fbpx
BSKY SKY
BSKY SKY

ଦିଲ୍ଲୀ ମଦ ନୀତି ମାମଲାର ଶୁଣାଣି କରୁଥିବା ବିଚାରପତି ବଦଳିଲେ: ନିଯୁକ୍ତି ପାଇଲେ ନୂଆ ବିଚାରପତି

BSKY

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାର ଶୁଣାଣି କରୁଥିବା ସ୍ୱତନ୍ତ୍ର ଜଜ୍ ଏମକେ ନାଗପାଳଙ୍କୁ ଟ୍ରାନ୍ସଫର କରାଯାଇଛି । ତାଙ୍କ ସ୍ଥାନରେ ନୂଆ ବିଚାରପତି ଭାବେ କାବେରୀ ବାବେଜାଙ୍କୁ ନିଯୁକ୍ତି ଦିଆଯାଇଛି । କାବେରୀ ବାବେଜା ଆଗକୁ ଏହି ମାମଲାର ଶୁଣାଣି କରିବେ । ଏହି ମଦ ଘୋଟାଲା ମାମଲାରେ ଆମ ଆଦମୀ ପାର୍ଟି (ଆପ)ର ଅନେକ ନେତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଅଭିଯୁକ୍ତ ସାବ୍ୟସ୍ତ ହୋଇଛନ୍ତି ।

ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲଙ୍କୁ ନିକଟରେ ୯ମ ଥର ପାଇଁ ସମନ ପଠାଯାଇଥିବା ବେଳେ ସେ ମାର୍ଚ୍ଚ ୨୧ରେ ହାଜର ହେବାକୁ କୁହାଯାଇଛି । ଗତବର୍ଷ ନଭେମ୍ବର ମାସ ୨ ତାରିଖରେ କେଜ୍ରିଙ୍କୁ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ପ୍ରଥମେ ସମନ ଜାରି କରାଯାଇଥିଲେ ହେଁ ହାଜର ହୋଇନଥିଲେ । ଏହାପରେ ନଭେମ୍ବର ୨୧, ଜାନୁଆରୀ ୩, ଫେବୃଆରୀ ୨, ଫେବୃଆରୀ ୧୯, ଫେବୃଆରୀ ୨୬ ଓ ମାର୍ଚ୍ଚ ୪କୁ ତାଙ୍କୁ ସମନ ପଠାଯାଇଥିଲା । ତାଙ୍କ ବିରୋଧରେ କେନ୍ଦ୍ର ସରକାର ଏଜେନ୍ସିର ଦୁରୂପଯୋଗ କରୁଥିବା କେଜ୍ରି ଅଭିଯୋଗ କରିଥିଲେ । ୨୦୨୧ ମସିହା ମାର୍ଚ୍ଚ ୨୨ରେ ଦିଲ୍ଲୀ ସରକାର ମଦ ନୀତି ଲାଗୁ କରିଥିଲେ ଏହି ମାମଲାରେ ଗତବର୍ଷ ଫେବୃଆରୀ ୨୬ରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଅକ୍ଟୋବର ୪ରେ ସଞ୍ଜୟ ସିଂହ ଗିରଫ ହୋଇ ବର୍ତ୍ତମାନ ସୁଦ୍ଧା ଜେଲରେ ରହିଛନ୍ତି ।

Get real time updates directly on you device, subscribe now.