fbpx

ବିଜୟ ଅମୃତ କୁଲାଙ୍ଗେ ହେଲେ ଓମ୍‌ଫେଡ ପରିଚାଳନା ନିର୍ଦ୍ଦେଶକ

ଓଡ଼ିଶା ଭାସ୍କର: ୨୦୧୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ପୂର୍ବତନ ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କୁ ମିଳିଲା ବଡ଼ ଦାୟିତ୍ୱ । ତାଙ୍କୁ ଆଜି ଓମ୍‌ଫେଡ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି।

ସୂଚନା ଥାଉକି, ରାଜ୍ୟ ସରକାରଙ୍କ ବିନା ଅନୁମତିରେ ମେୟର ଓ କର୍ପୋରେଟରଙ୍କ ଭତ୍ତା (ସିଟିଂ ଆଲାଉନ୍ସ) ବୃଦ୍ଧି ନେଇ ଘୋଷଣା କରିବାକୁ ନେଇ ବିଏମ୍‌ସି ପକ୍ଷରୁ ତୁରନ୍ତ ସ୍ପଷ୍ଟୀକରଣ ଦିଆଯାଇଥିଲା। ଏହା ପରେ ସରକାର ତାଙ୍କୁ କଡ଼ା ତାଗିଦ୍‌ ମଧ୍ୟ କରିଥିଲେ। ତେବେ ଏହା ପରେ ପରେ କମିଶନର ବିଜୟ ଅମୃତ କୁଲାଙ୍ଗେ ୧ ମାସ ଛୁଟି ଆବେଦନ କରିଥିଲେ । ତେଣୁ ତାଙ୍କ ଆବେଦନର ଅନୁସାରେ ସେ ମାସେ ଛୁଟିରେ ଯାଉଥିବା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଥିଲା। ସେପଟେ ବିଜୟଙ୍କ ସ୍ଥାନରେ ୨୦୦୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ରାଜେଶ ପ୍ରଭାକର ପାଟିଲଙ୍କୁ ନୂଆ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା। ଅନ୍ୟପଟେ ବିଜୟ ଛୁଟିରୁ ଫେରିଲା ପରେ ତାଙ୍କୁ ନୂଆ ନିଯୁକ୍ତି ମିଳିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଆଉ ଆଜି ସେହି ସୂଚନା ଅନୁସାରେ ତାଙ୍କୁ ଓମ୍‌ଫେଡ ପରିଚାଳନା ନିର୍ଦ୍ଦେଶକ ଭାବେ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି।

 

Get real time updates directly on you device, subscribe now.