍ଚ୍ଚ ୧୭ ସୁଦ୍ଧା ପ୍ରାୟ ୧୮ ଲକ୍ଷ ୯୦ ହଜାର କୋଟି ଟଙ୍କା ଜମା ହୋଇଛି। ଗତ ଆର୍ଥିକ ବର୍ଷରେ ମାର୍ଚ୍ଚ ୧୭ ସୁଦ୍ଧା ୧୫ ଲକ୍ଷ ୭୬ ହଜାର ୭୭୬ କୋଟି ପ୍ରତ୍ୟକ୍ଷ ଟିକସ ଆଦାୟ ହୋଇଥିଲା ।

ଏଥର ଏହା ୧୯.୮୮ ପ୍ରତିଶତ ବୃଦ୍ଧି ପାଇଛି । ସରକାରୀ ଆକଳନ ଅନୁଯାୟୀ ଚଳିତ ଆର୍ଥିକ ବର୍ଷପାଇଁ ପ୍ରତ୍ୟକ୍ଷ ଟିକସ ଆଦାୟ ଲକ୍ଷ୍ୟ ୧୯.୪୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିପାରେ ।

Get real time updates directly on you device, subscribe now.