fbpx

ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର: କନିଷ୍ଠ ସହାୟକ, ପିଇଟି ଓ ଲ୍ୟାବ୍ ଆସିଷ୍ଟାଣ୍ଟ ପଦ ପାଇଁ ଆବେଦନ ଫିସ୍ ହ୍ରାସ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ୧୦୧ଟି ପଦ ପୂରଣ ନିମନ୍ତେ ଏକ ବିଜ୍ଞପ୍ତି ପ୍ରକାଶ ପଇଥିଲା । ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ରହିଥିବା ସରକାରୀ ଡିଗ୍ରୀ କଲେଜମାନଙ୍କରେ ପ୍ରାର୍ଥୀଙ୍କୁ ଜୁନିୟର ଆସିଷ୍ଟାଣ୍ଟ (ଗ୍ରୁପ-ସି), ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି) (ଗ୍ରୁପ-ବି) ଓ ଲ୍ୟାବୋରେଟୋରି ଆସିଷ୍ଟାଣ୍ଟ- କମ- ଷ୍ଟୋରକିପର (ଗ୍ରୁପ-ବି) ପଦରେ ନିଯୁକ୍ତି ଦିଆଯିବ । ମାର୍ଚ୍ଚ ମାସ ୧୬ ତାରିଖରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ଏପ୍ରିଲ ମାସ ୧୫ ତାରିଖରେ ସମାପ୍ତ ହେବ ।

ତେବେ ଏହି ନିଯୁକ୍ତିର ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଏହି ସମସ୍ତ ପଦ ପାଇଁ ଆବେଦନ ଫିସ୍ ହ୍ରାସ କରାଯାଇଛି । ପୂର୍ବରୁ ଏସସି, ଏସଟି ଓ ପିଡବ୍ଲ୍ୟୁଡିଙ୍କ ପାଇଁ ୫୦୦ ଟଙ୍କା ରହିଥିବା ବେଳେ ଏବେ ତାହା ୨୦୦ ଟଙ୍କାକୁ ହ୍ରାସ କରାଯାଇଛି । ସେହିପରି ଅଣସଂରକ୍ଷିତ ଓ ଏସଇବିସିଙ୍କ ପାଇଁ ପୂର୍ବରୁ ୧୦୦୦ ଟଙ୍କା ରହିଥିବା ବେଳେ ଏବେ ତାହା ୫୦୦ ଟଙ୍କା କରାଯାଇଛି । ଏନେଇ ଏସଏସବି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରଯାଇଛି ।

ମୋଟ ୧୦୧ଟି ପଦ ଖାଲି ରହିଥିବା ବେଳେ ସେଥିମଧ୍ୟରୁ କନିଷ୍ଠ ସହାୟକ ୩୯ଟି, ପିଇଟି ୮ଟି ଓ ଲ୍ୟାବୋରେଟୋରି ଆସିଷ୍ଟାଣ୍ଟ- କମ୍- ଷ୍ଟୋରକିପର ୫୪ଟି ପଦ ଖାଲି ରହିଛି । ୨୦୨୪ ମସିହା ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ଲିଖିତ ପରୀକ୍ଷା ଓ ଦକ୍ଷତା ଟେଷ୍ଟ ଆଧାରରେ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: https://apps.ssbodisha.ac.in/juniorassistantpet/

ବିଜ୍ଞପ୍ତି ଲିଙ୍କ: https://apps.ssbodisha.ac.in/juniorassistantpet/Advt.-No.03-of-2024.pdf

ଆବେଦନ ଫିସ୍ ହ୍ରାସ ଲିଙ୍କ: https://ssbodisha.ac.in/wp-content/uploads/2024/03/1512.pdf

Get real time updates directly on you device, subscribe now.