fbpx

UPSC ପ୍ରିଲିମ୍ସ ୨୦୨୪ ପରୀକ୍ଷା ତାରିଖ ବଦଳିଲା: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଗତ ୧୬ ତାରିଖରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ ନିର୍ବାଚନ ଆୟୋଗ । ଏହାପରେ ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ପ୍ରିଲିମିନାରୀ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି । ମେ ମାସ ୨୬ ତାରିଖରେ ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (ସିଏସଇ) ୨୦୨୪ ଅନୁଷ୍ଠିତ ହେବା ନେଇ ପୂର୍ବରୁ ସ୍ଥିର ହୋଇଥିଲା । ତେବେ ଦେଶରେ ୧୮ତମ ଲୋକସଭା ନିର୍ବାଚନ ଏପ୍ରିଲ ୧୯ରୁ ଆରମ୍ଭ ହୋଇ ଜୁନ୍ ୪ରେ ଫଳାଫଳ ଘୋଷଣା ହେବ ।

ତେଣୁ ଲୋକସଭା ନିର୍ବାଚନ ଅବଧି ମଧ୍ୟରେ ୟୁପିଏସସି ପ୍ରିଲିମ୍ସ ପରୀକ୍ଷା ପଡ଼ୁଥିବାରୁ ଏହା ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଥିଲା । ତେଣୁ ମେ ୨୬ ବଦଳରେ ଜୁନ ୧୬ ତାରିଖରେ ପ୍ରିଲିମ୍ସ ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ୟୁପିଏସସି ପକ୍ଷରୁ ସିଏସଇ ପାଇଁ ୧୫୦୬ଟି ପଦ ଓ ଭାରତୀୟ ବିଦେଶ ସେବା (ଆଇଏଫଏସ) ପାଇଁ ୧୫୦ଟି ପଦ ପୂରଣ ପାଇଁ ନୋଟିଫିକେସନ ଜାରି କରାଯାଇଥିଲା । ପ୍ରିଲିମ୍ସ, ମୁଖ୍ୟ ଓ ବ୍ୟକ୍ତିତ୍ୱ ଟେଷ୍ଟ ଆଦି ୩ଟି ପର୍ଯ୍ୟାୟରେ ୟୁପିଏସସି ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିଥାଏ । ୟୁପିଏସସି ଦୁନିଆର ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ଅନ୍ୟତମ ।

Get real time updates directly on you device, subscribe now.