fbpx

କାହିଁକି ହୋଇଥିଲା ବଳଙ୍ଗା ଥାନା ବିସ୍ଫୋରଣ ? ସାମ୍ନାକୁ ଆସିଲା ବଡ଼ ତଥ୍ୟ

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ହୋଇଥିବା ଭୟଙ୍କର ବିସ୍ଫୋରଣ ମାମଲାରେ ଆସିଛି ନୂଆ ତଥ୍ୟ । ଥାନାର ମାଲଖାନାରେ ‘ଡିନାମାଇଟ୍’ ବିସ୍ଫୋରକ ଥିବା ଜଣାପଡିଛି । ପାହାଡ଼ ଫଟାଇବା ପାଇଁ ଶକ୍ତିଶାଳୀ ‘ଡିନାମାଇଟ୍’ ବ୍ୟବହାର ହୋଇଥାଏ । ଜବତ ହୋଇଥିବା ‘ଡିନାମାଇଟ୍’କୁ ମାଲଖାନାରେ ରଖାଯାଇଥିଲା । ‘ଡିନାମାଇଟ ବିସ୍ଫୋରଣରେ ଥାନା ଉଡ଼ିଯାଇଥିବା ଅନୁମାନ କରାଯାଉଛି । ଏନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

ତେବେ ଗତ ୨ ଦିନ ତଳେ ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ହୋଇଥିଲା ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣରେ ଥାନାର ଛାତ ଉଡ଼ିଯିବା ସହିତ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ତୀବ୍ର ବିସ୍ଫୋରଣରେ ଥାନାର ଆସବାପତ୍ର ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପୋଡ଼ି ନଷ୍ଟ ହେବା ସହିତ ଆଇଆଇସି ଅଫିସ, ହାଜତ ସମେତ ସବୁ ମାଟିରେ ମିଶିଯାଇଛିି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ୟୁଟିରେ ଥିବା ଥାନା କର୍ମଚାରୀ ।

Get real time updates directly on you device, subscribe now.