fbpx

ଘରୁ ପଦାକୁ ବାହାରିବାକୁ ଡରୁଛନ୍ତି ଲୋକେ: କୁକୁର କାମୁଡ଼ାରେ ୧୬୬ ଜଣ ଆହତ!

ଓଡ଼ିଶା ଭାସ୍କର: ବଣାଇ ଅଞ୍ଚଳରେ ଦେଖିବାକୁ ମିଳିଛି ବିଚିତ୍ର ଘଟଣା। ଉକ୍ତ ଅଞ୍ଚଳରେ ପାଗଳ କୁକୁର ଆତଙ୍କ ଖେଳାଇଥିବା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ତେବେ କୁକୁର କାମୁଡ଼ାରେ ୧୬୬ ଜଣ ଆହତ ହୋଇଥିବା ଜଣାପଡିଛି। ଯାହାକୁ ନେଇ ପିଲାଠାରୁ ବୁଢା ପର୍ଯ୍ୟନ୍ତ ଏବେ କୁକୁର ଭୟରେ ଘରୁ ପଦାକୁ ବାହାରିବାକୁ ଡରୁଛନ୍ତି।

ମିଳିଥିବା ସୂଚନା ମୁତାବକ, ଆଜି ସକାଳେ ପାତ୍ର ସାହିର ରଥ ଛକ ଅଞ୍ଚଳରେ ଗୋଟିଏ ପାଗଳ କୁକୁର ଭୟର ବାତାବରଣ ଖେଳାଇଛି। ତେବେ ରାସ୍ତାରେ କୁକୁରଟି ଯାହାକୁ ଦେଖିଥିଲା ତାକୁ ଗୋଡ଼ାଇ ଗୋଡ଼ାଇ କାମୁଡିଥିଲା। ଛୁଆଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ପାଖାପାଖି ୧୦ ରୁ ୧୧ ଜଣକୁ ଏହି କୁକୁର କାମୁଡ଼ିକି ଆହତ କରିସାରିଲାଣି। ବଣାଇ ମେଡିକାଲରେ ସମସ୍ତ ଆହତମାନେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଧିକ ଗୁରୁତର ଥିବା ରୋଗୀଙ୍କୁ ରାଉଲକେଲା ମେଡିକାଲକୁ ପଠାଯାଇଥିବା ଜଣାପଡିଛି। ସେପଟେ ଏଇ କିଛି ଦିନହେବ ବଣାଇ ଅଞ୍ଚଳରେ ୧୬୬ ଜଣ କୁକୁର କାମୁଡ଼ାରେ ଆକ୍ରାନ୍ତ ହୋଇଥିବା ବଣାଇ ମେଡିକାଲର କାର୍ଯ୍ୟରତ ଡାକ୍ତର ଭୋଲେଶ୍ୱର ପ୍ରଧାନ କହିଛନ୍ତି।

Get real time updates directly on you device, subscribe now.