fbpx
BSKY
BJD YOUTH SKY
BJD MS SKY

IPL ପୂର୍ବରୁ ନାମ ପରିବର୍ତ୍ତନ କଲା RCB: ”ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର” ରୁ ହେଲା ”ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ”

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୪) ପୂର୍ବରୁ “ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର’ (ଆରସିବି) ମଙ୍ଗଳବାର ଦିନ ଫ୍ରାଞ୍ଚାଇଜ୍ ନାମରେ ପରିବର୍ତ୍ତନ ଘୋଷଣା କରିଛି। ବାଙ୍ଗାଲୋର ଭିତ୍ତିକ ଫ୍ରାଞ୍ଚାଇଜ୍ ଆଇପିଏଲର ନୂଆ ସିଜିନରେ ଲିଡ୍ ଅପ୍ ରେ “ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ”ରେ ନାମ ପରିବର୍ତ୍ତନ କରିଛି। ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରସିବି ୟୁନବକ୍ସ ଇଭେଣ୍ଟ ସମୟରେ ଏହି ମେଗା ଘୋଷଣା କରାଯାଇଛି। ଏନେଇ ସୋସିଆଲ ମିଡିଆ ସାଇଟରେ ମଧ୍ୟ ଆରସିବି ଘୋଷଣା କରିଥିବା ଦେଖିବାକୁ ମିଳିଛି। ତେବେ ଫ୍ରାଞ୍ଚାଇଜ୍ ନାମ ପରିବର୍ତ୍ତନ ଘୋଷଣା ସମୟରେ ମହିଳା ଦଳର ଅଧିନାୟକ ସ୍ମୃତି ମନ୍ଧାନା, ପୁରୁଷ ଦଳର ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଏବଂ ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ମଞ୍ଚରେ ଉପସ୍ଥିତ ଥିଲେ।

ତେବେ ୨୦୦୮ ରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ପ୍ରଥମ ସିଜନ୍ ଠାରୁ ଫ୍ରାଞ୍ଚାଇଜ୍ ଏହାର ନାମ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରଖିଥିଲା। କିନ୍ତୁ କିଛି ଦିନ ପୂର୍ବରୁ ଫ୍ରାଞ୍ଚାଇଜ୍ ସୂଚାଇ ଥିଲା ଯେ ସେମାନେ ନାମ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏନେଇ ନିକଟରେ ସୋସିଆଲ ମିଡିଆରେ ଫ୍ରାଞ୍ଚାଇଜ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ ମ୍ୟାନେଜମେଣ୍ଟ ଫ୍ରାଞ୍ଚାଇଜ ନାମରୁ ‘ବାଙ୍ଗାଲୋର’ ଶବ୍ଦ ହଟାଇବାକୁ ନିକଟତର ହେବାକୁ ଯାଉଛି ବୋଲି କୁହାଯାଇଥିଲା।

ସୂଚନା ଥାଉକି, ୨୦୧୪ ମସିହାରେ, ସହରର ନାମ ବାଙ୍ଗାଲୋରରୁ ବେଙ୍ଗାଲୁରୁକୁ ବଦଳାଯାଇଥିଲା, କିନ୍ତୁ ଦଳ ଏହାର ନାମ ପରିବର୍ତ୍ତନ କରିନଥିଲା। ସେପଟେ ଆଇପିଏଲର ୧୬ ବର୍ଷ ମଧ୍ୟରେ, ରୟାଲ ଚ୍ୟାଲେଞ୍ଜର୍ସ କେବେବି ଲିଗ୍ ଟାଇଟଲ୍ ଜିତି ନଥିଲା । କିନ୍ତୁ ଚଳିତ ମହିଳା ପ୍ରିମିୟର ଲିଗ୍ -୨୦୨୪ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏଥର ଟାଇଟଲ୍ ହାତେଇଛି। ଫାଇନାଲ ମ୍ୟାଚରେ ୮ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଦଳ ନୂଆ ରେକର୍ଡ ସୃଷ୍ଟି କରିଛି। ଆଉ ଏଭଳି ପରିସ୍ଥିତିରେ ଆଇପିଏଲରେ ଆରସିବି ପୁରୁଷ ଦଳ କେଉଁ ରେକର୍ଡ କରିବ ସେନେଇ ସମସ୍ତଙ୍କର ନଜର ରହିଛି।

Get real time updates directly on you device, subscribe now.